www.samajalive.in
Saturday, December 6, 2025
16.1 C
Bhubaneswar

ରାତି ୮ଟା – ମୁଖ୍ୟ ଖବର

–ରାଜ୍ୟ କ୍ୟାବିନେଟରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ। ରାଜ୍ୟରେ ୮୯ଟି ବହୁମୁଖୀ ଇନଡୋର ଷ୍ଟାଡ଼ିୟମ ନିର୍ମାଣ ନିଷ୍ପତ୍ତି।

–ଷ୍ଟାଡ଼ିୟମ ପାଇଁ ଖର୍ଚ୍ଚ ହେବ ୬୯୩.୩୫କୋଟି, ୧୮ ମାସରେ ସରିବ। ବ୍ୟାଡମିଣ୍ଟନ, ଟିଟି, ଭାରୋତ୍ତୋଳନ ଆଦି ଷ୍ଟାଡ଼ିୟମରେ ଖେଳାଯିବ।

- Advertisement -

–ପ୍ରାକୃତିକ ବିପର୍ଯ୍ୟୟବେଳେ ଷ୍ଟାଡ଼ିୟମକୁ ଆଶ୍ରୟସ୍ଥଳୀ ଭାବେ ବ୍ୟବହାର ହେବ। ମହାମାରୀବେଳେ ଷ୍ଟାଡ଼ିୟମକୁ ଡାକ୍ତରଖାନା ଭାବେ ବ୍ୟବହାର କରାଯିବ।

–ମୋଟ ୧୬ଟି ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ। ଅପର ଇନ୍ଦ୍ରାବତୀ ଡାହାଣ କେନାଲ ୪୮କିମି ପର୍ଯ୍ୟନ୍ତ କଂକ୍ରିଟ ହେବ।

–ସମ୍ବଲପୁର ଆଇଆଇଏମକୁ ଆଉ ୧୮ ଏକର ଜମି ମାଗଣାରେ ଯୋଗାଇ ଦିଆଯିବ। ଓପିଏସସିର ଗୋଟିଏ ସଦସ୍ୟ ପାଇଁ ଅଞ୍ଜନ ମାଣିକଙ୍କ ନାମ ସୁପାରିସକୁ ମଞ୍ଜୁରୀ।

–ଓଡ଼ିଶା ଫାୟାର ସର୍ଭିସ ରୁଲରେ ସଂଶୋଧନ, ହୋମଗାର୍ଡଙ୍କୁ ମିଳିବ ନିଯୁକ୍ତି। ହୋମଗାର୍ଡଙ୍କ ମଧ୍ୟରୁ ୧୦ ପ୍ରତିଶତ ଅଗ୍ନିଶମ ବାହିନୀରେ ନିଯୁକ୍ତି ପାଇପାରିବେ।

–ଅବଢ଼ା ଯୋଜନାରେ ଶ୍ରୀକ୍ଷେତ୍ର ପରିକ୍ରମା ପ୍ରକଳ୍ପକୁ କ୍ୟାବିନେଟ ମଞ୍ଜୁରୀ। ୩୩୧କୋଟିର ପ୍ରକଳ୍ପ ପାଇଁ ଟାଟା ପ୍ରୋଜେକ୍ଟକୁ କାମ ଦେବାକୁ ନିଷ୍ପତ୍ତି। ୧୮ ମାସରେ ପ୍ରକଳ୍ପ କାମ ସରିବ

–ବଦଳିଲେ ଭଦ୍ରକ ଓ ଢେଙ୍କାନାଳ ଜିଲାପାଳ; ତ୍ରିଲୋଚନ ମାଝୀ ହେଲେ ଭଦ୍ରକ ଜିଲାପାଳ। ସେହିପରି ସରୋଜ କୁମାର ସେଠୀ ହେଲେ ଢେଙ୍କାନାଳ ଜିଲାପାଳ

–ମାଲକାନଗିରି: ଟ୍ରାକ୍ଟର ଓଲଟି ୪ ମୃତ, ୧୯ ଆହତ। ଛତିଶଗଡ଼ ଦନ୍ତେୱାଡ଼ା ଜିଲା ତେଲାମ ଟାଟୁ ନିକଟରେ ଓଲଟିଲା ଟ୍ରାକ୍ଟର। ଆଦିବାସୀ ଦିବସରେ ଭାଗ ନେବାକୁ ଯାଉଥିବାବେଳେ ଅଘଟଣ।

–ଆସନ୍ତାକାଲି ପର୍ଯ୍ୟନ୍ତ ବର୍ଷା ଓ ବଜ୍ରପାତ ନେଇ ୨୦ ଜିଲାକୁ ୟେଲୋ ୱାର୍ଣ୍ଣିଂ।

–ଜାତିସଂଘ ସୁରକ୍ଷା ପରିଷଦ ବୈଠକରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ। ପରିଷଦ ବୈଠକରେ ଅଧ୍ୟକ୍ଷତା କରି ସମ୍ବୋଧନ କଲେ ମୋଦୀ। ସାମୁଦ୍ରିକ ଖୋଲା ବିତର୍କରେ ମୋଦିଙ୍କ ମନ୍ତବ୍ୟ।

–ଆମ ସମୁଦ୍ରପଥ ଅନ୍ତରାଷ୍ଟ୍ରୀୟ ବାଣିଜ୍ୟର ଜୀବନ ରେଖା। ଭାରତ ଅନେକ ଦେଶକୁ ସାମୁଦ୍ରିକ ସୁରକ୍ଷା ତାଲିମ ଦେଇଛି।

–ଟୋକିଓରୁ ସ୍ବଦେଶ ଫେରିଲେ ଅଲିମ୍ପିକ୍ସ ପଦକ ବିଜେତା। ନୂଆଦିଲ୍ଲୀରେ ଅଲିମ୍ପିକ୍ସ ପଦକ ବଜେତାଙ୍କୁ ଉଚ୍ଛ୍ବସିତ ସମ୍ବର୍ଦ୍ଧନା

–ଅଲିମ୍ପିକ୍ସ ହିରୋଙ୍କୁ ସ୍ବାଗତ ଜଣାଇବାକୁ ଉତ୍ସବର ମାହୋଲ। ପଦକ ବିଜେତାଙ୍କୁ ଦିଲ୍ଲୀରେ କରାଯିବ ଭବ୍ୟ ସ୍ବାଗତ। ଅଶୋକା ହୋଟେଲରେ ଆୟୋଜିତ ହୋଇଛି ସମ୍ବର୍ଦ୍ଧନା ଉତ୍ସବ।

–ପାର୍ବଣ ଋତୁ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି। ଏଥିରେ କୋଭିଡ କଟକଣା କଡ଼ାକଡ଼ି ଭାବେ ପାଳନ ସହ ପୂଜା ଆୟୋଜନ ପାଇଁ କମିଟିଗୁଡ଼ିକୁ ସରକାର ଅନୁମତି ଦେଇଛନ୍ତି।

–ପୂର୍ବବର୍ଷ ଭଳି ଏଥର ମଧ୍ୟ ବିନା ଭକ୍ତରେ କେବଳ ପରମ୍ପରା ରକ୍ଷା ପାଇଁ ପୂଜା ପାଳନ କରାଯିବ। ତେବେ ଯେଉଁମାନେସରକାର ଜାରି କରିଥିବା ମାର୍ଗଦର୍ଶିକ ଉଲଙ୍ଘନ କରିବେ ସେମାନଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ

–ସମସ୍ତ କୋଭିଡ ନିୟମ ମାନି ବିଭିନ୍ନ ଶିକ୍ଷାନୁଷ୍ଠାନରେ ଗଣେଶ ପୂଜା ପାଳନ ପାଇଁ ସରକାର ଅନୁମତି ପ୍ରଦାନ କରିଛନ୍ତି। ଅଳ୍ପ ସଂଖ୍ୟକ ଛାତ୍ରଛାତ୍ରୀଙ୍କୁ ନେଇ ଶିକ୍ଷାନୁଷ୍ଠାନରେ ଗଣେଶ ପୂଜା କରାଯାଇପାରିବ।

–ବରିଷ୍ଠ ଅଭିନେତା ଅନୁପମ ଶ୍ୟାମଙ୍କର ସୋମବାର ପରଲୋକ ଘଟିଛି। କିଡ୍‌ନୀ ସଂକ୍ରମଣ ଓ ଏକାଧିକ ଅଙ୍ଗ ଅକାମୀ ହେବା କାରଣରୁ ଆଜି ​‌ସେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି।

–କଟକରୁ ଏକ କେଜି ୧୫୯ ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି । ଏହି ଘଟଣାରେ ୬ଜଣଙ୍କୁ ଗିରଫ କରାଯାଇଛି-ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ସୂଚନା

–ଅମୃତସରରେ ଡ୍ରୋନରୁ ପକାଯାଇଥିବା ବିସ୍ଫୋରକ ଓ ଗୁଳିଗୋଳା ଜବତ, ଅଗଷ୍ଟ ୧୫ ପୂର୍ବରୁ ବଡ଼ ଧରଣର ଆକ୍ରମଣ ଉଦ୍ୟମ ପଣ୍ଡ

–ଗୁଜରାଟରେ ମର୍ମନ୍ତୁଦ ଦୁର୍ଘଟଣା ; ରାସ୍ତା କଡରେ ଶୋଇଥିବା ଲୋକଙ୍କ ଉପରେ ମାଡିଗଲା ଟ୍ରକ , ୮ ମୃତ। ଗଭୀର ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ

–ଓଡ଼ିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୬୬ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ; ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୨୯ ; ରାଜ୍ୟରେ କରୋନା ଜନିତ ମୃତ୍ୟୁ ୬୫୦୧

–ରାଜ୍ୟରେ ଦିନକ ମଧ୍ୟରେ ୮୮୬ ନୂଆ ସଂକ୍ରମିତ ; ସଂଗରୋଧରୁ ୫୧୨ ଓ ସ୍ଥାନୀୟ ସଂକ୍ରମିତ ୩୭୪। ରାଜ୍ୟରେ ଦିନକ ମଧ୍ୟରେ ୧୪୬୩ ସୁସ୍ଥ ହୋଇଥିବାବେଳେ ୧୧୪୮୬ ଜଣ ସକ୍ରିୟ ସଂକ୍ରମିତ

–ଦେଶରେ ଦିନକ ମଧ୍ୟରେ ୩୫,୪୯୯ ନୂଆ ସଂକ୍ରମିତ ଚିହ୍ନଟ। ଗୋଟିଏ ଦିନରେ ୩୯,୬୮୬ ଜଣ ସୁସ୍ଥ ;  ଆରୋଗ୍ୟ ହାର ୯୭.୪୦%

–ଦେଶରେ ମୋଟ ୩,୧୧,୩୯,୪୫୭ ଜଣ କରୋନା ରୋଗୀ ସୁସ୍ଥ। ସଂପ୍ରତି ୪,୦୨,୧୮୮ ଜଣ ସକ୍ରିୟ ରୋଗୀ ରହିଛନ୍ତି

ଦେଶରେ ଦୈନିକ ସଂକ୍ରମଣ ହାର ୨.୫୯% ଏବଂ ସାପ୍ତାହିକ ହାର ୨.୩୫%

–ରବିବାର ସଂଧ୍ୟା ସୁଦ୍ଧା ମୋଟ ୪୮.୧୭ କୋଟି ନମୁନା ପରୀକ୍ଷା କରାଯାଇସାରିଛି। ସେହି ସମୟ ମଧ୍ୟରେ ୫୦.୮୬ କୋଟି ପାନ ଟିକା ଦିଆଯାଇଛି

–ତାଲିବାନ ଦଖଲରେ କୁନ୍ଦୁଜ ସମେତ ଆଉ ୩ ଆଫଗାନ ସହର

–କ୍ଷୁଦ୍ର ବ୍ୟବସାୟୀ ଓ କାରିଗରଙ୍କୁ ସମର୍ଥନ ଯୋଗାଇବେ ଆଇଆଇଏମ୍ ସମ୍ବଲପୁର ଓ ଫ୍ଲିପକାର୍ଟ

–ଅମ୍ଳଜାନ ସଂରକ୍ଷଣ ଓ ସଚେତନତା ବୃଦ୍ଧି ପାଇଁ ନୂତନ ପ୍ରୟାସ

–‘ଭାରତ ଯୋଡୋ’ କାର୍ୟ୍ୟକ୍ରମରେ ସାମ୍ପ୍ରଦାୟିକ ସ୍ଲୋଗାନ

–ବାଂଲାଦେଶରେ ହିନ୍ଦୁ ମନ୍ଦିର, ଦୋକାନ ଓ ହିନ୍ଦୁଙ୍କ ଉପରେ ଆକ୍ରମଣ; ୧୦ ଗିରଫ

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories