www.samajalive.in
Monday, December 8, 2025
14.1 C
Bhubaneswar

ଶିଳ୍ପକୁ ମୁଖ୍ୟସ୍ରୋତକୁ ଆଣିବାକୁ ଉଦ୍ୟମ : ଗଠନ ହେଲା ଆନ୍ତଃ ମନ୍ତ୍ରୀସ୍ତରୀୟ କମିଟି

ଭୁବନେଶ୍ବର : ଦେଶ ତଥା ରାଜ୍ୟରେ କରୋନା ସ୍ଥିତି ଥିବା ବେଳେ ରାଜ୍ୟ ସରକାର ଶିଳ୍ପକ୍ଷେତ୍ରକୁ ମୁଖ୍ୟସ୍ରୋତକୁ ଆଣିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି ଏହି କାର୍ଯ୍ୟକୁ ତଦାରଖ କରିବାକୁ ଆନ୍ତଃ ମନ୍ତ୍ରୀସ୍ତରୀୟ କମିଟି ଗଠନ କରିଛନ୍ତି ମୁଖ୍ୟମନ୍ତ୍ରୀ ତାଛଡା ୯ ହଜାର କୋଟି ଟଙ୍କାର ୬ଟି ପ୍ରକଳ୍ପକୁ ସିଙ୍ଗଲ ୱିଣ୍ଡୋ କମିଟିର ମଂଜୁରୀ ମିଳିଛି

ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଉଚ୍ଚକ୍ଷମତା ସମ୍ପର୍ଣ୍ଣ ଅନୁମୋଦନ କମିଟିର ବୈଠକ ଅନୁଷ୍ଠିତ ହୋଇଥିଲା କରୋନା ଯୋଗୁ ପ୍ରଭାବିତ ହୋଇଥିବା ଶିଳ୍ପ କ୍ଷେତ୍ରକୁ କ୍ରିୟାଶୀଳ କରିବା ନେଇ ଆଲୋଚନା ହେବା ସହ ୨ଟି ପ୍ରକଳ୍ପ ପ୍ରସ୍ତାବକୁ ଅନୁମୋଦନ କରିଥିଲେ ଯେଉଁଥିରେ ୮୮୫୦.୯୨ କୋଟି ଟଙ୍କା ବିନିଯୋଗ ହେବାକୁ ଥିବା ବେଳେ ୫୨୫୦ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ 

- Advertisement -

ଅନୁମୋଦନ ପାଇଥିବା ଏହି ଦୁଇ ପ୍ରକଳ୍ପ ହେଲା ଧୁନସେରି ଭେଂଚର ଲିମିଟେଡ ଓ ରୁଙ୍ଗଟା ମାଇନସ ଲିମିଟେଡ ଧନୁସେରି ଭେଂଚର ପକ୍ଷରୁ ପାରାଦୀପଠାରେ ବାର୍ଷିକ ୬୦ ହଜାର ନିୟୁତ ଟନ କ୍ଷମତା ବିଶିଷ୍ଟ ମାଲିକ ଆନହାଇଡ୍ରାଇଡ ପ୍ରସ୍ତୁତି ୟୁନିଟ କରାଯିବ ଯେଉଁଥିରେ ୧୦୧୩.୨୯ କୋଟି ଟଙ୍କା ବିନିଯୋଗ ହେବାକୁ ଥିବାବେଳେ ୩୫୦ ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ ସେହିପରି ରୁଙ୍ଗଟା ମାଇନସ ପକ୍ଷରୁ ଢ଼େଙ୍କାନାଳ ଜିଲା ଝାରବନ୍ଧ ଠାରେ ଥିବା ପ୍ରକଳ୍ପ ଇଣ୍ଟିଗ୍ରେଟେଡ ଷ୍ଟିଲ ପ୍ଲାଂଟ ପ୍ରକଳ୍ପର ବାର୍ଷିକ ୦.୯ ନିୟୁତ ଟନ କ୍ଷମତାରୁ ୨.୮୫ ନିୟୁତ କ୍ଷମତାକୁ ବୃଦ୍ଧି କରାଯିବ  ସେଥିରେ୩୮୫ ମେଗାୱାଟ କ୍ଷମତା ବିଶିଷ୍ଟ କାପ୍ଟିଭ ପାୱାର ପ୍ଲାଂଟ ଓ ବାର୍ଷିକ ୧.୬୯ ନିୟୁତ ଟନ ବିଶିଷ୍ଟ ସିମେଣ୍ଟ ପ୍ଲାଂଟ ରହିଛି  ଏହି ପ୍ରକଳ୍ପ ପାଇଁ ୭୮୩୬.୯୦ କୋଟି ଟଙ୍କା ବିନିଯୋଗ କରାଯିବାକୁ ଥିବା ବେଳେ ୪୯ଶହ ଲୋକ ନିଯୁକ୍ତି ପାଇବେ ଏହି ଅବସରରେ ଆନ୍ତ ମନ୍ତ୍ରୀସ୍ତରୀୟ କମିଟି ଘୋଷଣା କରିଥିଲେ ଉଚ୍ଚକ୍ଷମତା ସମ୍ପର୍ଣ୍ଣ କମିଟିରେ ଥିବା ମନ୍ତ୍ରୀମାନେ ଏହାର ସଭ୍ୟ ରହିବେ ସେମାନେ ହେଲେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ, ଶକ୍ତିମନ୍ତ୍ରୀ ସୁଶାନ୍ତ ସିଂ, ଇସ୍ପାତ ଓ ଖଣି ମନ୍ତ୍ରୀ ପ୍ରଫୁଲ ମଲ୍ଲିକ, ଶିଳ୍ପ ଓ ଏମଏସଏମଇ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର  ସେହିପରି ସିଙ୍ଗଲ ୱିଣ୍ଡୋ କମିଟି ପକ୍ଷରୁ ୪ଟି ପ୍ରକଳ୍ପକୁ ଅନୁମୋଦନ କରାଯାଇଛି ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କମିଟି ବୈଠକରେ ଅନୁମୋଦନ ପାଇଥିବା ପ୍ରକଳ୍ପଗୁଡିକ ହେଲା ନିରେନ କୁମାର ଆନନ୍ଦଙ୍କ ଚପଲ, କାସ୍ଭି ଇଣ୍ଟରନ୍ୟାସନାଲ ପ୍ରାଇଭେଟ ଲିମିଟେଡର ଆଇରନ ଓର ବେନିଫିକେସନ ପ୍ଲାଂଟ, ପୁରୋଷ୍ଟିଲ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ ପକ୍ଷରୁ ମେଟାଲ ଡାଉନଷ୍ଟ୍ରିମ କ୍ଷେତ୍ର ଓ ଓଡିଶା କ୍ୟାରିୟର ଆଣ୍ଡ ଟ୍ରେଡ ପକ୍ଷରୁ ଲଜିଷ୍ଟିକ ପାର୍କ  ମେସର୍ସ ଆନନ୍ଦ ପକ୍ଷରୁ ୬୨.୪୪ କୋଟି ଟଙ୍କା ବ୍ୟୟରେ ଏକ ନିୟୁତ ଚପଲ ଉତ୍ପାଦନ କ୍ଷମତା ୟୁନିଟ ଖୋଲାଯିବ ଯେଉଁଥିରେ ୬୨୦ ଲୋକ ନିଯୁକ୍ତି ପାଇବେ କାସ୍ଭି ପକ୍ଷରୁ ୫୫.୨୩ କୋଟି ଟଙ୍କା ବିନିଯୋଗରେ  ବାର୍ଷିକ ୧.୨ ନିୟୁତ ଟନ କ୍ଷମତା ବିଶିଷ୍ଟ ଅତିରିକ୍ତ ଆଇରନ ଓର ବେନିଫିକେସନ ପ୍ଲାଂଟ କରାଯିବ ଯେଉଁଥିରେ ୫୦ ଜଣ ନିଯୁକ୍ତି ପାଇବେ ପୁରୋ ଷ୍ଟିଲ ପକ୍ଷରୁ ୫୩.୪୨ କୋଟି ଟଙ୍କା ବ୍ୟୟରେ ଟ୍ୟୁବ, ପାଇପ ସମେତ ଆନୁସଂଗିକ ଶିଳ୍ପ ସାମଗ୍ରୀ ଉତ୍ପାଦନ ହେବ ଯେଉଁଥିରେ ୨୦୦ ଲୋକ ନିଯୁକ୍ତି ପାଇବେ ସେହିପରି ଓଡିଶା କ୍ୟାରିୟର ପକ୍ଷରୁ ୮୦ କୋଟି ଟଙ୍କା ବ୍ୟୟରେ ୩ଟି ଲଜିଷ୍ଟିକ ପାର୍କ ନିର୍ମାଣ ହେବ ଯେଉଁଥିରେ ୪୦୫ ଲୋକ ନିଯୁକ୍ତି ପାଇବେ

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories