www.samajalive.in
Sunday, December 7, 2025
14.1 C
Bhubaneswar

ଚଳନ୍ତା ଟ୍ରେନରେ କନଷ୍ଟେବଳଙ୍କ ଗୁଳି ମାଡ଼ : ୪ ମୃତ

ମୁମ୍ବାଇ : ଆଜି ମୁମ୍ବାଇରେ ଚଳନ୍ତା ଟ୍ରେନ୍‌ ଭିତରେ ଜଣେ ଆର୍‌ପିଏଫ୍‌ ଯବାନଙ୍କ ଆଖିବୁଜା ଗୁଳିମାଡ଼ରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଆଜି ଭୋର ସମୟରେ ଏହି ଅଘଟଣ ଘଟିଛି । ମୃତକଙ୍କ ମଧ୍ୟରେ ଜଣେ ଆରପିଏଫ୍ ଏଏସ୍‌ଆଇଙ୍କ ସହ ୩ ଜଣ ଯାତ୍ରୀ ରହିଛନ୍ତି। ଆରପିଏଫ କନଷ୍ଟେବଳ ଚେତନଙ୍କୁ ପୁଲିସ୍‌ ଗିରଫ କରିଥିବା ସୂଚନା ମିଳିଛି। ସୂଚନା ଅନୁସାରେ, ଜୟପୁର-ମୁମ୍ବାଇ ଟ୍ରେନଟି ଆଜି ସକାଳେ ନିଜ ଗନ୍ତବ୍ୟସ୍ଥଳ ଅଭିମୁଖେ ଯାଉଥିଲା। ମାତ୍ର ବୋରିୱଲି-ମୀରାରୋଡ ଷ୍ଟେସନ ମଧ୍ୟରେ କନଷ୍ଟେବଳ ଚେତନ ହଠାତ୍‌ ଗୁଳିମାଡ଼ କରିଥିଲେ। ପ୍ରଥମେ ସେ ନିଜ ପାଖରେ ବସିଥିବା ଏଏସ୍‌ଆଇ ଟିକାରାମଙ୍କ ଉପରକୁ ଗୁଳି ଚଳାଇଥିଲେ। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ପରେ ଚେତନଙ୍କ ଗୁଳିମାଡ଼ରେ ଆଉ ୩ ସାଧାରଣ ଯାତ୍ରୀଙ୍କର ଜୀବନ ଯାଇଛି। ଟ୍ରେନ୍‌ରେ ବସିଥିବା ଅନ୍ୟଯାତ୍ରୀମାନେ ଡରିଯାଇ ଏଣେତେଣେ ଦୌଡ଼ିବାକୁ ଲାଗିଲେ। ଗୁଳି ମାଡ଼ କରିବା ପରେ ଚେତନ ଟ୍ରେନ୍‌ରୁ ଡେଇଁ ପଡ଼ିଥିଲେ। ତେବେ ତାଙ୍କୁ ମୀରା ରୋଡ଼ ବୋରିବଲି ନିକଟରୁ ପୁଲିସ୍‌ ଗିରଫ କରିବା ସହ ବନ୍ଧୁକ ଜବତ କରିଛି। ବୋରିବଲି ରେଲୱେ ଷ୍ଟେସନରେ ୪ ମୃତଦେହକୁ ରଖାଯାଇଥିବା ବେଳେ ବ୍ୟବଚ୍ଛେଦ ପାଇଁ ସରକାରୀ ହସ୍ପିଟାଲ ପଠାଯିବ ବୋଲି ଜଣାଯାଇଛି। ଖବର ପାଇ ବହୁ ବରିଷ୍ଠ ପୁଲିସ୍‌ ଓ ରେଳବାଇ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ତେବେ ଚେତନ କାହିଁକି ଏପରି ଗୁଳିମାଡ଼ କଲେ ତାହା ଏବେ ସୁଦ୍ଧା ଜଣାପଡ଼ିନାହିଁ।

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories