ନୂଆଦିଲ୍ଲୀରେ ରାଜ୍ୟରେ ଜାତୀୟ ରାଜପଥ କାମ ସମ୍ପର୍କରେ ସମୀକ୍ଷା କଲେ କେନ୍ଦ୍ର ମନ୍ତ୍ରୀ

ନୂଆଦିଲ୍ଲୀ: ରାଜ୍ୟରେ ୨୫୨୬ କିମି ନୂଆ ରାଜମାର୍ଗ ତିଆରି କରିବା ପାଇଁ ଏକ ତାଲିକା ରାଜ୍ୟ ସରକାରଙ୍କୁ କେନ୍ଦ୍ର ଜାତୀୟ ରାଜମାର୍ଗ ମନ୍ତ୍ରଣାଳୟ ପକ୍ଷରୁ ପ୍ରଦାନ କରାଯାଇଛି । ରାଜ୍ୟ ସରକାର ଏହାର ସବିଶେଷ ବିବରଣୀ ଓ ତଥ୍ୟ ପ୍ରଦାନ ଶୀଘ୍ର ପ୍ରଦାନ କରିବା ପାଇଁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅନୁରୋଧ କରିଛନ୍ତି । ସବିଶେଷ ତଥ୍ୟ ମିଳି ପାରିଲେ ଏହି କାମକୁ ଗତିଶୀଳ କରା ଯାଇ ପାରିବ ବୋଲି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀଙ୍କୁ ଲେଖିଥିବା ପତ୍ରରେ ଉଲ୍ଲେଖ କରିଛନ୍ତି ।
ଗତ ମଙ୍ଗଳବାର ଦିନ ରାଜ୍ୟରେ ଜାତୀୟ ରାଜମାର୍ଗ ସମ୍ପର୍କରେ ନୂଆ ଦିଲ୍ଲୀ ଠାରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମୀକ୍ଷା କରିଥିଲେ। ମାର୍ଚ ୬ ତାରିଖରେ ସମ୍ଭାବ୍ୟ ରାଜପଥ ତିଆରି କରିବା ପାଇଁ ତାଲିକା ରାଜ୍ୟ ସରକାରଙ୍କୁ ପ୍ରଦାନ କରା ଯାଇଛି। ରାଜ୍ୟ ସରକାରଙ୍କ ଠାରୁ ସବିଶେଷ ବିବରଣୀ ମିଳିବା ପରେ ଏହି କାମ ଆଗକୁ ବଢିବ । ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ଏହାକୁ ଗୁରୁତ୍ୱର ସହ ନେଇ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ନେବାକୁ କେନ୍ଦ୍ର ମନ୍ତ୍ରୀ ଏହି ପତ୍ରରେ ଉଲ୍ଲେଖ କରିଛନ୍ତି ।