ଆଠଗଡ଼: ଆଠଗଡ଼ ବ୍ଲକ ପ୍ରଶାସନ ପକ୍ଷରୁ ଜଣେ ଶ୍ରବଣ ବାଧିତ ଦିବ୍ୟାଙ୍ଗ ଯୁବତୀଙ୍କୁ ଏକ ଶ୍ରବଣ ଯନ୍ତ୍ର ମଙ୍ଗଳବାର ପ୍ରଦାନ କରାଯାଇଛି। ଗୁରୁଡ଼ିଝାଟିଆ ପଞ୍ଚାୟତର ପ୍ରଫୁଲ୍ଲ କୁମାର ପତ୍ରୀଙ୍କୁ ସତ୍ୟଭାମା ପତ୍ରୀ ଶ୍ରବଣ ବାଧିତ ଦିବ୍ୟାଙ୍ଗ ହୋଇଥିବାରୁ ତାଙ୍କୁ ଶୁଣିବାର ସମସ୍ୟା ହେଉଥିବା ବିଷୟ ଜାଣିବା ପରେ ବିଡିଓ ପ୍ରଦୀପ କୁମାର ସାହୁ ତୁରନ୍ତ ତାଙ୍କୁ ବ୍ଲକ କାର୍ଯ୍ୟାଳୟକୁ ଡକାଇ ଏକ ଶ୍ରବଣ ଯନ୍ତ୍ର ପ୍ରଦାନ କରିଥିଲେ। ଏହି ସମୟରେ ସାମାଜିକ ସୁରକ୍ଷା ସଂପ୍ରସାରଣ ଅଧିକାରୀ ଚପଳା ସାହୁ, କନିଷ୍ଠ ସହାୟକ ମୁକେଶ ସାହୁ, ଯୋଜନା ସହକାରୀ ଦେବୀ ପ୍ରସାଦ ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ। ସତ୍ୟାଭାମାଙ୍କୁ ପୂର୍ବରୁ ଦିବ୍ୟାଙ୍ଗ ଭତ୍ତା ୫୦୦ଟଙ୍କା ଲେଖାଏଁ ପ୍ରଦାନ କରାଯାଉଥିବା ବିଡିଓ ଶ୍ରୀ ସାହୁ ପ୍ରକାଶ କରିଥିଲେ।
Popular Categories



