ରଣପୁରଗଡ: ବିଶ୍ୱକଲ୍ୟାଣ ନିମନ୍ତେ ପ୍ରାଚୀନ ଉତ୍କଳର ଅଷ୍ଟଶକ୍ତି ପୀଠ ମଧ୍ୟରୁ ଅନ୍ୟତମ ପବିତ୍ର ମଣିନାଗ ପୀଠ ଅନ୍ୟତମ । ପର୍ବତ ପାଦଦେଶରେ ଅବସ୍ଥାପିତ ମା ମଣିନାଗ ଦେବୀ ଙ୍କ ପୀଠରେ ଶାରଦୀୟ ଦୁର୍ଗାପୂଜା ସେପ୍ଟେମ୍ବର ୧୪ ତାରିଖ ବିଳମ୍ବିତ ସନ୍ଧ୍ୟା ରୁ ଆରମ୍ଭ ହୋଇଯାଇଛି। ଅକ୍ଟୋବର ୨ ତାରିଖ ଦଶହରା ପର୍ଯ୍ୟନ୍ତ ବୈଦିକ ରୀତିରେ ଅନୁଷ୍ଠିତ ହେବ ସ୍ୱତନ୍ତ୍ର ପୂଜାପାଠ । ମା ମଣିନାଗ ଦୁର୍ଗା ମନ୍ଦିର ଟ୍ରଷ୍ଟ ଆନୁକୂଲ୍ୟରେ ସମସ୍ତ ସଭ୍ୟମାନେ ପୂଜାର ଦାୟିତ୍ୱ ବହନ କରିଛନ୍ତି । ୧୫ ସେପ୍ଟେମ୍ବର ସୋମବାର ଠାରୁ ଅକ୍ଟୋବର ୧ତାରିଖ ବୁଧବାର ପର୍ଯ୍ୟନ୍ତ ପ୍ରତ୍ୟହ ଷଢାଙ୍ଗ, ସୂର୍ଯ୍ୟପୂଜା, ଦ୍ୱାର ପୂଜା, ବିଲ୍ୱ ପୂଜା, ପୀଠ ପୂଜା, ସପ୍ତସତୀ ଚଣ୍ଡୀପାଠ, ସମ୍ପୂର୍ଣ୍ଣ ଚଣ୍ଡିରେ ଆହୁତି, ସନ୍ଧ୍ୟା ଆଳତୀ, ଉପଚାର ପୂଜା, ପୁଷ୍ପାଞ୍ଜଳି ଓ ବାହ୍ୟବଳି ପଣ୍ଡିତଙ୍କ ଦ୍ୱାରା ଅନୁଷ୍ଠିତ ହେବ । ମାଙ୍କ ପୂଜା ପାଇଁ ଶ୍ରଦ୍ଧାଳୁଙ୍କ ଭିଡ ଆରମ୍ଭ ହୋଇଯାଇଛି।
Popular Categories



