www.samajalive.in
Monday, December 8, 2025
16.1 C
Bhubaneswar

ସନ୍ଧ୍ୟା ୬ଟା – ବଡ଼ ଖବର

–ଟୋକିଓ ଅଲିମ୍ପିକ୍ସ: ବ୍ରୋଞ୍ଜ ପଦକ ଜିତିଲେ ପି.ଭି ସିନ୍ଧୁ। ବ୍ୟାଡମିଣ୍ଟନ ମହିଳା ସିଙ୍ଗଲ୍ସରେ ଚୀନ ପ୍ରତିଦ୍ବନ୍ଦୀଙ୍କୁ ହରାଇଲେ ପି.ଭି.ସିନ୍ଧୁ। ଚୀନର ବ୍ୟାଡମିଣ୍ଟନ ଖେଳାଳି ହେ ଚିଙ୍ଗ ଜିଆଓଙ୍କୁ ସିଧାସଳଖ ୨-୦ ସେଟରେ ହରାଇଲେ।

–ସ୍କୁଲ ଖୋଲିବା ଗାଇଡଲାଇନ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ସୂଚନା।  ଦଶମ, ଦ୍ବାଦଶ ପାଇଁ ଖୋଲିଛି, ୧୬ରୁ ନବମ ପିଲାଙ୍କ ପାଇଁ ଖୋଲିବ।

- Advertisement -

–ଏକାଦଶ ପାଇଁ ନାମଲେଖା ହୋଇନି; ପ୍ରଥମରୁ ଅଷ୍ଟମ ଶ୍ରେଣୀ ଖୋଲିବା ପାଇଁ ତର୍ଜମା କରାଯିବା ପରେ ନିଆଯିବ ନିଷ୍ପତ୍ତି। ପିଲା ସ୍କୁଲ ଯିବାକୁ ଆଗ୍ରହୀ, ବିଚାର କରି ଏସଆରସି ନିଷ୍ପତ୍ତି ନେଇଛନ୍ତି-ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ

–ୟୁଏନଏସସି : ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ମୋଦୀ ସୁରକ୍ଷା ପରିଷଦ ବୈଠକରେ ଅଧ୍ୟକ୍ଷତା କରିବେ। ଆଜିଠାରୁ ଭାରତ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ସଂସ୍ଥା  ମିଳିତ ଜାତିସଂଘ ସୁରକ୍ଷା ପରିଷଦର ଅଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କରିଛି

– ଦେଶରେ ଜୁଲାଇ ମାସରେ ସାମଗ୍ରୀ ଓ ସେବା କର(ଜିଏସଟି) ରାଜସ୍ବ ସଂଗ୍ରହ ଏକ ଲକ୍ଷ ୧୬ ହଜାର କୋଟି ଅତିକ୍ରମ କରିଛି- ଅର୍ଥ ମନ୍ତ୍ରଣାଳୟର ସୂଚନା

–ସାରା ଦେଶରେ ଆଜି ମୁସଲ୍‍ମାନ ମହିଳା ଅଧିକାର ଦିବସ ପାଳନ କରାଯାଉଛି। ତିନି ତଲାକ୍‍ ବିରୋଧରେ ଆଇନ ପ୍ରଣୟନ ପାଇଁ ଆଜି ଏହି ଦିବସ ପାଳନ କରାଯାଉଛି।

–ଦୀର୍ଘ ତିନି ମାସ ପରେ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଭିତରକନିକା। ଆସନ୍ତା ୫ ତାରିଖରୁ ଭିତରକନିକା ଜାତୀୟ ଉଦ୍ୟାନ ଖୋଲିବା ନେଇ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଥିବା ରାଜନଗର ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି

–ଦିଲ୍ଲୀ ଏନସିଆରରେ ବର୍ଷା: ଦିଲ୍ଲୀ ଏନସିଆର ଅନେକ ସ୍ଥାନରେ ଗତକାଲି ବିଳମ୍ବିତ ରାତିରୁ ବର୍ଷା ହେବା କାରଣରୁ ବିଭିନ୍ନ ସ୍ଥାନ ଜଳମଗ୍ନ ହେବା ସମସ୍ୟା ସୃଷ୍ଟି ହୋଇଛି।

–କେନ୍ଦ୍ରାପଡ଼ାର ପ୍ରସିଦ୍ଧ ମିଷ୍ଟାନ୍ନ ରସାବଳୀକୁ ଜିଆଇ ଟ୍ୟାଗ୍‌ ମାନ୍ୟତା ଦେବା ପାଇଁ ଦାବି । ସାଂସଦ ସୁବାସ ସିଂହଙ୍କ ନେତୃତ୍ବରେ ମୁନ୍ନା ଖାଁ ଓ  ମମତା ମହାନ୍ତ କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟଲଙ୍କୁ  ସ୍ମାରକପତ୍ର ପ୍ରଦାନ

–କ୍ୟାଡ଼ର ମାଓବାଦୀ ଆଏତୁ କୋର୍ସାର ଆତ୍ମସମର୍ପଣ, ଉତ୍ତରାଞ୍ଚଳ ଡିଆଇଜି ଓ ବଲାଙ୍ଗୀର ଏସପିଙ୍କ ନିକଟରେ ଆତ୍ମସମର୍ପଣ

–ଦେଶରେ ଦିନକରେ ଆଉ ୪୧,୮୩୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ମୋଟ ପଜିଟିଭ ସଂଖ୍ୟା ୩,୧୬,୫୫,୮୨୪କୁ ବୃଦ୍ଧି

–ଚିକିତ୍ସାଧୀନ ଅବସ୍ଥାରେ ଆଉ ୫୪୧ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪,୨୪,୩୫୧

–୨୪ ଘଣ୍ଟାରେ ଆଉ ୩୯,୨୫୮ ସୁସ୍ଥ ହୋଇଥିବା ବେଳେ ମୋଟ ୩,୦୮,୨୦,୫୨୧ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ; ସୁସ୍ଥତା ହାର ୯୭.୩୬%

–ଏବେ ଦେଶରେ ୪,୧୦,୯୫୨ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି। ସକ୍ରିୟ ଆକ୍ରାନ୍ତ ହାର ୧.୩୦%

–ସପ୍ତାହିକ ସଂକ୍ରମଣ ହାର ୫% ତଳକୁ ରହିଥିବା ବେଳେ ବର୍ତ୍ତମାନ ଏହା ୨.୪୨%

–ଦୈନିକ ପଜିଟିଭ ହାର ୨.୩୪%` ଦିନକରେ ୬୦,୧୫,୮୪୨ ଟିକା କରଣ ହୋଇଥିବା ବେଳେ ଏଯାଏଁ ୪୭,୦୨,୯୮,୫୯୬ ଟିକା କରଣ ହୋଇସାରିଛି

–୨୪ ଘଣ୍ଟାରେ ୧୭,୮୯,୪୭୨ ନମୁନା ପରୀକ୍ଷା କରାଯାଇଥିବା ବେଳେ ମୋଟ ୪୬,୮୨,୧୬,୫୧୦ ନମୁନା ପରୀକ୍ଷା କରାଯାଇ ସାରିଛି

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories