www.samajalive.in
Saturday, December 6, 2025
26.1 C
Bhubaneswar

ସୁରେନ୍ଦ୍ର ସାଏ ଦିବ୍ୟ ଦୃଷ୍ଟି ଯୋଜନାରେ ତାଲିମ ପ୍ରଦାନ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦୁଇ ଦିନ ଧରି ୧୮୦ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ନେଇ ରାଜ୍ୟ ଶିକ୍ଷା ଓ ସ୍ୱାସ୍ଥ୍ୟ ବିଭାଗ ମିଳିତ ସହଯୋଗରେ ବ୍ଲକ ସ୍ତରୀୟ  ସୁରେନ୍ଦ୍ର ସାଏ ଦିବ୍ୟଦୃଷ୍ଟି ତାଲିମ ପ୍ରଦାନ ଶିବିର ଅନୁଷ୍ଠିତ କରାଯାଇଛି। ଶିକ୍ଷାନୁଷ୍ଠାନ ପ୍ରଦର୍ଶନ ଓ ଛାତ୍ରମାନଙ୍କର ଉନ୍ନତ ଚକ୍ଷୁ ପାଇଁ ଦୃଷ୍ଟିହୀନତାର ଶୀଘ୍ର ଚିହ୍ନଟିକରଣ ଏବଂ ଚିକିତ୍ସା ପାଇଁ ବିଦ୍ୟାଳୟ ସ୍ତରରେ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ତାଲିମ ପ୍ରଦାନ କରାଯାଇଛି। ତାଲିମ ପାଇବା ପରେ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ନିଜ ଅନୁଷ୍ଠାନରେ ଥିବା ପ୍ରଥମ ଶ୍ରେଣୀ ଠାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଛାତ୍ର ମାନଙ୍କର ଚକ୍ଷୁ ପରୀକ୍ଷା କରିବା ସହ ଚକ୍ଷୁ ସମସ୍ୟାର ଚିହ୍ନଟିକରଣ କରି ଚକ୍ଷୁ ଅଧିକାରୀଙ୍କ ନିକଟରେ ଭିଜନ ଚେକ କରାଇବେ। ତ୍ରୁଟି ଜଣାପଡିବା ପରେ ଛାତ୍ର ଛାତ୍ରୀ ମାନଙ୍କୁ ଚଷମାର ଯୋଗାଣ କରାଇବା ଓ ଅନ୍ୟାନ୍ୟ ଚକ୍ଷୁ ସମସ୍ୟା ଥିବା ଛାତ୍ର ଛାତ୍ରୀଙ୍କୁ ଉପଯୁକ୍ତ ସ୍ୱାସ୍ଥ୍ୟ ସୁବିଧା ଯୋଗାଇବା ଏହାର ଲକ୍ଷ୍ୟ।

Hot this week

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

Related Articles

Popular Categories