www.samajalive.in
Sunday, December 7, 2025
26.1 C
Bhubaneswar

ଜୀବନରେ ଖୁସି ଭରି ଦେଉ ନୂତନ ବର୍ଷ

ସମୟ କାହା ପାଇଁ ଅପେକ୍ଷା କରି ନଥାଏ। ସେ ଯେକୌଣସି ବ୍ୟକ୍ତି ଅତୀତର ସମୟକୁ ଫେରିଯାଇ ବିତି ଯାଇଥିବା ସମୟକୁ ବଦଳାଇ ପାରିବ ନାହିଁ। କିନ୍ତୁ ସେ ନିଜ ଭବିଷ୍ୟତକୁ ଉତ୍ତମ କରିବା ପାଇଁ ବର୍ତ୍ତମାନ ଠାରୁ ଏକ ନୂତନତାର ପ୍ରାରମ୍ଭ କରି ପାରିବ। ବିତି ଯାଇଥିବା ସମୟକୁ ଭୁଲିଯାଇ ମନରେ ଆସନ୍ତା କାଲିକୁ ଆଣିବା ଉଚିତ। ପରିବର୍ତ୍ତନ ହେଉଛି ସୃଷ୍ଟିର ନିୟମ। ଯେପରି ପାଣିର ସ୍ରୋତ ଓ ବିତିଯାଇଥିବା ସମୟ ଫେରି ଆସେ ନାହିଁ। କିନ୍ତୁ ପ୍ରତିବର୍ଷ ଆରମ୍ଭ ହୋଇଥିବା ବର୍ଷ ତା ନିର୍ଦ୍ଦିଷ୍ଟ ସମୟରେ ଶେଷ ହୋଇ ଆଉ ଗୋଟିଏ ନୂଆ ବର୍ଷର ଆରମ୍ଭ ହୋଇଥାଏ। ଏହି ନୂଆ ବର୍ଷରେ ସଭିଏଁ ପରସ୍ପରକୁ ଶୁଭ କାମନା ଜଣାଇବା ସହ ବେଶ ଆନନ୍ଦ ଉଲ୍ଲାସରେ ଏହାକୁ ପାଳନ କରିଥାଆନ୍ତି। ନୂଆ ବର୍ଷ ସମସ୍ତଙ୍କ ପାଇଁ ଖୁସି ଆଣୁ। ସମସ୍ତ ମୁହଁରେ ଓ ଜୀବନରେ ହସ ଓ ଖୁସି ଭରିଦେଉ। ସଭିଁଙ୍କ ଆଖିରେ ଥିବା ସ୍ୱପ୍ନ ଓ ମନରେ ଥିବା ଅଭିଳାଷା ଏହି ନୂଆ ବର୍ଷରେ ପୂରଣ ହେଉ ବୋଲି କାମନା କରିଥାଆନ୍ତି। ନୂଆ ବର୍ଷରେ ଉତ୍ତମ ସ୍ୱାସ୍ଥ୍ୟ, କର୍ମକ୍ଷେତ୍ରରେ ଉନ୍ନତି, ଖୁସି, ସଫଳତା ଏବଂ ଶାନ୍ତି ଇଚ୍ଛା କରିଥାଆନ୍ତି। ନୂଆ ବର୍ଷରେ ଆମେ ସମସ୍ତେ ମନରେ ସକରାତ୍ମକ ଭାବନା ଆଣିବା ଉଚିତ। ନୂଆ ବର୍ଷର ଆରମ୍ଭ ଦିନ ନିଜ ନିତିଦିନିଆ ଜୀବନର କିଛି କାର୍ଯ୍ୟ ଏହି ଦିନ କରିବା ଉଚିତ। ଯେପରି ପାଠ ପଢିବା, ବ୍ୟାୟାମ କରିବା, ପୁଷ୍ଟିକର ଖାଦ୍ୟ ଖାଇବା, ଅସହାୟଙ୍କୁ ସାହାଯ୍ୟ କରିବା ଉଚିତ। ପିତା ମାତାଙ୍କୁ ପ୍ରଣାମ କରିବା ସହ ଜୀବନରୁ ସମସ୍ତ ଦୁଃଖ ଦୂରେଇ ଦେଇ ଖୁସି ଓ ସଫଳତା ଦେବାକୁ ଭଗବାନଙ୍କ ନିକଟରେ କାମନା କରିବା ଉଚିତ।
ଆଲେଖ୍ୟ ସସ୍ମିତା ମହାନ୍ତି

Hot this week

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

Related Articles

Popular Categories