BJD Bijuli 480×75 Mob

ନୁପୁର ଶର୍ମା ନୁହେଁ ବିଜେପି ଦେଶକୁ କ୍ଷମା ମାଗିବା ଉଚିତ: କଂଗ୍ରେସ

BJD Bijuli 480×75 Mob

ଡେସ୍କ: ଦେଶରେ ବିଭାଜନକାରୀ ରାଜନୀତିକୁ ନେଇ ଜଣେ ବରିଷ୍ଠ କଂଗ୍ରେସ ନେତା କହିଛନ୍ତି ଯେ ମହମ୍ମଦଙ୍କ ଉପରେ ନୁପୁର ଶର୍ମାଙ୍କ ମନ୍ତବ୍ୟ ପରେ ଦେଶବ୍ୟାପୀ ଦେଖା ଦେଇଥିବା ବିରୋଧ ଦୃଷ୍ଟିରୁ ଭାରତୀୟ ଜନତା ପାର୍ଟି ଦେଶକୁ କ୍ଷମା ମାଗିବା ଉଚିତ।ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ରେଣୁକା ଚୌଧୁରୀ ଅଭିଯୋଗ କରିଛନ୍ତି ଯେ ବିଜେପି ଦେଶକୁ ବିଭାଜନ କରିବାକୁ ଚେଷ୍ଟା କରୁଛି। ସୁପ୍ରିମକୋର୍ଟ ମଧ୍ୟ ଆଜି କହିଛନ୍ତି ଯେ ଦେଶରେ ଯାହା ଘଟୁଛି ସେଥିପାଇଁ ନୁପୁର ଶର୍ମା ଦାୟୀ ଏବଂ ସେ ସମଗ୍ର ଦେଶକୁ କ୍ଷମା ମାଗନ୍ତୁ।

ଶ୍ରୀମତୀ ଚୌଧୁରୀ କହିଛନ୍ତି, ସୁପ୍ରିମକୋର୍ଟ ଆଜି ନୁପୁର ଶର୍ମାଙ୍କୁ ଭର୍ସନା କରିଛନ୍ତି। କିନ୍ତୁ ବିଭାଜନ ନୀତି ପାଇଁ ବିଜେପି ଦେଶକୁ କ୍ଷମା ମାଗିବା ଉଚିତ। ବିଜେପି ବିଭାଜନ ରାଜନୀତି ପାଇଁ ଦାୟୀ ବୋଲି ସେ କହିଛନ୍ତି।

Comments are closed.