କୁମ୍ଭାର ଯୁବାମଞ୍ଚର ରାଜ୍ୟସ୍ତରୀୟ ନୂଆଁଖାଇ ଭେଟଘାଟ୍

ନର୍ଲା: ନର୍ଲା ବ୍ଲକ ଅନ୍ତର୍ଗତ ତୁଳାପଡା ପଞ୍ଚାୟତର ଜାମପଦର୍ ଗାଁ ନଦୀପଠାରେ ରବିବାର କୁମ୍ଭାର ଯୁବାମଞ୍ଚର ଏକ ରାଜ୍ୟସ୍ତରୀୟ ବିରାଟ ସମାବେଶ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟସ୍ତରୀୟ ଏହି ସମାବେଶର ମୂଳ ଉଦ୍ଦେଶ୍ୟ ହେଲା ନୂଆଁଖାଇ ଭେଟଘାଟ୍। ଏହି ଭବ୍ୟ ଉତ୍ସବରେ ରାଜ୍ୟର ସମସ୍ତ ଜିଲ୍ଲାର କୁମ୍ଭାର ମହିଳା, ପୁରୁଷ, ଯୁବକ ସମେତ କଳାହାଣ୍ଡିରୁ ବହୁ ସଂଖ୍ୟକ ଜାତି ଭାଇ ଭଉଣୀ ଯୋଗଦାନ କରିଥିଲେ। ଯୁବାମଞ୍ଚର ସଭାପତି ସୁବୋଧ ରଣାଙ୍କ ସଭାପତିତ୍ବରେ ପ୍ରଥମ ଅଧିବେଶନରେ ବିଭିନ୍ନ ଜିଲ୍ଲାରୁ ଆସିଥିବା ଜାତି ସମାଜର କର୍ମକର୍ତ୍ତାଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ଏହି ଅବସରରେ ସମାଜର କୃତୀ ଛାତ୍ରଛାତ୍ରୀ, ସଫଳ ବ୍ୟକ୍ତିତ୍ବ, ସମାଜସେବୀ, ରାଜନୈତିକ ବ୍ୟକ୍ତି ବିଶେଷ ଓ କୁମ୍ଭାର କାରିଗରମାନଙ୍କୁ ସମ୍ମାନିତ କରାଯାଇଥିଲା।

ସେହିପରି ୨ୟ ପର୍ଯ୍ୟାୟରେ ଯୁବାମଞ୍ଚର ଉପଦେଷ୍ଟା ତଥା କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ବିଧାୟକ ମହୀଧର ରଣା, ସ୍ଥାନୀୟ ନର୍ଲା ବିଧାୟକ ଭୂପିନ୍ଦର ସିଂ, କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂଦେଓ, ଜିଲ୍ଲା ପରିଷଦ ସଦସ୍ୟ ମହେନ୍ଦ୍ର ରଣା ମଞ୍ଚାସୀନ ହୋଇ କୁମ୍ଭକାର ସମାଜର ଭୂମିକା ଉପରେ ଗଭୀର ଆଲୋଚନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଯୁବା ମଞ୍ଚର ସଂପାଦକ ଅରବିନ୍ଦ ରଣା, ଉପସଭାପତି ପ୍ରଶାନ୍ତ ରଣା, କୋଷାଧ୍ୟକ୍ଷ ଦେବରାଜ ରଣା, ଓଡ଼ିଶା ମହିଳା ଶାଖାର ସଭାନେତ୍ରୀ ସଶ୍ମିତା ରଣା, ସଂପାଦିକା କଳ୍ପନା ରଣା, ବ୍ଲକସ୍ତରୀୟ ସଭାପତି/ସଭାନେତ୍ରୀ ଗଣ ହିମାଂଶୁ ରଣା, ସୁବନୀ ରଣା, ରିମାନ ରଣା, ଅଭିରାମ ରଣା, ମାନସ ରଣା, ଶିବାନୀ ରଣା ଆଦି ପୂର୍ଣ୍ଣ ସହଯୋଗ କରିଥିଲେ। ହଜାରହଜାର ସଂଖ୍ୟକ ଜାତି ଭାଇ ସମାବେଶର ଆଜି ଜାମପଦର ଗାଁ ପୁରି ଉଠିଥିଲା। ବିଭିନ୍ନ କଳାକାର ମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଜାମପଦର, କନକପୁର, ରତନପୁର, ସାଡିଙ୍ଗତରା ଆଦି ଗ୍ରାମର ସାମାଜିକ ପରିବାର ଆସି ସମସ୍ତ ସହଯୋଗ କରିଥିଲେ।

Comments are closed.