www.samajalive.in
Sunday, December 14, 2025
15.1 C
Bhubaneswar

ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲା ଖୁବ୍‍ ଜଟିଳ; ସିବିଆଇ ପାଇଁ ଏହା ଏକ କଠିନ ଚ୍ୟାଲେଞ୍ଜ

ମୁମ୍ବଇ: ବଲିଉଡ଼ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ସିବିଆଇ ତଦନ୍ତ ଦାବି ଜୋର ଧରିଛି। ପାଟନା ପୁଲିସର ତଦନ୍ତକୁ ପୂର୍ବରୁ ହିଁ କେନ୍ଦ୍ର ସରକାର ସିବିଆଇକୁ ଦେଇସାରିଛନ୍ତି। କିନ୍ତୁ ମହାରାଷ୍ଟ୍ର ସରକାର ମାମଲାକୁ ସିବିଆଇକୁ ହସ୍ତାନ୍ତର କରିବା ସପକ୍ଷରେ ନାହିଁ। ତେଣୁ ମାମଲା ସୁପ୍ରିମକୋର୍ଟରେ ଅଛି ଓ ନିଷ୍ପତ୍ତିକୁ ଅପେକ୍ଷା କରାଯାଇଛି। ବିଶେଷଜ୍ଞଙ୍କ ବିଶ୍ୱାସ ଯେ, ଏହି ମାମଲା ଯେଉଁଭଳି ଭାବେ ଜଟିଳ ହେବାରେ ଲାଗିଛି, ଏହାକୁ ସାମଧାନ କରିବା ସିବିଆଇ ପାଇଁ ସହଜ ହେବନାହିଁ। ସିବିଆଇ ପାଇଁ ଏହା ଏକ ବଡ଼ ଓ କଠିନ ଚ୍ୟାଲେଞ୍ଜ।

ସୁଶାନ୍ତଙ୍କ ଭଳି ୨୦୧୩ରେ ଘଟିଥିବା ଅଭିନେତ୍ରୀ ଜିୟା ଖାନଙ୍କ ସନ୍ଦେହଜନକ ମୃତ୍ୟୁ ମାମଲାରେ ମଧ୍ୟ ମୁମ୍ବଇ ପୁଲିସର ତଦନ୍ତ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା ଓ ତଦନ୍ତ ଭାର ସିବିଆଇକୁ ହସ୍ତାନ୍ତର କରାଯାଇଥିଲା। ଜିୟାଙ୍କ ମାଆ ରାବିୟା ଖାନ ଲଣ୍ଡନରେ ଅଛନ୍ତି। ସେଠାରେ ଥାଇ ମଧ୍ୟ ସେ ସୁଶାନ୍ତଙ୍କ ମାମଲାର ସିବିଆଇ ତଦନ୍ତ ଦାବିକୁ ସମର୍ଥନ କରିଛନ୍ତି। ଏହାସହିତ ପ୍ରଶ୍ନ ଉଠାଇଛନ୍ତି ଯେ, କ’ଣ ମୁମ୍ବଇ ପୁଲିସ ସମର୍ଥନ କରିବ?

- Advertisement -

ରାବିୟା କହିଛନ୍ତି ଯେ, “ମୁଁ ଜାଣିନି ପୁଲିସ କେତେ ସହଯୋଗ କରିବ, ପ୍ରମାଣ କେତେ ସହଯୋଗ କରିବ। କିନ୍ତୁ ମୋର ନିବେଦନ ଯେ, ସମସ୍ତେ ସିବିଆଇ ତଦନ୍ତକୁ ସମର୍ଥନ କରନ୍ତୁ। ଆମ ପିଲା ଆମକୁ ଛାଡ଼ି ଚାଲିଗଲେ। ସିବିଆଇକୁ ତଦନ୍ତ ଭାର ଦିଆଯାଉ ଓ ସମସ୍ତଙ୍କୁ ନ୍ୟାୟ ମିଳୁ”।

ଜିୟା ଓ ସୁଶାନ୍ତ ଉଭୟଙ୍କ ମାମଲାରେ କୌଣସି ପ୍ରତ୍ୟକ୍ଷଦର୍ଶୀ ସାକ୍ଷୀ ନାହିଁ। ଦୁହିଁଙ୍କ ମୃତଦେହ ନିକଟରୁ ସୁଇସାଇଡ଼ ନୋଟ୍‍ ମଧ୍ୟ ମିଳି ନାହିଁ। ଦୁଇଟି ଯାକ ମାମଲା ଫରେନ୍‍ସିକ୍‍ ପ୍ରମାଣ ଉପରେ ନିର୍ଭର କରୁଛି। ମୃତଦେହର ସଂସ୍କାର ସରିଯାଇଛି, ତେଣୁ ତାହାକୁ ଆଉଥରେ ଯାଞ୍ଚ କରିବା ଅସମ୍ଭବ। ଏହାର ଅର୍ଥ ସିବିଆଇକୁ ସେହିସବୁ ପ୍ରମାଣ ଉପରେ ହିଁ ନିର୍ଭର କରିବାକୁ ପଡ଼ିବ ଯାହାକୁ ମୁମ୍ବଇ ପୁଲିସ ଘଟଣାସ୍ଥଳରୁ ଜବତ କରିଛି। ତେଣୁ ଏହି ମାମଲା ସିବିଆଇ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ବୋଲି କୁହାଯାଉଛି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories