www.samajalive.in
Tuesday, December 9, 2025
16.1 C
Bhubaneswar

ପରୀକ୍ଷା ହେଲା ୧୨,୧୫୮ ନମୁନା, ଓଡ଼ିଶାରେ ବାର୍ଡ ଫ୍ଲୁ ନାହିଁ

ଭୁବନେଶ୍ବର: ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ଦ୍ବାରା ରାଜ୍ୟର ବିଭିନ୍ନ ଅଞ୍ଚଳରୁ ପକ୍ଷୀମାନଙ୍କ ରକ୍ତ, ନାଳ, ନାଜାଲ୍‌ ସ୍ବାବ, କ୍ଲୋଆଇକାଲ୍‌ ସ୍ବାବ ଏବଂ ଖାଦ୍ୟର ନମୁନା ସଂଗ୍ରହ କରାଯାଇ ପରୀକ୍ଷା କରାଯାଇଛି। ରାଜ୍ୟ ସ୍ତରରେ ପ୍ରାଣୀରୋଗ ଗବେଷଣା ପ୍ରତିଷ୍ଠାନ, ଆଞ୍ଚଳିକ ସ୍ତରରେ ରୋଗ ନିରୀକ୍ଷଣ ପରୀକ୍ଷାଗାର ତଥା ରାଜ୍ୟ ପ୍ରାଣୀରୋଗ ପରୀକ୍ଷାଗାର ଏବଂ ଜିଲା ସ୍ତରରେ ପ୍ରାଣୀରୋଗ ନିରୂପଣ ପରୀକ୍ଷାଗାର ଗୁଡ଼ିକୁ ପୂର୍ଣ୍ଣ କ୍ଷମତା ସହ ନମୁନା ପରୀକ୍ଷଣ କରିବାକୁ ନିର୍ଦେଶ ଦିଆଯାଇଛି। କଲକାତାଠାରେ ଥିବା ଆଞ୍ଚଳିକ ପ୍ରାଣୀରୋଗ ନିରୂପଣ ପରୀକ୍ଷାଗାରକୁ ମଧ୍ୟ ନମୁନା ପ୍ରେରଣ କରାଯାଉଛି। ସାମ୍ପ୍ରତିକ ବହିରାଗତ ପରୀକ୍ଷ ଋତୁରେ ଏ ପର୍ଯ୍ୟନ୍ତ ୧୨,୧୫୮ ନମୁନା ପରୀକ୍ଷା କରା ସରିଲାଣି ଏବଂ କୌଣସିଟିରେ ଏହି ରୋଗ ପ୍ରକାଶ ପାଇନାହିଁ ବୋଲି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି।

ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ପକ୍ଷରୁ କୁହାଯାଇଛି ଯେ ରାଜ୍ୟ ସରକାର ପରିସ୍ଥିତି ଉପରେ ଦୀକ୍ଷଣ ନଜର ରଖିଛନ୍ତି ଏବଂ ଯେକୌଣସି ପରିସ୍ଥିତିର ସମାଧାନ ପାଇଁ ତତ୍ପର ଅଛନ୍ତି। ଜନସାଧାରଣ ଭୟଭୀତ ନ ହୋଇ କୁକୁଡ଼ା ମାଂସ ଓ ଅଣ୍ଡାକୁ ଭଲ ଭାବେ ସିଝାଇ ଖାଇବାକୁ ଅନୁରୋଧ କରାଯାଉଛି। ନିଜ ଅଞ୍ଚଳର ପକ୍ଷୀମଡ଼କ ବିଷୟରେ ପ୍ରାଣୀ ଚିକିତ୍ସକ କିମ୍ବା ଜିଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ କିମ୍ବା ରାଜ୍ୟସ୍ତରୀୟ ନିୟନ୍ତ୍ରଣ କକ୍ଷକୁ ଫୋନ୍‌ ନମ୍ବର ୦୬୭୧ କିମ୍ବା ହ୍ବାଟ୍ସଆପ୍‌ ନମ୍ବର ୭୨୦୫୫୯୮୧୨୫ରେ ସୂଚନା ପ୍ରଦାନ କରିବା ନମନ୍ତେ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି। ଏ ସମ୍ବନ୍ଧୀୟ ଯେ କୌଣସି ତଥ୍ୟ ନିମନ୍ତେ ନିର୍ଦେଶାଳୟର ଡାକ୍ତର ବିଭୁ ରଞ୍ଜନ ଦାସ(ମୋ-୭୧୭୮୨୦୬୪୦୪), ଡା.ସାଗରିକା ବେହେରା(ମୋ-୭୯୭୮୧୦୫୫୩୮) ଏବଂ ଡା.ମଦନ ମୋହନ ମହାପାତ୍ରା(ମୋ-୯୪୩୭୩୧୩୧୮୩)ଙ୍କୁ ଜନସାଧାରଣ ଯୋଗାଯୋଗ କରିପାରିବେ ବୋଲି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Hot this week

ସେନସେକ୍ସ ୬୧୦ ପଏଣ୍ଟ ଓ ନିଫ୍ଟି ୨୨୬ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ : ଘରୋଇ ଇକ୍ୱିଟି ସୂଚକାଙ୍କ ସୋମବାର ହ୍ରାସ ପାଇଛି। ସୂଚକାଙ୍କଗୁଡ଼ିକ...

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

Related Articles

Popular Categories