www.samajalive.in
Saturday, December 6, 2025
16.1 C
Bhubaneswar

ରାତି ୮ଟା – ମୁଖ୍ୟ ଖବର

–ଟୋକିଓ ଅଲିମ୍ପିକ୍ସ ଉଦଯାପିତ-ଆମେରିକା ଟପ୍ପର। ୩୯ଟି ସ୍ବର୍ଣ୍ଣ ପଦକ ସହ ୧୧୩ଟି ପଦକ ଜିତି ଆମେରିକା ଟେବୁଲ ଟପ୍ପର। ୩୮ଟି ସ୍ବର୍ଣ୍ଣ ସହ ୮୮ଟି ପଦକ ଜିତି ଦ୍ବିତୀୟ ସ୍ଥାନରେ ରହିଲା ଚୀନ।

–ଆୟୋଜକ ଜାପାନ ୨୭ଟି ସ୍ବର୍ଣ୍ଣ ସହ ୫୮ଟି ପଦକ ଜିତି ତୃତୀୟ ସ୍ଥାନ ଅଧିକାର। ବ୍ରିଟେନ ଚତୁର୍ଥ, ଋୁଷିୟ ଅଲିମ୍ପିକ୍ସ କମିଟି ପଞ୍ଚମ, ଅଷ୍ଟ୍ରେଲିୟାକୁ ଷଷ୍ଠ ସ୍ଥାନ।

- Advertisement -

–ଗୋଟିଏ ସ୍ବର୍ଣ୍ଣ, ୨ଟି ରୌପ୍ୟ ଓ ୪ଟି ବ୍ରୋଞ୍ଜ ସହ ଭାରତକୁ ୭ଟି ପଦକ। ଦଳଗତ ଶ୍ରେଷ୍ଠ ପ୍ରଦର୍ଶନ ସହ ୭ଟି ପଦକ ଜିତି ୪୮ତମ ସ୍ଥାନରେ ଭାରତ।

–ସମ୍ବଲପୁର ପୁଲିସ କବଜାରେ ନକଲି ଟଙ୍କା ତିଆରି ଗ୍ୟାଙ୍ଗ। ୧୩ଲକ୍ଷ ୮୫ ହଜାର ଜାଲ ନୋଟ ଜବତ ସହ ୬ ଗିରଫ

–ଯାଜପୁର ବିଞ୍ଝାରପୁର ବ୍ଲକ ଜେଇ, ପିଇଓ, ଜିଆରଏସଙ୍କୁ ନିଲମ୍ବନ। ଦୁର୍ନୀତି ଅଭିଯୋଗରେ ନିଲମ୍ବନ କରାଯାଇଥିବା ନେଇ ଜିଲାପାଳଙ୍କ ସୂଚନା

–ଭୁବନେଶ୍ବର ୪ ନମ୍ବର ମାଛ ମାର୍କେଟ ସିଲ କଲା ବିଏମସି। ସପ୍ତାହନ୍ତ ସଟଡାଉନରେ ମାଛ ମାର୍କେଟ ଖୋଲା ଥିବାରୁ ଅନିର୍ଦ୍ଧିଷ୍ଟକାଳ ପର୍ଯ୍ୟନ୍ତ ସିଲ

–କଟକରେ ପୁଣି ନକଲି ଗୁଟଖା ଓ ଜର୍ଦ୍ଦା ଫ୍ୟାକ୍ଟ୍ରି ଠାବ, ଦୁଇ ଅଟକ। ନିଶା ଟାବଲେଟ, ଗଞ୍ଜେଇ ପତ୍ର, ଭାଙ୍ଗ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ

–ଆସନ୍ତାକାଲିଠାରୁ ଖୋଲିବ ରାଜ୍ୟର ସବୁ ବୈଷୟିକ ଶିକ୍ଷାନୁଷ୍ଠାନ। କୋଭିଡ ଗାଇଡଲାଇନରେ  କେବଳ ଶେଷ ବର୍ଷ ଛାତ୍ରଛାତ୍ରୀଙ୍କ ପାଇଁ ଖୋଲିବ ସମସ୍ତ ବୈଷୟିକ ଶିକ୍ଷାନୁଷ୍ଠାନ।

–ଦେଶବିଦେଶରେ ମହକିବ କୋରାପୁଟ କଫି, ‘କୋରାପୁଟ କଫି’ର ବିକ୍ରିବଟା ପାଇଁ ସହମତି ପ୍ରକାଶ କରିଛି ‘ଟାଟା କଫି’। ପ୍ରଥମ ଥର ପାଇଁ ଓଡ଼ିଶାରୁ କଫି କ୍ରୟ କରିବାକୁ ଯାଉଛି ‘ଟାଟା କଫି’

–କୋଭାକ୍ସିନ ଓ କୋଭିଶିଲ୍ଡର ମିଶ୍ରିତ ଡୋଜ୍‌ ଅଧିକ ଫଳପ୍ରଦ। ଅଧିକ ରୋଗ ପ୍ରତିଶେଧକ ଶକ୍ତି ବୃଦ୍ଧିରେ ସହାୟକ। କରୋନା ଯୁଦ୍ଧରେ ଅଧିକ ପ୍ରଭାବଶାଳୀ କୋଭାକ୍ସିନ ଓ କୋଭିଶିଲ୍ଡର ମିଶ୍ରିତ ଡୋଜ୍‌କୁ ନେଇ ପରୀକ୍ଷା ଜାରି ରହିଛି।

–ମାଲଗୋଦାମର ପୃଥକ ସ୍ଥାନରେ କମିଶନରେଟ ପୁଲିସର ଚଢ଼ାଉ, ବିପୁଳ ପରିମାଣର ନକଲି ଗୁଟଖା, ସିଗାରେଟ ଓ ମାଦକ ଦ୍ରବ୍ୟ ଜବତ, ଜଣେ ଅଟକ

–କନ୍ଧମାଳ ପୁଲିସ ନିକଟରେ ମହିଳା ମାଓବାଦୀଙ୍କ ଆତ୍ମସମର୍ପଣ, କେକେବିଏନ୍ ଡିଭିଜନର ମହିଳା ମାଓବାଦୀ କାନ୍ତି ମଲ୍ଲିକଙ୍କ ଆତ୍ମସମର୍ପଣ

–ନୂଆଦିଲ୍ଲୀ : ଦିଲ୍ଲୀ ବିମାନବନ୍ଦରକୁ ବିସ୍ଫୋରଣରେ ଉଡାଇବାକୁ ଧମକ ; ଦିଲ୍ଲୀ ପୁଲିସକୁ ଅଲକାଏଦାର ଇ-ମେଲ୍‍ ଯୋଗେ ଧମକ ଦେଇଥିବା ସୂଚନା

–ଉତ୍ତରପ୍ରଦେଶର ମାଉ ଜିଲାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ; ୩ ଜଣ ଶିଶୁ ସମେତ ୫ ମୃତ

–ଦେଶରେ ସଂକ୍ରମିତ ତୁଳନାରେ ବୃଦ୍ଧି ଆରୋଗ୍ୟ ସଂଖ୍ୟା ; ନୂଆ ସଂକ୍ରମିତ ୩୯,୦୭୦। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୧୯,୩୪,୪୫୫କୁ ବୃଦ୍ଧି

–ଚିକିତ୍ସାଧୀନ ଅବସ୍ଥାରେ ଆଉ ୪୯୧ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪,୨୭,୮୬୨। ଦିନକରେ ଆଉ ୪୩,୯୧୦ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ମୋଟ ୩,୧୦,୯୯,୭୭୧ ସୁସ୍ଥ

–୪,୦୬,୮୨୨ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ। ଦିନକରେ ୫୫,୯୧,୬୫୭ ଟିକା ନେଇଥିବା ବେଳେ ୫୦,୬୮,୧୦,୪୯୨ ମୋଟ ଟିକା ନେଇ ସାରିଛନ୍ତି

–ରାଜ୍ୟରେ ଦିନକରେ ଆଉ ୬୯ କରୋନା ଆକ୍ରାନ୍ତଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ  ;  ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୬୪୩୫

–ରାଜ୍ୟରେ ୨୪ ଘଣ୍ଟାରେ ଆଉ ୧୨୪୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ; ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୭୧୮ , ସ୍ଥାନୀୟ ୫୨୫।

–ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯,୮୭,୦୭୦କୁ ବୃଦ୍ଧି। ମୋଟ  ୯,୬୮,୪୫୩ ସୁସ୍ଥ। ୧୨,୧୨୯ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ

–ଭିଜିଲାନ୍ସ ଜାଲରେ ନୂଆପଡ଼ା ସିଡିଭିଓ ତ୍ରିଲୋଚନ ଧଳ

 

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories