ଗୁରୁପ୍ରିୟା ଦୁର୍ନୀତିର ତଦନ୍ତ ଆବଶ୍ୟକ : ନିରଂଜନ ପଟ୍ଟନାୟକ

0

ମାଲକାନଗିରି : ମାଲକାନଗିରି ଜିଲ୍ଳାର ବିଚ୍ଛିନ୍ନାଂଚଳକୁ ଯୋଗଯୋଗ କରିବାକୁ ନିର୍ମିତ ଗୁରୁପ୍ରିୟା ସେତୁରେ ଚଞ୍ଚକତା କରି ୭୪ କୋଟି ଟଙ୍କା ଦୁର୍ନିତି କରାଯାଇଛି। ଏହି ମହାଦୁର୍ନିତିରେ ରାଜ୍ୟ ସରକାର ସିଧାସଳଖ ସମ୍ପୃକ୍ତ ବୋଲି ରାଜ୍ୟ କଂଗ୍ରେସର ପିସିସି ସଭାପତି ନିରଂଜନ ପଟ୍ଟନାୟକ ଅଭିଯୋଗ କରିଛନ୍ତି। ଆଜି ସିଧାସଳଖ ନିରଞ୍ଜନ ଚିତ୍ରକୋଣ୍ଡାର ଗୁରୁପ୍ରିୟା ସେତୁକୁ ପହଞ୍ଚିଥିଲେ। ଏହି ଗସ୍ତରେ ବିଛିନ୍ନାଞ୍ଚଳର ଆଦିବାସୀଙ୍କ ସହ ମିଶିଥିବା ବେଳେ ଏଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପଟ୍ଟନାୟକ ଏହି ସେତୁ ର୍ନିମାଣରେ ବି.ଏସ.ଏଫ ଜବାନଙ୍କର ବହୁ ଅବଦାନ ରହିଥିବା କହିଛନ୍ତି। କିନ୍ତୁ ରାଜ୍ୟ ସରକାର ବାହାସ୍ଫଟ ନେଇଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ତେବେ ବର୍ତମାନ ମଧ୍ୟ ବିଛିନ୍ନାଂଚଳର ଛଅଟି ପଞ୍ଚାୟତ ବାହ୍ୟ ଜଗତରୁ ସମ୍ପୂର୍ଣ ବିଛିନ୍ନ ହୋଇଛି। ଲୋକମାନେ ଏବେବି ଗମନାଗମନ ପାଇଁ ଲଂଚ ଏବଂ ଭଙ୍ଗା ଦଦରା ଡଙ୍ଗା ହିଁ ସାହାରା। ଶିକ୍ଷା ସ୍ୱାସ୍ଥ୍ୟ ଭଳି ମୌଳିକ ସୁବିଧା ବିଛିନ୍ନାଂଚଳ ବାସୀଙ୍କୁ ପହଂଚି ପାରିନାହିାଁ ତେବେ କଂଗ୍ରେସ ସରକାର ଅମଳରେ ଗୁରୁପ୍ରିୟାର ପରିକଳ୍ପନା କରାଯାଇଥିଲା। ସେହିପରି ଗତକିଛି ଦିନ ମଧ୍ୟରେ ମାଲକାନଗିରି ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ସୃଷ୍ଟି ହୋଇଥିବା ବନ୍ୟା ଶହ ଶହ ବାସଗୃହ ନଷ୍ଟ ହୋଇଛି।

କିନ୍ତୁ ଗତକିଛି ଦିନ ତଳେ ୨ ଜଣ ମନ୍ତ୍ରୀ ସମୀକ୍ଷା କରି ଚଳିତ ମାସ ଶେଷ ସୁଦ୍ଧା କ୍ଷୟକ୍ଷତିର ଆକଳନ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ସ୍ୱଳ୍ପ ଦିନରେ ଆକଳନ କରିବା ପ୍ରଶାସନିକ ଅଧିକାରୀଙ୍କ ପାଇଁ କଷ୍ଟସାଧ୍ୟ ହେବ। ତେଣୁ ଏହି ସମୟସୀମାକୁ ବଢ଼ାଇବା ପାଇଁ ସେ ଦାବୀ କରିଛନ୍ତି। ଏଥିସହ ରାଫେଲ ଯୁଦ୍ଧ ବିମାନ କ୍ରୟରେ କେନ୍ଦ୍ର ନେତୃତ୍ୱାଧୀନ ଏନ.ଡି.ଏ ସରକାର ପ୍ରାୟ ୧ ଲକ୍ଷ ୭୦ ହଜାର କୋଟି ଟଙ୍କାର ଦୁର୍ନିତି କରିଥିବା ଶ୍ରୀ ପଟ୍ଟନାୟକ ଅଭିଯୋଗ କରିଛନ୍ତି। ଯୁଦ୍ଧ ବିମାନ ପାଇଁ କୋରାପୁଟ ଜିଲ୍ଲାର ସୁନାବେଡ଼ାଠାରେ ଏଚ.ଏ.ଏଲ ପ୍ରତିଷ୍ଟା କରାଯାଇଥିବା ବେଳେ ପ୍ରାୟ ୧ ଲକ୍ଷ କୋଟିର ଚୁକ୍ତିନାମା ରିଲାଏନ୍ସ ଡିଫେନ୍ସ ସହ କରାଯିବା ଫଳରେ ମରାମତି ଓ ରକ୍ଷଣାବେକ୍ଷଣ କାର୍ଯ୍ୟରୁ ହାଲ ବଞ୍ଚିତ ହେବ। ଏହାଦ୍ୱାରା କୋରାପୁଟ ଜିଲ୍ଲାର ଶିକ୍ଷିତ ବେକାର ଯୁବକ ଯୁବତୀମାନେ ମଧ୍ୟ ଚାକିରୀରୁ ବଞ୍ଚିତ ହେବେ ବୋଲି ସେ ଅଭିଯୋଗ କରିଛନ୍ତି।

ସେହିପରି ମାଲକାନଗିରି ଜିଲ୍ଲାରେ ଦୁଇ ହଜାରରୁ ଉର୍ଧ ଛାତ୍ରଛାତ୍ରୀ ଶିକ୍ଷାଦାନରୁ ବଂଚିତ ହୋଇଥିବା ବେଳେ କଂଗ୍ରେସ ପ କ୍ଷରୁ ଏଥିନେଇ ଆନ୍ଦୋଳନ କରିଥିଲେ ସୁଦ୍ଧା କୌଣସି ସୁଫଳ ମିଳିପାରିନାହିଁ। ଶିକ୍ଷା କ୍ଷେତ୍ରରେ ଡିଣ୍ଡିମ ପିଟୁଥିବା ରାଜ୍ୟ ସରକାର ଆଦିବାସୀ ପିଲାଙ୍କୁ ଶିକ୍ଷା ଅଧିକାରରୁ ବଞ୍ଚିତ କରୁଥିବା ଦୁର୍ଭାଗ୍ୟ ଜନକ ବୋଲି ଅଭିଯୋଗ କରିବା ସହ ମାଲକାନଗିରି କଲେଜ ସମେତ ଅବିଭକ୍ତ କୋରାପୁଟ ଜିଲ୍ଲାର ୪ଟି କଲେଜକୁ ସରକାରୀ ମାନ୍ୟତା ମିଳି ପାରିନାହିାଁ ଏଥିରୁ ସରକାରଙ୍କ ଶିକ୍ଷାପ୍ରତି ଆନ୍ତରିକତା ବୋଲି ଅଭିଯୋଗ କରିଥିଲୋ ବିକାଶ ନାମରେ ରାଜନୀତି କରୁଥିବା ରାଜ୍ୟ ସରକାରଙ୍କୁ ଜନସାଧାରଣ ପ୍ରତ୍‍୍ୟାଖ୍ୟାନ କରିବା ଉଚିତ ବୋଲି ପ୍ରକାଶ କରିଥିଲୋ ତେବେ କଂଗ୍ରେସ ସରକାର ଆସିଲେ ବୃଦ୍ଧା ଭତ୍ତା ୩୦୦ ବଦଳରେ ହଜାର ଟଙ୍କା ଦିଆଯିବ ବୋଲି କହିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ କୋରାପୁଟ ବିଧାୟକ ତାରାବାହିନି ପତି, ଡାବୁଗାଁ ବିଧାୟକ ଭୁଜବଳ ମାଝି, କୋରାପୁଟ କଂଗ୍ରେସ ନେତା ରାମ କାଡାମ, କଂଗ୍ରେସ ମିଡିଆ ସେଲ୍‌ଫ ରାଜ୍ୟ ଅଧ୍ୟ କ୍ଷ ସତ୍ୟପ୍ରକାଶ ନାୟକ, ପୂର୍ୱତନ ସାଂସଦ ପ୍ରଦୀପ ମାଝି, ସମେତ ଜିଲ୍ଲା କଂଗ୍ରେସ କମିଟିର ସଭାପତି ଗୋବିନ୍ଦ ପାତ୍ର, ଜିଲ୍ଲା କାର୍ଯ୍ୟକାରୀ ସଭାପତି ରାମ ପ୍ରସାଦ ପଟ୍ଟନାୟକ, ଯୁବ କଂଗ୍ରେସ ନେତା ଜି. ଶ୍ରୀନିବାସ ରାଓ, ପି. କେଶୁରାଓ, ପ୍ରଭାକର ପାଳ, ପେଣ୍ଡ୍ରାପ୍ରସାଦ ପଣ୍ଡାଙ୍କ ସମେତ ବହୁ କଂଗ୍ରେସ କର୍ମଚାରୀ ଉପସ୍ଥିତ ଥିଲେ।

Leave A Reply