www.samajalive.in
Sunday, December 7, 2025
23.1 C
Bhubaneswar

ଯବାନ ଭାଇର ଗୁଳିରେ ଘାଇଲା ମାଓବାଦୀ ଭଉଣୀ

ମାଲକାନଗିରି : ଭାଇ ଭଉଣୀ ଉଭୟେ ଥିଲେ ମାଓ ସଙ୍ଗଠନର ସଦସ୍ୟ। ଭାଇ ଆତ୍ମସମର୍ପଣ କରି ସମାଜର ମୁଖ୍ୟସ୍ରୋତରେ ସାମିଲ୍‍ ହୋଇ ପରେ ପୁଲିସ ବିଭାଗରେ ଚାକିରି ପାଇଲେ। ନିଜକୁ ଦକ୍ଷ ଯବାନ ଭାବେ ପରିଚୟ ସୃଷ୍ଟି କରାଇଲେ। ବଡ଼ଭଉଣୀ ମାଓ ସଙ୍ଗଠନରେ ଯୋଗଦେଇ ହୋଇଥିଲେ ମାଓ କମାଣ୍ଡର। ଘଞ୍ଚ ଜଙ୍ଗଲରେ ମାଓ ଶିବିର ଚାଲିଥିବା ସୂଚନା ପାଇ ଯବାନଙ୍କ ପକ୍ଷରୁ କମ୍ବିଂ ଅପରେସନ ସାମିଲ୍‍ ଭାଇ ଜଙ୍ଗଲରେ ମାଓବାଦୀ ବଡ଼ ଭଉଣୀଙ୍କୁ ଏନ୍‌କାଉଣ୍ଟର କରିଛନ୍ତି। ଏହି ଯବାନଙ୍କୁ ଏବେ ପ୍ରଶଂସାର ସୁଅ ଛୁଟୁଛି।
ଛତିଶଗଡ଼ ରାଜ୍ୟର ସୁକୁମା ଜିଲାର ଘଟଣା। ଭାଇ ବେଟି ରାମା ଏବଂ ଭଉଣୀ  ବେଟି କାନି ଏହି ଅଞ୍ଚଳରେ ୧୯୯୦ ମସିହାରୁ ମାଓବାଦୀଙ୍କ ବାଲ୍‍ ସଙ୍ଗଠନରେ ସାମିଲ ହୋଇ ଦଣ୍ଡକାରଣ୍ୟ ମାଓ ଡିଭିଜନରେ କାର୍ଯ୍ୟ କରୁଥିଲେ। ଉଭୟଙ୍କ ନାମରେ ଛତିଶଗଡ ସରକାରଙ୍କ ପକ୍ଷରୁ ୧୧ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା। ତେବେ ୨୦୧୮ ମସିହାରେ ରାମା ସଙ୍ଗଠନ ଛାଡି ସମାଜର ମୁଖ୍ୟସ୍ରୋତରେ ସାମିଲ ହେବା ସହ ଛତିଶଗଡ଼ ପୁଲିସରେ ଚାକିରି ପାଇଥିଲେ। ସ୍ୱତନ୍ତ୍ର ତାଲିମ ପରେ ସୁକୁମା ଅଞ୍ଚଳର ମାଓ ଦମନ ଅପରେସନରେ ସାମିଲ ହୋଇ ବହୁ ଏନକାଉଣ୍ଟର କରିଥିଲେ। ଏନ୍‍କାଉଣ୍ଟର ସ୍ପେଶାଲିଷ୍ଟ ଏହି ଯବାନ ଶେଷରେ ନିଜ ଭଉଣୀକୁ ଏନ୍‍କାଉଣ୍ଟର କରିଦେବେ ଏହା କେହି ଚିନ୍ତା କରିପାରୁ ନ ଥିଲେ। ୨୯ ତାରିଖ ଦିନ ସୁକୁମା ଏସ୍‍.ପି.ଙ୍କୁ ଏକ ଗୁପ୍ତ ସୂଚନା ଆସିଥିଲା ଯେ, କୋଣ୍ଟା ଅଞ୍ଚଳରେ ମାଓବାଦୀଙ୍କ ଗୁପ୍ତ ବୈଠକ ଚାଲିଛି। ବଡ଼ ଧରଣର ହିଂସାକାଣ୍ଡ ଘଟାଇବା ପାଇଁ ମାଓବାଦୀ ଯୋଜନା କରୁଛନ୍ତି। ଏସ୍‍.ଟିଏଫର ଏକ ଟିମ୍‍ ସହ ବାହାରି ପଡ଼ିଥିଲେ ବେଟି ରାମା। ମାଓବାଦୀଙ୍କ ଶିବିର ନିକଟରେ ପହଞ୍ଚିବା ପରେ ପୁଲିସ ଜବାନ ଓ ଲାଲ୍‍ବାହିନୀ ମଧ୍ୟରେ ଘୋମାଘୋଟ ଲଢେଇ ଆରମ୍ଭ ହୋଇଥିଲା। ପ୍ରାୟ ଏକଘଣ୍ଟା ଧରି ଗୁଳି ବିନିମୟ ଚାଲିବା ପରେ ହଠାତ୍‍ ରାମାଙ୍କ ଭଉଣୀ କାନି ଯିଏକି ମାଓବାଦୀ ମହିଳା ସଙ୍ଗଠନର ନେତତ୍ୱ ନେଉଥିଲେ ତାଙ୍କ ସହ ମୁହାଁମୁହିଁ ହୋଇଯାଇଥିଲେ ରାମା। ଉଭୟ ଉଭୟଙ୍କୁ ଚିହ୍ନିପାରିଥିଲେ। ନିଜ ନିଜ ଆଦର୍ଶ ଓ କର୍ତ୍ତବ୍ୟରେ ବନ୍ଧା ଏହି ଭାଇଭଉଣୀ ପରସ୍ପରକୁ ନିଶାଣ କରି ଗୁଳି ଚଳାଇଲେ। କାନିଙ୍କ ଗୁଳି ରାମାଙ୍କ କ୍ଷତି କରିପାରି ନ ଥିଲେ ହେଁ ରାମାଙ୍କ ଏକ ଗୁଳିରେ କାନି ଗୁରୁତର ଆହତ ହୋଇପଡ଼ିଥିଲେ। ଭଉଣୀ ମରିଯାଇଥିବା ସନ୍ଦେହ କରି ଅପରେସନରେ ଆଗେଇ ଚାଲିଥିଲେ ରାମା। ଆହୁରି ଏକଘଣ୍ଟା ଧରି ମାଓବାଦୀଙ୍କ ସହ ତାଙ୍କର ଗୁଳି ବିନିମୟ ହୋଇଥିଲା। ଏଭଳି ସମୟରେ କିନ୍ତୁ କାନିଙ୍କୁ ସାଥି ମାଓବାଦୀମାନେ ଉଦ୍ଧାର କରି ଖସି ପଳାଇବାରେ ସକ୍ଷମ ହୋଇଥିଲେ।

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories