ଆଜି ନିଟ୍‍: ଓଡ଼ିଶାରେ ୪୦ ହଜାର ଛାତ୍ରଛାତ୍ରୀ

0

ଭୁବନେଶ୍ୱର: ଏମ୍‍ବିବିଏସ୍‍ ବା ଡାକ୍ତରୀ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ସର୍ବଭାରତୀୟ ସ୍ତରରେ ଆଜି ନ୍ୟାଶ୍‍ନାଲ୍‍ ଏଲିଜିବିଲିଟି ଟେଷ୍ଟ(ନିଟ୍‍) ପରୀକ୍ଷା ଅନୁଷ୍ଠିତ ହେଉଛି। ସମଗ୍ର ଦେଶରେ ୧୩ ଲକ୍ଷ ୨୬ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଉଥିବା ଦେଉଥିବା ବେଳେ ଓଡ଼ିଶାର ୪୦ଟି କେନ୍ଦ୍ରରେ ୪୦ ହଜାର ପରୀକ୍ଷାର୍ଥୀ ପରୀକ୍ଷା ଦେଉଛନ୍ତି। ପରୀକ୍ଷାର୍ଥୀଙ୍କ ପାଇଁ ଡ୍ରେସ୍‍ କୋଡ୍‍ ଓ ଅନ୍ୟାନ୍ୟ କଟକଣା ଲାଗୁ କରାଯାଇଛି। ସକାଳ ୧୦ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ପରୀକ୍ଷା ଅନୁଷ୍ଠିତ ହେବ। ଦୁଇଟି ପର୍ଯ୍ୟାୟରେ ପରୀକ୍ଷାର୍ଥୀଙ୍କୁ ପରୀକ୍ଷା ହଲ୍‍ ଭିତରକୁ କଡ଼ା ଯାଞ୍ଚ ପରେ ପ୍ରବେଶ ଅନୁମତି ମିଳିଛି ୯.୩୦ ପରେ ପ୍ରବେଶ ଅନୁମତି ଦିଆଯାଇନାହିଁ। ଆଡ୍‍ମିଟ୍‍ କାର୍ଡ ଓ ପାସ୍‍ପୋର୍ଟ ଫଟୋ ବ୍ୟତୀତ ଆଉ କିଛି ସାମଗ୍ରୀ ପରୀକ୍ଷା ହଲ୍‍କୁ ପରୀକ୍ଷାର୍ଥୀମାନେ ନେଇପାରିବେ ନାହିଁ ବୋଲି ସିବିଏସ୍‍ଇ ପକ୍ଷରୁ କଡ଼ା ନିର୍ଦେଶ ଥିବା ବେଳେ ହଲ୍‍ ଭିତରେ ବଲ୍‍ ପେନ୍‍ ଯୋଗାଇ ଦିଆଯାଇଛି।

Leave A Reply