www.samajalive.in
Sunday, December 14, 2025
15.1 C
Bhubaneswar

ସୁଭଦ୍ରାକୁ ନେଇ ନିମାପଡାରେ ପ୍ରବଳ ଉତ୍ସାହ ଓ ଉଦ୍ଦୀପନା, ନିର୍ବାଚନମଣ୍ଡଳୀରେ ପ୍ରଭାତୀ ପରିଡାଙ୍କୁ ଭବ୍ୟ ସ୍ୱାଗତ

ନିମାପଡ଼ା/ଭୁବନେଶ୍ୱର:ଗତକାଲି ବିଧାନସଭାର କାର୍ଯ୍ୟକାଳ ଶେଷହେବା ପରେ ଆଜି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ନିଜ ନିର୍ବାଚନମଣ୍ଡଳୀ ନିମାପଡା ଗସ୍ତ କରିଥିଲେ। ନିମାପଡାରେ ସୁଭଦ୍ରା ଯୋଜନାକୁ ନେଇ ଜନତାଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଓ ଉଦ୍ଦୀପନା ଦେଖିବାକୁ ମିଳିଥିଲା । ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡାଙ୍କୁ ଖୋଲାଜିପ୍‌ରେ ଏକ ବିଶାଳ ଶୋଭାଯାତ୍ରାରେ ବିରାଟ ଜନ ସମୁଦ୍ର ଦ୍ୱାରା ସ୍ୱାଗତ କରାଯାଇଥିଲା । ସୁଭଦ୍ରା ଯୋଜନାର କ୍ରିୟାନ୍ୱୟନର ବଡ଼ ଦାୟିତ୍ୱ ପ୍ରଭାତୀଙ୍କ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ହାତରେ ରହିଛି । ସୁଭଦ୍ରା ଯୋଜନାର ଶୁଭାରମ୍ଭକୁ ନେଇ ମା’ ଏବଂ ଭଉଣୀଙ୍କ ମଧ୍ୟରେ ଅକୁଣ୍ଠ ଉତ୍ସାହ ଦେଖିବାକୁ ମିଳିଥିଲା ।

ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା କୁଅଁରପୁରର ଖେଲାର ବଜାରଠାରୁ ବାଣିଶ୍ରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପର୍ଯ୍ୟନ୍ତ ଏକ ବିଶାଳ ଶୋଭାଯାତ୍ରାରେ ଯାଇ ମା’ ପାଇଁ ଗଛଟିଏ ଅଭିଯାନରେ ସାମିଲ ହୋଇଥିଲେ ଏବଂ ବାଣିଶ୍ରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପ୍ରାଙ୍ଗଣରେ ଚାରାଟିଏ ରୋପଣ କରିଥିଲେ ।

- Advertisement -

ପରେ ଶ୍ରୀମତୀ ପରିଡା ନିମାପଡ଼ା ବୁଦ୍ଧିଜୀବୀ ନାଗରିକ ମଞ୍ଚ ତରଫରୁ ଆୟୋଜିତ ସମ୍ବର୍ଦ୍ଧନା ଉତ୍ସବରେ ଯୋଗଦେବା ସହ ଆତ୍ମୀୟ ସମ୍ବର୍ଦ୍ଧନା ପାଇଁ ନିମାପଡ଼ା ଅଞ୍ଚଳର ବୁଦ୍ଧିଜୀବୀମାନଙ୍କୁ କୃତଜ୍ଞତା ଜଣାଇଥିଲେ । ଆୟୋଜିତ ନାଗରିକ ସମ୍ବର୍ଦ୍ଧନା ସଭାରେ ଖେଲାର ଅଞ୍ଚଳର ୮୦ ଟି ସରକାରୀ ଓ ବେସରକାରୀ ଅନୁଷ୍ଠାନ ତରଫରୁ ସ୍ଥାନୀୟ ନେତ୍ରୀ ଶ୍ରୀମତୀ ପରିଡାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସମ୍ବର୍ଦ୍ଧନା ସଭାରେ ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନର କର୍ମକର୍ତ୍ତା, ଛାତ୍ର ଛାତ୍ରୀ, ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କ ସମେତ ବିଭିନ୍ନ ଅଂଚଳର ବୁଦ୍ଧିଜୀବୀ ଓ ଜନସାଧାରଣ ଉପସ୍ଥିତ ଥିଲେ ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories