www.samajalive.in
Sunday, December 7, 2025
26.1 C
Bhubaneswar

ଭିଡ଼ ହିଂସା ପ୍ରସଙ୍ଗରେ କେନ୍ଦ୍ର ଓ ୬ ରାଜ୍ୟକୁ ନୋଟିସ୍ ଜାରି

ନୂଆଦିଲ୍ଲୀ : ଏକ ଜନସ୍ବାର୍ଥ ମାମଲାର ଶୁଣାଣି କରି ଭିଡ଼ ହିଂସାର ଶିକାର ହୋଇଥିବା ମୃତକଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ କରାଯିବା ପ୍ରସଙ୍ଗରେ କେନ୍ଦ୍ର ଓ ୬ ରାଜ୍ୟକୁ ନୋଟିସ୍ ଜାରି କରିଛନ୍ତି ସୁପ୍ରିମକୋର୍ଟ । କିଛି ବର୍ଷ ହେଲା ଦେଶର ଅନେକ ସ୍ଥାନରେ ଭିଡ଼ ଦେଖାଦେଇଛି। ଏପରକି ମାଡ଼ ମରାମରି ପର୍ଯ୍ୟନ୍ତ କଥାଯାଉଛି। ଏହି ମାମଲାରେ ତୁରନ୍ତ ୧୫୩ ଏ ଧାରାରେ ଏଫଆଇଆର୍ ରୁଜୁ କରିବା ସହିତ କ୍ଷତିପୂରଣ ଦେବାର ନୀତି ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଜଷ୍ଟିସ୍ ବିଆର୍ ଗବାଇ ଏବଂ ଜେବି ପରଦିୱାଲାଙ୍କ ଦୁଇ ଜଣିଆ ଖଣ୍ଡପୀଠ  ଶୁଣାଣି କରିବା ସହ ୬ଟି  ରାଜ୍ୟକୁ ନୋଟିସ୍ କରିଛନ୍ତି। ୬ ରାଜ୍ୟଗୁଡ଼ିକ ହେଲା ଓଡ଼ିଶା, ହରିୟାଣା, ମଧ୍ୟପ୍ରଦେଶ, ବିହାର, ରାଜସ୍ଥାନ, ମହାରାଷ୍ଟ୍ର ରହିଛି। ଏହି ୬ ରାଜ୍ୟର ଡିଜିପିଙ୍କୁ ନୋଟିସ୍ କରାଯାଇଥିବା ଜଣାପଡ଼ିଛି। ଜୁନ ୧୭ ତାରିଖରେ ଦୁଇ ଜଣଙ୍କୁ କିଛି ଲୋକ ନିସ୍ତୁକ ମାଡ଼ ମାରିବା ସହିତ ବାନ୍ଧି କରି ଚଲାଇ ଚଲାଇ ନେଇଥିଲେ ବୋଲି ଅଭିଯୋଗ ହୋଇଥିଲା। ଏକ ପିଆଇଏଲ୍‌ ଉପରେ ଶୁଣାଣି କରି ସର୍ବୋଚ୍ଚ ନ୍ୟାୟାଳୟ ଏହି ନିର୍ଦେଶ ଦେଇଛନ୍ତି ।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories