www.samajalive.in
Sunday, December 7, 2025
26.1 C
Bhubaneswar

ଦରମା ନପାଇ ବେଗୁନିଆ ଏକ୍ସଚେଞ୍ଜରେ ତାଲା ପକାଇଲେ କର୍ମଚାରୀ

ବେଗୁନିଆ: ଖୋର୍ଦ୍ଧା ଜିଲ୍ଲା ଟେଲିକମ ଏସ ଡି ଓ ଗ୍ରାମାଞ୍ଚଳଙ୍କ ଅଧିନସ୍ଥ ବେଗୁନିଆ ଏକ୍ସଚେଞ୍ଜରେ କାର୍ଯ୍ୟରତ କର୍ମଚାରୀମାନେ ଦୀର୍ଘ ୭ ମାସ ହେବ ସେମାନଙ୍କର ପାରିଶ୍ରମିକ ନପାଇ ଆଜି ସକାଳୁ ସମ୍ପୃକ୍ତ ଏକ୍ସଚେଞ୍ଜ ରେ ତାଲା ପକାଇ କାର୍ଯ୍ୟାଳୟ ଆଗରେ ବସି ରହିଥିଲେ । ଫଳରେ ଏକ୍ସଚେଞ୍ଜରେ କାର୍ଯ୍ୟ କରିବା ପାଇଁ ଆସିଥିବା ଜେ ଇ କୁଶଳ ଟୁଡୁ କାମ କରି ନପାରି ଏକ୍ସଚେଞ୍ଜ ଆଗରେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରି ରାସ୍ତା ଉପରେ ଠିଆ ହୋଇ ରହିଥିଲେ । ବିଏସଏନଏଲ କର୍ତ୍ତୃପକ୍ଷ ଠିକଦାରମାନଙ୍କୁ ଏକ୍ସଚେଞ୍ଜ ଏବଂ ଜେଲିକେଵଲ ଦାଇତ୍ତ୍ବ ହସ୍ତାନ୍ତର କରିବା ପରେ ଠିକାଦାର ବେଗୁନିଆ ଏବଂ କଣ୍ଟାବାଡ଼ ଏକ୍ସଚେଞ୍ଜ ପାଇଁ ସନାତନ ବେହେରା ଏବଂ ବାନାମ୍ବର ବରାଡ଼ଙ୍କୁ ମାସିକ ୨ ହଜାର ଟଙ୍କା ଲେଖାଏଁ ଦେଇ କାର୍ଯ୍ୟ କରାଉଥିବା ବେଳେ ଠିକାଦାର ଏ ବାବଦରେ ବିଏସଏନଏଲ କର୍ତ୍ତୃପକ୍ଷଙ୍କ ଠାରୁ ୧୫ ହଜାର ଟଙ୍କା ପାଉଥିବାର ଜଣାପଡିଛି । କିନ୍ତୁ ସମ୍ପୃକ୍ତ କର୍ମଚାରୀମାନେ ବେଗୁନିଆ ଏବଂ କଣ୍ଟାବାଡ଼ ଏକ୍ସଚେଞ୍ଜର ସମସ୍ତ କାର୍ଯ୍ୟ କରୁଥିବାବେଳେ ସେମାନଙ୍କୁ ଠିକାଦାର ଦୀର୍ଘ ୭ ମାସର ପ୍ରାପ୍ୟ ଦେଇନଥିଲେ । ଫଳରେ ସ୍ୱଳ୍ପ ପରିମାଣର ପାରିଶ୍ରମିକ ପାଇ ଆଜି ଦିନରେ ପରିବାର ଚଳାଇବା କଷ୍ଟକର ହୋଇପଡୁଥିବାବେଳେ ଆଜି ତାର ପ୍ରତିବାଦରେ ବେଗୁନିଆ ଏକ୍ସଚେଞ୍ଜରେ ତାଲା ପକାଇ ବସି ରହିଥିଲେ ।
ଏହି ସମୟରେ ଜେଇ କୁଶଳ ଟୁଡୁ ଏକ୍ସଚେଞ୍ଜରେ କାମ କରିବାକୁ ଆସି ତାଲା ପଡିଥିବାର ଦେଖି ଜେଟିଓ ମୃଣ୍ମୟ ରଥଙ୍କୁ ଫୋନ କରି ଠିକାଦାରଙ୍କ ସହିତ କଥାବାର୍ତ୍ତା କରିବା ପରେ ଠିକାଦାର ନିରଞ୍ଜନ ମହାନ୍ତି ସମ୍ପୃକ୍ତ କର୍ମଚାରୀମାନଙ୍କର ଆକାଉଣ୍ଟକୁ ସେମାନଙ୍କର ୬ ମାସର ପ୍ରାପ୍ୟ  ୧୨ ହଜାର ଲେଖାଏଁ ପଠାଇବା ପରେ କର୍ମଚାରୀମାନେ ତାଲା ଖୋଲିଥିଲେ । ଏହାପରେ ଜେଇ ଶ୍ରୀ ଟୁଡୁ ଏକ୍ସଚେଞ୍ଜ ଥିବା କାମ କରିଥିଲେ ।

Hot this week

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories