bjd gruha runa banner

ପୁଣି ସୋସିଆଲ ମିଡ଼ିଆରେ ଶ୍ରୀମନ୍ଦିର ଫଟୋ ଭାଇରାଲ

BSKY banner  750×100

ପୁରୀ : ପୁଣି ଥରେ ଶ୍ରୀମନ୍ଦିର ଭିତର ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିବା ସୋମବାର ଜଣାପଡ଼ିଛି। ମନ୍ଦିର ପରିସରରେ ଥିବା ଆନନ୍ଦବଜାର ଫଟୋକୁ ପିଣ୍ଟୁ ମହାପାତ୍ର ନାମକ ଜଣେ ବ୍ୟକ୍ତି ସୋସିଆଲ ମିଡ଼ିଆରେ ଭାଇରାଲ କରିଥିବା ସୂଚନା ମିଳିଛି। ଶ୍ରୀମନ୍ଦିରର ପ୍ରବେଶ ଦ୍ୱାର ଏବଂ ପରିସରରେ କଡ଼ା ସୁରକ୍ଷା ବ୍ୟବସ୍ଥା ସତ୍ତ୍ବେ ମନ୍ଦିର ଭିତରକୁ ମୋବାଇଲ କିଭଳି ଯାଉଛି ଏବଂ ବାରମ୍ବାର ଫଟୋ ଭାଇରାଲ ହେଉଛି ତାହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସୂଚନା ଯୋଗ୍ୟ, ଗତ ଅକ୍ଟୋବରରେ ଜଣେ ନାବାଳିକା ଟିକ୍‍ଟକରେ ଭୋଗମଣ୍ଡପର କିଛି ଦୃଶ୍ୟର ଭିଡ଼ିଓକୁ କରିଥିଲେ।

Comments are closed.