ନିର୍ମାଣ ବେଳେ ଖସି ପଡ଼ିଲା କ୍ରେନ: ୧୪ ଜଣ ମୃତ

ମୁମ୍ବାଇ: ମହାରାଷ୍ଟ୍ର ଥାଣେ ଅଞ୍ଚଳରେ ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ହଠାତ୍ ଶ୍ରମିକଙ୍କ ଉପରେ ଏକ କ୍ରେନ ଖସିପଡ଼ିବାରୁ ଘଟଣାସ୍ଥଳରେ ୧୫ ଜଣ ବ୍ୟକ୍ତି ପ୍ରାଣ ହରାଇଛନ୍ତି। ଆହୁରି ଅନେକ ଲୋକ କ୍ରେନ ତଳେ ଫସି ରହିଥିବା ଆଶଙ୍କା କରାଯାଉଛି । ସୂଚନା ଅନୁସାରେ, ସମୃଦ୍ଧି ଏକ୍ସପ୍ରେସ ହାଇୱେ ନିର୍ମାଣ କରାଯିବା ବେଳେ ଏପରି ଅଘଟଣ ଘଟିଛି। ଜିରିଡର ଲଞ୍ଚିଂ ମେସିନ୍ ଖସି ପଡ଼ିବାରୁ ଏହା ତଳେ ଅନେକ ଲୋକ ଆହତ ହୋଇଥିବା ବେଳେ ୩ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଘଟଣା ସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ଏନଡିଆରଏଫ ଦଳ ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ଚେଷ୍ଟା ଜାରି ରଖିଛି ।

Comments are closed.