ଦୁଇ ବର୍ଷର ଶିଶୁପୁତ୍ର ଉପରେ ଚଢିଗଲା ଟ୍ରକ୍, କ୍ଷତିପୂରଣ ଦାବିରେ ଉତ୍ତ୍ୟକ୍ତଲୋକଙ୍କ ଧାରଣା

କେନ୍ଦୁଝର: କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ ଷଡ଼ଙ୍ଗ ପଞ୍ଚାୟତ ନସିରପୁର ଠାରେ ରବିବାର ସକାଳେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଗୋଟିଏ ବାଲି ବୋଝେଇ ଟ୍ରକ ଏକ ଦୁଇ ବର୍ଷର ଶିଶୁପୁତ୍ର ଉପରେ ଚଢି ଯାଇଛି। ଫଳରେ ଘଟଣାସ୍ଥଳରେ ଶିଶୁପୁତ୍ରର ମୃତ୍ୟୁ ହୋଇଛି। ମୃତ ଶିଶୁଟି ହେଲା ଅମୂଲ୍ୟ ଦାସଙ୍କ ପୁଅ ରୋହନ।

ମିଳିଥିବା ସୂଚନା ଅନୁଯାୟୀ, ବାଲିପଦାରୁ ଭଦ୍ରକ ଯାଉଥିବା ଉକ୍ତ ବାଲି ବୋଝେଇ ଟ୍ରକ ରାସ୍ତାରେ ଖେଳୁଥିବା ରୋହନଙ୍କ ଉପରେ ଚଢିଯାଇଥିଲା। ଘଟଣା ପରେ ଟ୍ରକ ଚାଳକ ଫେରାର ହେବାକୁ ଚେଷ୍ଟା କରିଥିଲେ ମଧ୍ୟ ସ୍ଥାନୀୟଲୋକେ ତାକୁ କାବୁ କରିବା ସହ ମାଡ଼ ମାରିଥିଲେ। ଟ୍ରକ ଚାଳକ ଜଣଙ୍କ ବାଙ୍କତିରା ଗ୍ରାମର ଗୋପୀ ମହାପତ୍ର ବୋଲି ଜଣାପଡ଼ିଛି। ଖବର ପାଇ ନନ୍ଦିପଦା ପୁଲିସ ପହଞ୍ଚି ଟ୍ରକ ଚାଳକକୁ ଉତ୍ତ୍ୟକ୍ତଲୋକଙ୍କ କବଳରୁ ଉଦ୍ଧାର କରି ଥାନାକୁ ନେଇଛି। ଅପରପକ୍ଷରେ ଉତ୍ତ୍ୟକ୍ତଲୋକ ମୃତଦେହକୁ ରାସ୍ତାରେ ରଖି କ୍ଷତିପୂରଣ ଦାବିରେ ଧାରଣା ଦେଇଛନ୍ତି।

Comments are closed.