www.samajalive.in
Sunday, December 7, 2025
26.1 C
Bhubaneswar

ସୁଶାନ୍ତଙ୍କ ମୃତ୍ୟୁକୁ ଆତ୍ମହତ୍ୟା କାହିଁକି କହିଲା ମୁମ୍ବଇ ପୁଲିସ : ନିର୍ଭୟା ଓକିଲ

ମୁମ୍ବଇ: ବଲିଉଡ଼ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ଦାବି କରୁଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ନିର୍ଭୟା ଓକିଲ ସୀମା ସମୃଦ୍ଧି। ଏହି ମାମଲାକୁ ସିବିଆଇକୁ ହସ୍ତାନ୍ତର କରିବାକୁ ନିକଟରେ ସେ ନରେନ୍ଦ୍ର ମୋଦୀଙ୍କୁ ଅନୁରୋଧ କରିଥିଲେ। ଏବେ ସେ ଏହି ମାମଲାର ତଦନ୍ତ କରୁଥିବା ମୁମ୍ବଇ ପୁଲିସ ଉପରକୁ ଅଙ୍ଗୁଳି ଉଠାଇଛନ୍ତି। ମାମଲାର ଯାଞ୍ଚରେ ମୁମ୍ବଇ ପୁଲିସର ଭୂମିକା ନେଇ ସୀମା ସନ୍ଦେହ ବ୍ୟକ୍ତ କରିଛନ୍ତି।

ଟ୍ୱିଟ୍‍ କରି ସେ କହିଛନ୍ତି, ୧୪ ଜୁନରୁ ହିଁ ସନ୍ଦେହ ହେଉଥିଲା ଯେ ଏହା ଆତ୍ମହତ୍ୟା ନୁହେଁ। ଏହା ଏକ ପ୍ରାୟୋଜିତ ହତ୍ୟାକାଣ୍ଡ। ଗଳାର ଚିହ୍ନ, ଯାହାକି ଆଦୌ ଫାଶି ଚିହ୍ନ ଭଳି ଲାଗୁ ନ ଥିଲା, ସୁଇସାଇଡ ନୋଟ ମଧ୍ୟ ମଳି ନ ଥିଲା। ତେବେ ବିନା ଅନୁସନ୍ଧାନରେ ମୁମ୍ବଇ ପୁଲିସ କାହିଁକି ଏହାକୁ ଆତ୍ମହତ୍ୟା ଘୋଷଣା କଲା ବୋଲି ସେ ପ୍ରଶ୍ନ କରିଛନ୍ତି । ସୀମାଙ୍କ ଏହି ପୋଷ୍ଟ ଖୁବ୍‍ ଭାଇରାଲ ହେଉଛି। ଅନେକ ଲୋକ ସୀମାଙ୍କ କଥାକୁ ସମର୍ଥନ କରିବା ସହ ତାଙ୍କର ପ୍ରଶଂସା କରିଛନ୍ତି।

- Advertisement -

ସୂଚନାଯୋଗ୍ୟ, କିଛିଦିନ ପୂର୍ବରୁ ସୀମା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟ୍ୱିଟ୍‍ କରି ଲେଖିଥିଲେ, “ମାନ୍ୟବର ପ୍ରଧାନମନ୍ତ୍ରୀ ମହାଶୟ, ସୁଶାନ୍ତ ସିଂହଙ୍କ ମୃତ୍ୟୁର ସତ୍ୟତା ବିଷୟରେ ଜାଣିବା ପାଇଁ ଆମ ସମସ୍ତ ଭାରତୀୟଙ୍କ ଅଧିକାର ଅଛି। କିନ୍ତୁ ମାସେରୁ ଅଧିକ ସମୟ ବିତି ଯାଇଥିଲେ ମଧ୍ୟ ମୁମ୍ବଇ ପୁଲିସ ସତ ସାମ୍ନାକୁ ଆଣିବାରେ ବିଫଳ ହୋଇଛି। ଆପଣଙ୍କୁ ଅନୁରୋଧ, ଆମ ପ୍ରିୟ ହିରୋଙ୍କ ମାମଲା ଆପଣ ସିବିଆଇକୁ ହସ୍ତାନ୍ତର କରନ୍ତୁ”।

Hot this week

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

Related Articles

Popular Categories