ରାମ ମନ୍ଦିର ପ୍ରତିଷ୍ଠା ପାଇଁ ଯାତ୍ରୀ ନେବାବେଳେ ଅଘଟଣ, ଟ୍ରାକ୍ଟର ଓଲଟି ୧୫ ଗୁରୁତର

ନୟାଗଡ଼: ରାମ ମନ୍ଦିର ପ୍ରତିଷ୍ଠା ପାଇଁ ଯାତ୍ରୀ ନେବାବେଳେ ଅଘଟଣ ଘଟିଛି। ଟ୍ରାକ୍ଟରେ ଯାତ୍ରୀ ନେବା କାଳ ପାଲଟିଛି। ଯାତ୍ରୀ ନେଉଥିବା ଟ୍ରାକ୍ଟର ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ୧୫ଜଣ ଗୁରୁତର ହୋଇଛନ୍ତି।

ଫତେଗଡ଼ ରାମ ମନ୍ଦିର ପ୍ରତିଷ୍ଠା ପାଇଁ ଯାତ୍ରୀ ନେବାବେଳେ ଭାରସାମ୍ୟ ରହରାଇ ଏକ ଟ୍ରାକ୍ଟର ଓଲଟି ପଡ଼ିଛି। ପାହାଡ଼ ଉପରକୁ ବିପଦସଙ୍କୁଳ ଅବସ୍ଥାରେ ଯାତ୍ରାବେଳେ ଟ୍ରାକ୍ଟରଟି ଓଲଟି ପଡ଼ିଥିଲା। ଏହି ଦୁର୍ଘଟଣାରେ ଆହତଙ୍କୁ ଭାପୁର ମେଡ଼ିକାଲ ଓ ଗୁରୁତରଙ୍କୁ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି।

Comments are closed.