www.samajalive.in
Saturday, December 6, 2025
26.1 C
Bhubaneswar

ଖୁବଶୀଘ୍ର ଆରମ୍ଭ ହେବ ବାବା ଆଖଣ୍ଡଳମଣିଙ୍କ ମନ୍ଦିର ପରିକ୍ରମା ମାର୍ଗ ପ୍ରକଳ୍ପ କାର୍ଯ୍ୟ

ଆରଡି: ରାଜ୍ୟର ପ୍ରମୁଖ ପର୍ଯ୍ୟଟନସ୍ଥଳ ତଥା ଶୈବପୀଠ ଆରଡ଼ିର ଆଖଣ୍ଡଳମଣି ଧାମର ବିକାଶ ପାଇଁ ପୂର୍ବ ସରକାର ୨ଟି ପର୍ଯ୍ୟାୟରେ ଯୋଗାଇ ଦେଇଥିଲେ ୪୮କୋଟି ଟଙ୍କା। ପ୍ରଥମ ପର୍ଯ୍ୟାୟ ୬କୋଟି ଟଙ୍କାରେ ମଣିବାବାଙ୍କ ମନ୍ଦିର ଭିତର ବେଢା ପରିସର, ପାଚେରୀ, ଶ୍ରାବଣୀ ମଣ୍ଡପ, ୪ଦ୍ବାର ଗୁମୁଟ ନୂଆ ରୂପରେଖ ପାଇଥିବାବେଳେ ଗଣେଶ ମଣ୍ଡପ, ଗଳିଘର ମନ୍ଦିର ଦଧିନଉତି ଆଦି ମରାମତି କରାଯାଇଥିଲା। ତାହାସହ ମନ୍ଦିର କାର୍ଯ୍ୟାଳୟ ଗୃହ, ମୁଖ୍ୟ ସିଂହଦ୍ବାର, ଦକ୍ଷିଣ ଦ୍ବାରର ବାହାର ରାସ୍ତା ଆଦି ନୂଆ ରୂପରେ ଗଢା ଯାଇଥିଲା। ସେହିପରି ୨ୟ ପର୍ଯ୍ୟାୟରେ ୪୨କୋଟି ଟଙ୍କାରୁ ୧୮କୋଟି ଟଙ୍କାରେ ଉନ୍ନୟନମୂଳକ କାର୍ଯ୍ୟ ଓ ପରିକ୍ରମା ମାର୍ଗ ନିମନ୍ତେ ବିସ୍ଥାପିତ ହେଉଥିବା ୧୦୩ ପରିବାରଙ୍କୁ ୨୪କୋଟି ଟଙ୍କା ପ୍ରଦାନ କରାଯିବ। ଏଥିପାଇଁ ୨୦୨୩/୨୪ମସିହାରେ ଭୂମିପୂଜନ କରାଯାଇ ଆଗନ୍ତୁକ ଭକ୍ତଙ୍କ ସୁବିଧା ନିମନ୍ତେ ଏକ ବିଶାଳ ଗାଡି ପାର୍କିଂ ସ୍ଥଳ ନିର୍ମାଣ ସମ୍ପୂର୍ଣ୍ଣ ହୋଇଥିବାବେଳେ ୫୧ଫୁଟ ଉଚ୍ଚର ଧ୍ୟାନମଗ୍ନ ଶିବମୂର୍ତ୍ତି ନିର୍ମାଣ ସହ ଶିବପ୍ଲାଜା ନିର୍ମାଣ, ଶିବଗଙ୍ଗା ପୁଷ୍କରିଣୀର ଉନ୍ନତିକରଣ ସହିତ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ନାଦଚଲା ଦର୍ଶନ ପଥ ନିର୍ମାଣ କାର୍ଯ୍ୟ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ହେଲେ ପ୍ରଶାସନିକସ୍ତରରେ କେତେକ ପ୍ଲଟରେ ଠିକ୍‌ ମାପଚୁପ ହୋଇ ନ ଥିବାବେଳେ, ବିସ୍ଥାପିତଙ୍କ ଦାବି ଅନୁଯାୟୀ ୨ଗୁଣା ଟଙ୍କା ସହ ଜମି ଯୋଗାଇ ଦେବା ପାଇଁ ପୂର୍ବରୁ ଆଲୋଚନା ହୋଇଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ହୋଇନଥିବାରୁ ବିସ୍ଥାପିତମାନେ ସହମତି ପ୍ରକାଶ ନକରି ଜାଗା ଛାଡି ନଥିଲେ। ଏଥିପାଇଁ ସୋମବାର ଭଦ୍ରକ ଜିଲାପାଳ ତଥା ଆରଡିପୀଠ ଉନ୍ନୟନ କମିଟିର ଅଧ୍ୟକ୍ଷ ଦୀଲିପ ରାଉତରାୟ, ଉପଜିଲାପାଳ ତଥା ଟ୍ରଷ୍ଟି ସୌରଭ ଚକ୍ରବର୍ତ୍ତୀ, ଡେପୁଟି କଲେକ୍ଟର ତଥା ଜିଲା ଭୂର୍ଜନ ଅଧିକାରୀ କାର୍ତ୍ତିକନାଥ ମଣ୍ଡଳ, ଚାନ୍ଦବାଲି ତହସିଲଦାର ଭବତୋଷ ମଲିକ, ମନ୍ଦିର ନିର୍ବାହୀ ଅଧିକାରୀ ବିଦ୍ୟାଧର ପଲାଇ, ଟ୍ରଷ୍ଟବୋର୍ଡ ସଭ୍ୟ ସରୋଜ ଦାସ, ସେବାୟତ ପ୍ରତିନିଧି ସନ୍ତୋଷ ପାଢୀଙ୍କ ସହ ଅନ୍ୟାନ୍ୟ ଅଧିକାରୀ ଓ ବିସ୍ଥାପିତଙ୍କ ମଧ୍ୟରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ମନ୍ଦିର ଅତିଥି ଭବନରେ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଅଟକି ରହିଥିବା ଆଖଣ୍ଡଳମଣିଙ୍କ ମନ୍ଦିର ପରିକ୍ରମା ମାର୍ଗ ନିମନ୍ତେ ଜମି ଅଧିଗ୍ରହଣ କାର୍ଯ୍ୟ ତ୍ବରିତ୍ବ କରି ଖୁବଶୀଘ୍ର କାର୍ଯ୍ୟ ଆରମ୍ଭ ନିମନ୍ତେ ସମସ୍ତ ବିସ୍ଥାପିତଙ୍କ ସହଯୋଗ ଲୋଡିଥିଲେ ଜିଲାପାଳ ଶ୍ରୀ ରାଉତରାୟ। ହେଲେ ପୂର୍ବ ପ୍ରଶାସନ ନିକଟରେ ବିସ୍ଥାପିତ ଦେଇଥିବା ଦାବି କେତେବାଟ ଆଗେଇଛି ବୋଲି ବିସ୍ଥାପିତମାନେ ପ୍ରଶ୍ନ କରିବାରୁ ପ୍ରଶାସନ ତାହାର ଉତ୍ତର ରଖି କହିଥିଲେ କି, ପୂର୍ବରୁ ଯାହାକିଛି ଯୋଜନା ହୋଇଥିଲା ସେଥିରେ କିଛିଟା ପରିବର୍ତ୍ତନ କରାଯାଇଛି। ବିସ୍ଥାପିତମାନଙ୍କୁ ଯେଉଁ ଟଙ୍କା ସହ ଜମି ଯୋଗାଇ ଦେବାର ଥିଲା ଚଳିତ ସରକାର ନାକଚ କରିଦେଇଛନ୍ତି। ପୁନର୍ବାର ଆଉ ଏକ ପ୍ରସ୍ତାବ ଜିଲା ପ୍ରଶାସନ ପକ୍ଷରୁ ରାଜ୍ୟ ସରକାରଙ୍କ ନିକଟକୁ ପଠାଯିବ। ଏଥିପୂର୍ବରୁ ସମସ୍ତ ବିସ୍ଥାପିତ ସହଯୋଗ କରି ନିଜର ସହାୟତା ରାଶି ନେଇ ଏଗ୍ରିମେଣ୍ଟ କରିପାରିବେ ବୋଲି ଜିଲା ପ୍ରଶାସନ ପକ୍ଷରୁ କୁହାଯାଇଥିଲା। ହେଲେ ବିସ୍ଥାପିତମାନେ ପୁର୍ନବାର ଦାବି ଉଠାଇ କହିଥିଲେ କି ପ୍ରଥମେ ଜମି ଓ ନୀତିକାନ୍ତି ନିମନ୍ତେ ଆସବାବପତ୍ର ରଖିବା ପାଇଁ ଘର ଯୋଗାଇ ଦେଲେ ଚୁକ୍ତିନାମା କରିବେ ବୋଲି ରୋକଠୋକ ଭାବେ କହିଥିଲେ। ପରେ ଜିଲାପାଳ ଶ୍ରୀ ରାଉତରାୟ ଏ ବାବଦରେ ସରକାରଙ୍କ ସହ ଆଲୋଚନା କରି ପରବର୍ତ୍ତୀ ବୈଠକରେ ଜଣାଇବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

ଏହାସହ ଚଳିତ ସରକାର ଯୋଗାଇ ଦେଇଥିବା ୧୦କୋଟି ଟଙ୍କାରେ ଆରଡି ଭବନ ନିର୍ମାଣ ହେବା ସହ ଆଖଣ୍ଡଳମଣିଙ୍କ ଐତିହ୍ୟର ଏକ ମ୍ୟୁଜିୟମ ନିର୍ମାଣ, ଅନ୍ୟ ଏକ ଗାଡିପାର୍କିଂ ନିର୍ମାଣ, ଏକ ଶୌଚାଳୟ ନିର୍ମାଣ କରାଯିବ ବୋଲି ଉପଜିଲାପାଳ ଶ୍ରୀ ଚକ୍ରବର୍ତ୍ତୀ କହିଥିଲେ। ସେହିପରି ଶିବମାହାରା ନାଳକୁ ବୈତରଣୀ ନଦୀରୁ ଜଳ ଯାତାୟତ ନିମନ୍ତେ ଏକ ବଡ କର୍ଲଭଟ ନିର୍ମାଣ ସହ ସଫେଇ ଆଦି ବାବଦରେ ଆଲୋଚନା ହୋଇଥିଲା। ବିଶେଷକରି ମନ୍ଦିର ଭିତରେ ଅସାମାଜିକ ବ୍ୟକ୍ତିଙ୍କୁ ସାବାଡ ପାଇଁ ଅଲଟିମେଟ ସିସି କ୍ୟାମେରା ସ୍ଥାପନ ସହ ମନ୍ଦିରରେ ସଂସ୍କାର ଆଣିବା ପାଇଁ ଦୃଢ ପଦକ୍ଷପ ନିଆଯିବ ବୋଲି ଟ୍ରଷ୍ଟି ଶ୍ରୀ ଚକ୍ରବର୍ତ୍ତୀ କହିଥିଲେ। ଯେଉଁ କ୍ୟାମେରାକୁ ଜିଲାପାଳଙ୍କ ସହ ଟ୍ରଷ୍ଟି, ଏସପି, ତହସିଲିଦାର ପ୍ରମୁଖ ଭଦ୍ରକରେ ରହି ଦେଖି ପାରିବେ।

- Advertisement -

ଅନ୍ୟପଟେ ବିସ୍ଥାପିତଙ୍କ ଅବଗତି ନିମନ୍ତେ ୭ଦିନ ମଧ୍ୟରେ ମନ୍ଦିର କାର୍ଯ୍ୟାଳୟ ପରିସରରେ ସବିଶେଷ ତଥ୍ୟ ନଟକା ଜାରି କରାଯିବ। ଏଥିରେ କୌଣସି ତୃଟି ଥିଲେ ବିସ୍ଥାପିତମାନେ ୭ଦିନ ମଧ୍ୟରେ ଜିଲା ପ୍ରଶାସନଙ୍କୁ ଜଣାଇ ପାରିବେ ବୋଲି ଭୂର୍ଜନ ଅଧିକାରୀ ଶ୍ରୀ ମଣ୍ଡଳ କହିଥିଲେ।

Hot this week

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

Related Articles

Popular Categories