www.samajalive.in
Friday, November 14, 2025
25.1 C
Bhubaneswar

୧୬ଟି ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ମୋଟ ୧୬ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। କ୍ରୀଡା, ଯୁବ ବ୍ୟାପାର, ଅର୍ଥ, ଜଳସଂପଦ, ସ୍ୱାସ୍ଥ୍ୟ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ପରି ଅନେକ ବିଭାଗର ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ କ୍ୟାବିନେଟ୍‌ ମୋହର ବାଜିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟ୍‌ ବୈଠକରେ ଏସବୁ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ଅପର ଇନ୍ଦ୍ରାବତୀ ଦକ୍ଷିଣ ପାର୍ଶ୍ୱ କେନାଲର ପୁନରୁଦ୍ଧାରକୁ କ୍ୟାବିନେଟର ଅନୁମୋଦନ। ଅପର ଇନ୍ଦ୍ରାବତୀ ଡାହାଣ କେନାଲ ୪୮କିମି ପର୍ଯ୍ୟନ୍ତ କଂକ୍ରିଟ ହେବ। ଏଥିପାଇଁ ୧୪୮କୋଟି ୧୨ଲକ୍ଷ ୬୫ହଜାର ୮୯୪. ୩୦ କୋଟି ଟଙ୍କା ଖର୍ଚ୍ଚ ହେବ। ଏଥିରେ କଳାହାଣ୍ଡି ଜିଲାର ୪୨ହଜାର ୪୫୫ ହେକ୍ଟର ଚାଷ ଜମି ଜଳସେଚିତ ହେବ। କଳାହାଣ୍ଡି ଜିଲାର ୧୫୨୬୦ ହେକ୍ଟର ଚାଷଜମିକୁ ଜଳ ଯୋଗାଣ କରାଯାଇାପରିବ।

 

- Advertisement -

ସେହିପରି ସମ୍ବଲପୁର ଆଇଆଇଏମକୁ ଆଉ ୧୮ ଏକର ଜମି ମାଗଣାରେ ଯୋଗାଇ ଦିଆଯିବ। ଓଡ଼ିଶା ଲୋକସେବା ଆୟୋଗ(ଓପିଏସସି)ର ଗୋଟିଏ ସଦସ୍ୟ ପାଇଁ ଅଞ୍ଜନ ମାଣିକଙ୍କ ନାମକୁ ମଞ୍ଜୁରୀ ମିଳିଛି। ଓଡ଼ିଶା ଫାୟାର ସର୍ଭିସ ରୁଲରେ ସଂଶୋଧନ କରାଯାଇଥିବାବେଳେ ଏବେ ଏଥିରେ ହୋମଗାର୍ଡଙ୍କୁ ନିଯୁକ୍ତି ମିଳିବ। ହୋମଗାର୍ଡଙ୍କ ମଧ୍ୟରୁ ୧୦ ପ୍ରତିଶତ ଅଗ୍ନିଶମ ବାହିନୀରେ ନିଯୁକ୍ତି ପାଇପାରିବେ। ଅବଢ଼ା ଯୋଜନାରେ ଶ୍ରୀକ୍ଷେତ୍ର ପରିକ୍ରମା ପ୍ରକଳ୍ପକୁ କ୍ୟାବିନେଟ ମଞ୍ଜୁରୀ। ୩୩୧କୋଟିର ପ୍ରକଳ୍ପ ପାଇଁ ଟାଟା ପ୍ରୋଜେକ୍ଟକୁ କାମ ଦେବାକୁ ନିଷ୍ପତ୍ତି। ୧୮ ମାସରେ ପ୍ରକଳ୍ପ କାମ ସରିବ ବୋଲି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି।

Hot this week

୬ ରାଜ୍ୟର ୮ଟି ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ଭୋଟ ଗଣତି

ସମାଜ ଡିଜିଟାଲ ଡେସ୍କ: ବିହାର ବିଧାନସଭା ନିର୍ବାଚନ ଫଳାଫଳ ସହିତ ଆଜି...

ରାଘୋପୁରରେ ତେଜସ୍ୱୀ ଯାଦବ ପଛରେ, ଏନଡିଏ ୧୯୨ ଆସନରେ ଆଗୁଆ

ଡେସ୍କ: ଶୁକ୍ରବାର ସକାଳ ୮ଟାରେ ଗୁରୁତ୍ୱପୂର୍ଣ୍ଣ ବିହାର ବିଧାନସଭା ନିର୍ବାଚନ ପାଇଁ...

ବିହାର ଜନାଦେଶ: ୧୯୦ ସିଟରେ ଆଗୁଆ ଏନଡିଏ

ସମାଜ ଡିଜିଟାଲ ଡେସ୍କ: ବିହାର ବିଧାନସଭା ନିର୍ବାଚନ ପାଇଁ ଭୋଟ ଗଣତି...

୭ମ ରାଉଣ୍ଡ ସୁଦ୍ଧା ଜୟ ଢୋଲକିଆଙ୍କୁ ୩୬, ୦୮୮ ଭୋଟ୍

ନୂଆପଡ଼ା: ନୂଆପଡ଼ାରେ ବଡ଼ ବିଜୟ ପଥେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ।...

Related Articles

Popular Categories