www.samajalive.in
Sunday, December 7, 2025
26.1 C
Bhubaneswar

ଆପଣାନ୍ତୁ ଏହି ଉପାୟ, ପାଖ ପଶିବେନି ମଶା

ମଶା ଏକ କ୍ଷୁଦ୍ର ଜୀବ ହେଲେ ମଧ୍ୟ ଜୀବଜନ୍ତୁଙ୍କ ଠାରୁ ଆରମ୍ଭ କରି ମଣିଷ ପର୍ଯ୍ୟନ୍ତ ସମସ୍ତଙ୍କୁ ସେ ନାକେଦମ୍‍ କରିଦେଇଥାଏ। ଅନେକ ସାଂଘାତିକ ରୋଗ ଏହି ମଶା ଦ୍ୱାରା ହିଁ ବ୍ୟାପିଥାଏ। ତେବେ ମଶାକୁ ଘଉଡ଼ାଇବା ପାଇଁ ବଜାରରେ ମିଳୁଥିବା ଅନେକ ଜିନିଷ ଆଣି ଆମେ ବ୍ୟବହାର କରିଥାଉ। କେତେବେଳେ ଏହା ସୁଫଳ ଦେଇଥାଏ ତ କେତେବେଳେ କୌଣସି ଲାଭ ମିଳି ନଥାଏ। ତେବେ ଏପରି କିଛି ଘରୋଇ ଉପାୟ ରହିଛି ଯାହାକୁ ଆପଣାଇବା ଦ୍ୱାରା ମଶା ପାଖ ପଶିବେ ନାହିଁ –

• ମଶାକୁ ଦୂରେଇବା ପାଇଁ ନିମ୍ବ ତେଲ ରାମ ବାଣ ଭଳି କାର୍ୟ୍ୟ କରିଥାଏ। ସେଥିପାଇଁ ନିମ୍ବ ଓ ନଡ଼ିଆ ତେଲକୁ ସମପରିମାଣରେ ମିଶାଇ ଦେହରେ ଲଗାନ୍ତୁ। ଦେଖିବେ ମଶା ଆଉ କାମୁଡ଼ିବେ ନାହିଁ।
• ଘରେ ବିଶାକ୍ତ ମଶା ଧୂପ ଲଗାଇବା ଅପେକ୍ଷା କର୍ପୂରର ବ୍ୟବହାର କରନ୍ତୁ। କର୍ପୂରକୁ ଚୂର୍ଣ୍ଣ କରି ମଶା ହେଉଥିବା ସ୍ଥାନରେ ରଖି ଦିଅନ୍ତୁ। ଏପରି କରିବାଦ୍ୱାରା ମଶା ଦୂର ହେବାସହ ସ୍ୱାସ୍ଥ୍ୟରେ କୌଣସି କୁପ୍ରଭାବ ପଡ଼ିନଥାଏ।
• ଏହାଛଡ଼ା ସମପରିମାଣର ଲେମ୍ବୁ ଓ ନୀଳଗିରି ତେଲକୁ ମିଶାଇ ଶରୀରରେ ମାଲିସ୍ କରନ୍ତୁ। ଏହାର ବାସ୍ନାରେ ମଶାମାନେ ପାଖ ମାଡ଼ନ୍ତି ନାହିଁ।
• ତୁଳସୀ ପତ୍ରରେ ବହୁତ ଔଷଧୀୟ ଗୁଣ ଭରପୂର ହୋଇ ରହିଥାଏ। ତୁଳସୀ ଗଛକୁ ଘରର ଆଖ ପାଖରେ ଲଗାଇବା ଦ୍ୱାରା ଘରେ ଆଉ ମଶା ପଶନ୍ତି ନାହିଁ। ଏହାଛଡ଼ା ଆପଣ ତୁଳସୀ ଗଛ ବଦଳରେ ଲେମ୍ବୁ କିମ୍ବା ଗେଣ୍ଡୁ ଗଛର ମଧ୍ୟ ବ୍ୟବହାର କରି ପାରିବେ।
• ରସୁଣ ବାସ୍ନାରେ ମଧ୍ୟ ମଶାମାନେ ପାଖ ମାଡ଼ନ୍ତି ନାହିଁ। ସେଥିପାଇଁ ପ୍ରଥମେ ରସୁଣକୁ ବାଟି ନିଅନ୍ତୁ। ଏହାପରେ ରସୁଣ ବଟାକୁ ଅଳ୍ପ ପାଣିରେ ଫୁଟାଇ ଘର ଚାରିପଟେ ଛିଞ୍ଚି ଦିଅନ୍ତୁ। ଏପରି କରିବା ଦ୍ୱାରା ମଶା ଘରେ ପଶିବେ ନାହିଁ।

Hot this week

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

Related Articles

Popular Categories