www.samajalive.in
Sunday, December 7, 2025
14.1 C
Bhubaneswar

ସନ୍ଧ୍ୟା ୬ଟା – ମୁଖ୍ୟ ଖବର

–ସେପ୍ଟେମ୍ୱର ୬ରୁ ଆରମ୍ଭ ହେବ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ)। ପରୀକ୍ଷା ସେପ୍ଟେମ୍ୱର ୧୮ ତାରିଖ ଯାଏ ଚାଲିବ।

–ଦୈନିକ ୩ଟି ସିଫ୍ଟରେ କମ୍ପ୍ୟୁଟ୍‌ର ବେସଡ୍‌ ଟଷ୍ଟ(ସିବିଟି) ପରୀକ୍ଷା ହେବ। ଏନେଇ ସୂଚନା ଦେଇଛନ୍ତି ଓଜେଇଇ ଅଧ୍ୟକ୍ଷ ସୁଦୀପ ଚାନ୍ଦ।

- Advertisement -

–ଆଜି ଆମ୍ବୁଲାନ୍ସକୁ ଏକ ଟ୍ରେଲର ଧକ୍କା ଦେବାଫଳରେ ୪ଜଣଙ୍କ ମୃତ୍ୟୁ ହୋଇଛି। ଘଟଣାସ୍ଥଳରେ ୩ଜଣଙ୍କ ମୃତ୍ୟୁ ହୋଇଥିଲା। ଜଣଙ୍କୁ ସେଠାରୁ ଉଦ୍ଧାର ପରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଓ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ

–ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ରାୟଗଡ଼ା ଜିଲ୍ଲା ଅମ୍ବାଦଳା ନିକଟ ମଞ୍ଜରିକୋପା ନିକଟରେ ଘଟିଛି। ବିଷମକଟକରୁ ଚିକିତ୍ସା ସାରି ବଲାଙ୍ଗିର ଜିଲାର ବଙ୍ଗୋମୁଣ୍ଡା ଫେରିବା ବେଳେ ଏହି ଦୁର୍ଘଟଣା ଘଟିଛି।

–ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ ଜାମୁଟଝୁଲା ଗାଁର ରାଜ ଗୋପାଳ ଭୋଇଙ୍କ ଗିନିଜ୍ ବୁକ୍ ଅଫ୍ ୱାର୍ଲଡ୍ ରେକର୍ଡ ନିଶା; ଗୋଟିଏ ଆଙ୍ଗୁଠିରେ ୩ ଘଣ୍ଟା ହକି ଷ୍ଟିକ୍ ବାଲାନ୍ସ

–ବୁଣାକାରଙ୍କ ପାଇଁ ସ୍ବତନ୍ତ୍ର ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ବିନା ସୁଧରେ ପଚାଶ ହଜାର ଟଙ୍କା ପର୍ଯ୍ୟନ୍ତ ମିଳିବ ଋଣ। ପ୍ରତି ତନ୍ତ ବସିବା ସ୍ଥଳ କଂକ୍ରିଟ ପାଇଁ ୭୦୦୦ ଟଙ୍କା ଲେଖାଏଁ ଖର୍ଚ୍ଚ କରାଯିବ। 

–ଏହି ପ୍ୟାକେଜରେ କଂକ୍ରିଟ୍‌ ହୋଇନଥିବା ୧୫,୦୦୦ ତନ୍ତ ବସିବା ସ୍ଥଳକୁ ପର୍ଯ୍ୟାୟକ୍ରମେ ଆଗାମୀ ତିନି ବର୍ଷରେ କଂକ୍ରିଟ କରାଯିବ। 

–ଆଗାମୀ ପଞ୍ଚାୟତ ନିର୍ବାଚନରେ ୨୭ % ଓବିସି ପ୍ରାର୍ଥୀ ଦେବ ବିଜେଡ଼ି, ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଏବଂ ମନ୍ତ୍ରୀ ଅରୁଣ ସାହୁଙ୍କ ସୂଚନା

–ଆସନ୍ତାକାଲି ପ୍ରକାଶ ପାଇବ +୨ କଳା ଓ ଧନ୍ଦାମୂଳକ ଶିକ୍ଷା ରେଜଲ୍ଟ, ରେଜଲ୍ଟ ବାହାରିବା ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା। orissaresults.nic.in ରେ ରେଜଲ୍ଟ ପାଇପାରିବେ

–ଯାନବାହନ ସ୍କ୍ରାପେଜ ନୀତି ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଶୁଭାରମ୍ଭ; ଗୁଜରାଟରେ ନିବେଶକ ସମ୍ମିଳନୀକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

–ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୪୦,୧୨୦ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ। ଦିନକ ମଧ୍ୟରେ ୪୨,୨୯୫ ଜଣ କରୋନା ସଂକ୍ରମିତ ସୁସ୍ଥ। ଦେଶରେ ମୋଟ ୩,୧୩,୦୨,୩୪୫ ଜଣ କରୋନା ସଂକ୍ରମିତ ସୁସ୍ଥ

–ଦେଶରେ ସଂପ୍ରତି ୩,୮୫,୨୨୭ ଜଣ ସକ୍ରିୟ କରୋନା ରୋଗୀ। ଦେଶରେ ଆରୋଗ୍ୟ ହାର ୯୭.୪୬%  ; ଦୈନିକ ସଂକ୍ରମଣ ହାର ୨.୦୪% ଓ ସାପ୍ତାହିକ ସଂକ୍ରମଣ ହାର ୨.୧୩%

–ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୬୦ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ; ବରଗଡ ଜିଲାରୁ ସର୍ବାଧିକ ୧୩ ,ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୬୭୫୭

–ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାରେ ୧୧୯୩ ନୂଆ ସଂକ୍ରମିତ ଚିହ୍ନଟ ; ସଂଗରୋଧରୁ ୬୯୫ ଓ ସ୍ଥାନୀୟ ସଂକ୍ରମିତ ୪୯୮। ଆଉ ୧୧୭୭ ଜଣ ସୁସ୍ଥ ;  ରାଜ୍ୟରେ ସଂପ୍ରତି ୧୦୮୦୯ ଜଣ ସକ୍ରିୟ କରୋନା ସଂକ୍ରମିତ

–କେନ୍ଦ୍ରାପଡ଼ା ଭାରିଗଦାରେ ଭଙ୍ଗାରୁଜା ଘଟଣାରେ ୨୪ ଅଭିଯୁକ୍ତ ଗିରଫ

–ରାଜୌରୀରେ ଭାଜପା ନେତାଙ୍କ ଘର ଉପରେ ଗ୍ରେନେଡ ଆକ୍ରମଣ, ଜଣେ ଶିଶୁ ମୃତ, ୬ ଆହତ

–ଖୋର୍ଦ୍ଧାରୁ ଜବତ ହେଲା ୧ କିଲୋଗ୍ରାମ ୩୨0 ଗ୍ରାମ ବାଉନସୁଗର; ୩ ଗିରଫ

–ସୁରକ୍ଷାକର୍ମୀ–ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ; ଜଣେ ଆତଙ୍କବାଦୀ ନିହତ

–ମୁମ୍ବଇରେ ଡେଲଟା ପ୍ଲସ ପ୍ରକରଣରେ ପ୍ରଥମ ମୃତ୍ୟୁ; ଦୁଇଟି ଟିକା ନେଇସାରିଥିଲେ ମୃତ ମହିଳା

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories