www.samajalive.in
Saturday, December 6, 2025
16.1 C
Bhubaneswar

ବିଏମଡବ୍ଲ୍ୟୁ ଚାଳକ ଗଗନପ୍ରୀତଙ୍କୁ ଗିରଫ କଲା ପୁଲିସ

ସମାଜ ଡିଜିଟାଲ ଡେସ୍କ: ଦିଲ୍ଲୀରେ ବିଏମଡବ୍ଲ୍ୟୁ ଧକ୍କାରେ ଅର୍ଥ ମନ୍ତ୍ରଣାଳୟର ଡେପୁଟି ସଚିବଙ୍କ ମୃତ୍ୟୁ ଘଟଣାର ଅଭିଯୁକ୍ତ ମହିଳା କାର ଚାଳକ ଗଗନପ୍ରୀତ କୌର(୩୮)ଙ୍କୁ ଗିରଫ କରିଛି ପୁଲିସ। ଏହି ଦୁର୍ଘଟଣାରେ ଅର୍ଥ ମନ୍ତ୍ରଣାଳୟର ଡେପୁଟି ସଚିବ ନଭଜୋତ ସିଂହଙ୍କ ମୃତ୍ୟୁ ଘଟିଥିଲା। ତାଙ୍କ ପତ୍ନୀ ସନ୍ଦୀପ କୌର ଗୁରୁତର ଆହତ ହୋଇଥିଲେ। ଉଭୟେ ଏକ ବାଇକରେ ଯାଉଥିବା ସମୟରେ ଗଗନପ୍ରୀତ ସେମାନଙ୍କୁ ଧକ୍କା ଦେଇଥିଲେ।

ଅନ୍ୟପଟେ ଦୁର୍ଘଟଣା ପରେ ଗଗନପ୍ରୀତ ନିଜ ସ୍ଵାମୀଙ୍କୁ ନେଇ ନିଜର ବ୍ୟକ୍ତିଗତ ହସ୍ପିଟାଲକୁ ଯାଇ ଚିକିତ୍ସିତ ହୋଇଥିଲେ। କିନ୍ତୁ ସଂଜ୍ଞାହୀନ ଅବସ୍ଥାରେ ପଡ଼ିଥିବା ନଭଜୋତଙ୍କୁ ଭଲ ଡାକ୍ତରଖାନାକୁ ନେଇ ନ ଥିଲେ। ନଭଜୋତଙ୍କ ସ୍ତ୍ରୀଙ୍କ କହିବା ଅନୁସାରେ, ସେ ଗଗନପ୍ରୀତଙ୍କୁ ତାଙ୍କ ସ୍ଵାମୀଙ୍କୁ ନିଟକରେ ଥିବା କୌଣସି ଡାକ୍ତରଖାନା କିମ୍ବା ଏମ୍‌ସକୁ ନେବାକୁ ଅନୁରୋଧ କରିଥିଲେ। ସେତେବେଳେ ତାଙ୍କ ସ୍ଵାମୀ ଜୀବିତ ଥିଲେ। କିନ୍ତୁ ଗଗନପ୍ରୀତ ସେମାନଙ୍କୁ ୨୨ କିଲୋମିଟର ଦୂର ଏକ ଛୋଟିଆ ଡାକ୍ତରଖାନାକୁ ନେଇ ସେଠାରେ ଛାଡ଼ି ପଳାଇଥିଲେ।

Hot this week

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

Related Articles

Popular Categories