ନୂଆଦିଲ୍ଲୀ ଚଳିତବର୍ଷ ନ୍ୟୁୟର୍କ ପୁଣିଥରେ ବିଶ୍ୱର ଧନୀ ସହର ଭାବରେ ସୁନାମ ଅର୍ଜନ କରିଛି। ‘ଗ୍ଲୋବାଲ ୱେଲଥ ଟ୍ରାକର ହେନଲେ ଆଣ୍ଡ ପାର୍ଟନର୍ସ’ ଅନୁସାରେ ଏହି ସହରରେ ବିଶ୍ୱର ସର୍ବାଧିକ ୩ ଲକ୍ଷ ୪୦ହଜାର କୋଟିପତି ବସବାସ କରୁଛନ୍ତି। ତେଣୁ ଏହି ସହରକୁ ବିଶ୍ୱର ସବୁଠୁ ଧନୀ ସହର ଭାବେ ପରିଚୟ ପାଇଛି। ନ୍ୟୁୟର୍କ ପରେ ସବୁଠୁ ଧନୀ ସହର ତାଲିକାରେ ଟୋକିଓ ଏବଂ ସେନ୍ ଫ୍ରାନ୍ସିକୋ ସ୍ଥାନ ପାଇଛନ୍ତି । ତେବେ ଏହି ୨ ସହରରେ ଯଥାକ୍ରମେ ୨ ଲକ୍ଷ ୯୦ ହଜାର ୩୦୦ ଏବଂ ୨୫ହଜାର କୋଟିପତି ବସବାସ କରୁଛନ୍ତି। ଦୁନିଆର ୯ ଦେଶର ୯୭ ସହରକୁ ନେଇ ବିଶ୍ୱର ଧନୀ ତାଲିକା ପ୍ରସ୍ତୁତ କରାଯାଇଛି। ଆଫ୍ରିକା, ଅଷ୍ଟ୍ରେଲିଆ, ସିଆଇଏସ, ପୂର୍ବ-ଏସିଆ, ୟୁରୋପ, ମଧ୍ୟ ପ୍ରାଚ୍ୟ, ଉତ୍ତର ଆମେରିକା, ଦକ୍ଷିଣ ଏସିଆ ଏବଂ ଦକ୍ଷିଣ-ପୂର୍ବ ଏସିଆ ଇତ୍ୟାଦିର ୯୭ ସହର ଏହି ତାଲିକାରେ ସାମିଲ ହୋଇଛନ୍ତି। ତେବେ ଧନୀ ସହର ତାଲିକାରେ ଆମେରିକାର ନ୍ୟୁୟର୍କ ଏବଂ ଶିକାଗୋ ସହର ସହିତ ଶୀର୍ଷରେ ରହିଛି। ଏହାବ୍ୟତୀତ ଚୀନର ଦୁଇଟି ସହର ବେଜିଙ୍ଗ ଏବଂ ଶାଙ୍ଘାଇ ମଧ୍ୟ ଏଥିରେ ସ୍ଥାନ ପାଇଛି। ତେବେ ଲଣ୍ଡନ(୨,୫୮,୦୦୦) କୋଟିପତି ବାସିନ୍ଦାଙ୍କ ସହ ଚତୁର୍ଥ ସ୍ଥାନରେ ରହିଥିବା ବେଳେ ସିଙ୍ଗାପୁର (୨,୪୦,୦୦୦) ପଞ୍ଚମରେ ରହିଛି।
Popular Categories



