www.samajalive.in
Monday, December 15, 2025
24.1 C
Bhubaneswar

ଡମ୍ବସରା ପଂଚାୟତକୁ ନୂତନ ବ୍ଲକ ଘୋଷଣା ଦାବି ଜୋର ଧରିଲା 

ଗୁଣପୁର: ରାଜ୍ୟରେ ନୂତନ ବ୍ଲକ ଓ ତହସିଲ ସଂଖ୍ୟା ବୃଦ୍ଧି କରାଯିବା ନେଇ ରାଜସ୍ଵ ମନ୍ତ୍ରୀଙ୍କ ଘୋଷଣା ପରେ ରାୟଗଡ଼ା  ଜିଲ୍ଲାରେ ନୂତନ ବ୍ଲକ ଗଠନ ନେଇ ଦାବି ଜୋର ଧରିଛି । ଏହି କ୍ରମରେ ଗୁଣପୁର ବ୍ଲକ ଅନ୍ତର୍ଗତ ଡମ୍ବସରା ପଂଚାୟତକୁ ନୂତନ ବ୍ଲକ ଭାବେ ଘୋଷଣା କରିବାକୁ ୬ ଗୋଟି ପଂଚାୟତର ବାସିନ୍ଦା ଏକତ୍ରିତ ହୋଇ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଏକ ସ୍ୱାରକପତ୍ର ସ୍ଥାନୀୟ ଉପଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି। ଏହି ଅବସରରେ ଆବାହକ ଦାଶରଥି ସେନାପତିଙ୍କ  ନେତୃତ୍ବରେ ଏକ ଶୋଭାଯାତ୍ରା ଆୟୋଜିତ ହୋଇଥିଲା । ଉକ୍ତ ଶୋଭାଯାତ୍ରାଟି  ସ୍ଥାନୀୟ ଏସପି ଗୁଡ଼ା ଛକ ନିକଟରୁ ବାହାରି ସହର ପରିକ୍ରମା କରି ଗୁଣପୁର ଉପଜିଲ୍ଲାପାଳ କାର୍ଯ୍ୟାଳୟରେ ପହଞ୍ଚିଥିଲା । ଶୋଭାଯାତ୍ରାରେ ୬ ଗୋଟି ପଂଚାୟତର ଶତାଧିକ ଲୋକ ସାମିଲ ହୋଇଥିଲେ ।
ପଂଚାୟତ ବାସୀଙ୍କ ପକ୍ଷରୁ  କୁହାଯାଇଛି ଯେ , ସଦର ବ୍ଲକରେ ୧୯ ଗୋଟି ପଂଚାୟତ ରହିଛି । ସେଥିମଧ୍ୟରୁ ଡମ୍ବସରା ଏକ ବଡ଼ ପଂଚାୟତ ଅଟେ । ତେଣୁ  ଟିଟିମିରି, ଘନାନ୍ତରୀ ,ଭୀମପୁର ,ବାଘଶଳା ,ଚାଲକମ୍ବା ପଂଚାୟତକୁ ନେଇ ଡମ୍ବସରାକୁ  ଏକ ନୂତନ ବ୍ଲକ ଭାବେ ଗଠନ କରାଯାଉ ବୋଲି ଦାବି କରାଯାଇଛି । ଭୌଗଳିକ ଦୃଷ୍ଟି କୋଣରୁ ସମସ୍ତ ମାନଦଣ୍ଡ ରହିଥିବାରୁ  ଡମ୍ବସରାକୁ ବ୍ଲକ ଘୋଷଣା କରାଗଲେ ଶିକ୍ଷା ,ସ୍ବାସ୍ଥ୍ୟ , ବାଣିଜ୍ୟ  ଇତ୍ୟାଦି କ୍ଷେତ୍ରରେ ଅଂଚଳର ଉନ୍ନତି ହୋଇପାରିବ । ଅଂଚଳବାସୀଙ୍କ ସ୍ବାର୍ଥକୁ ରାଜ୍ୟ ସରକାର ଗୁରୁତ୍ବ ନ ଦେଲେ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି ପ୍ରତିକ୍ରିୟା ପ୍ରକାଶ ପାଇଛି ।

Hot this week

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

Related Articles

Popular Categories