www.samajalive.in
Monday, December 8, 2025
14.1 C
Bhubaneswar

୧୯ ଦିନ ପରେଖୋଲିଲା ନନ୍ଦନକାନନ : ପ୍ରଥମ ଦିନରେ ୨୩୩୨ ପର୍ଯ୍ୟଟକ

ନନ୍ଦନକାନନ: ଫଣି ଯୋଗଁୁ ୧୯ଦିନ ଧରି ବନ୍ଦ ଥିବା ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପର୍ଯ୍ୟଟକଙ୍କ ଲାଗି ମଙ୍ଗଳବାର େଖାଲିଛି ା ଆଜି ପ୍ରଥମଦିନରେ ନନ୍ଦନକାନନକୁ ୨୩୩୨ ପର୍ଯ୍ୟଟକ ବୁଲିବାକୁ ଆସିଥିବା ବେଳେ ସେମାନଙ୍କଠାରୁ ୧ଲକ୍ଷ ୩୧ ହଜାର ୬୦୦ଟଙ୍କା ରାଜସ୍ୱ ଆଦାୟ ହୋଇଛିି। ସେହିପରି ବଟାନିକାଲ ଗାର୍ଡେନ ୧୫୪ଜଣ ପର୍ଯ୍ୟଟକ ଆସିଥିବାବେଳେ ଟିକେଟ ବାବଦରେ ୫୫୪୮ଟଙ୍କା ରାଜସ୍ୱ ଆଦାୟ ହୋଇଛି ବୋଲି ଉପନିର୍ଦେଶକ ଜୟନ୍ତ କୁମାର ଦାସ କହିଛନ୍ତି। ତେବେ ପର୍ଯ୍ୟଟକମାନେ ନନ୍ଦନକନାନର ପ୍ରାକୃତିକ ସୌନ୍ଦର୍ଯ୍ୟ ଭୁଶୁଡ଼ି ଯାଇଥିବାରୁ ଧୁଧୁ ଖରାରେ ମୁଣ୍ଡରେ ଗାମୁଛା, ଛତା, ପାଣି ବୋତଲ ଧରି ବୁଲୁଥିବା ଦେଖିବାକୁ ମିଳିଥିଲା। ନୈକାଚାଳନା, ବ୍ୟାଟେରିଚାଳିତ ଗାଡ଼ିରେ ବସି ନନ୍ଦନକାନନର ମଜା ଉଠାଇଥିଲେ ପର୍ଯ୍ୟଟକ। ଅପରପକ୍ଷରେ ଅତ୍ୟଧିକ ଖରା ସହ୍ୟ କରି ନ ପାରି କିଛି ପର୍ଯ୍ୟଟକ ବିଶ୍ରାମସ୍ଥଳୀରେ ବିଶ୍ରାମନେବା ସହିତ କ୍ୟାଣ୍ଟିନ, ରେସ୍ତୋରାଁରେ ଖାଦ୍ୟ ଖାଇଥିଲେ ା ଏହି ସମୟ ଭିତରେ ପର୍ଯ୍ୟଟକମାନେ ସଫାରୀ ବୁଲିବାକୁ ଯାଇ ସଫାରୀ ବନ୍ଦ ଥିବାରୁ ନିରାଶ ହୋଇ ଫେରୁଥିବା ଦେଖିବାକୁ ମିଳିଥିଲା ା ଏ େନଇ କିଛି ପର୍ଯ୍ୟଟକ ସହ ମୁଖ୍ୟଫାଟକ ପାଖରେ ଅଭିଯୋଗ ମଧ୍ୟ କରିଥିଲେ। ଦିଲ୍ଲୀରୁ ଆସିଥିବା ଆଶିଷ ଜୈନ ନାମକ ପର୍ଯ୍ୟଟକ ପରିବାର ନେଇ ବୁଲୁଥିବା ବେଳେ ସଫାରୀ ବନ୍ଦ ଥିବାରୁ ଏହା ପରିଚାଳନାର ଅଭାବ ବୋଲି କହିଥିଲେ। ଏନେଇ ଉପନିର୍ଦେଶକଙ୍କୁ ପଚାରିବାରେ ସଫାରୀ େଖାଲା ଅଛି େବାଲି େସ କହିଥିଲେ।
ସୂଚନାଯୋଗ୍ୟ ଯେ,ବାତ୍ୟା ପାଇଁ ନନ୍ଦନକାନନ କର୍ତ୍ତୃପକ୍ଷ ଚଳିତ ମାସ ୨ରୁ ୪ ତାରିଖ ପର୍ଯ୍ୟନ୍ତ ପ୍ରାଣୀ ଉଦ୍ୟାନକୁ ବନ୍ଦ ରଖିଥିଲେ। ନନ୍ଦନକାନନର ବ୍ୟାପକ କ୍ଷତି ପରେ ସମୟ ସୀମା ୧୩ ତାରିଖ ପର୍ଯ୍ୟନ୍ତ ବଢ଼ାଇଥିଲେ। ଏହି ସମୟ ଭିତରେ ପୁନରୁଦ୍ଧାର କାର୍ଯ୍ୟ ସରିନଥିବାରୁ ପୁଣି ୨୦ତାରିଖ ପର୍ଯ୍ୟନ୍ତ ନନ୍ଦନକାନନକୁ ବନ୍ଦ କରାଯାଇଥିଲା। ବାତ୍ୟାରେ ବହୁ କିସମର ହଜାର ହଜାର ଗଛ, ବିଦ୍ୟୁତ ଖୁଣ୍ଟ, ପାଚେରି ଆଦି ଭାଙ୍ଗିଯାଇଥିଲା ା ଏନେଇ କର୍ତ୍ତୃପକ୍ଷ ଯୁଦ୍ଧକାଳୀନ ଭିତ୍ତିରେ ପୂର୍ବ ସ୍ଥିତି ଫେରାଇ ଆଣିବାକୁ ପ୍ରୟାସ କରିଥିଲେ। ଜନ୍ତୁଖୁଆଡ଼, ପାର୍କ, ବିଶ୍ରାମସ୍ଥଳୀ, ପଶୁପକ୍ଷୀଙ୍କ ସ୍ୱାସ୍ଥ୍ୟାବସ୍ଥା ଓ ପର୍ଯ୍ୟଟକଙ୍କ ସୁବିଧା ଅନୁଧ୍ୟାନ ପରେ ନନ୍ଦନକାନନକୁ ୨୧ ତାରିଖରୁ ଖୋଲିବାକୁ ଘୋଷଣା କରାଯାଇଥିଲା। ୧୯ଦିନ ମଧ୍ୟରେ ନନ୍ଦନକାନନର ୨୦ ଲକ୍ଷ ଟଙ୍କାର ରାଜସ୍ୱ କ୍ଷତି ହୋଇଥିବାବେଳେ ୪ଟି ସିସିଟିଭି, ୩୫ଟି ସ୍ଥାନରେ ୭୮୦ ମିଟର ସୁରକ୍ଷା ପ୍ରାଚୀର ଭାଙ୍ଗିଯାଇଥିଲା। ବାତ୍ୟାରେ ନନ୍ଦନକାନନର ୪କୋଟି ଟଙ୍କାର କ୍ଷୟକ୍ଷତି ହୋଇଛି। ପ୍ରାଚୀର ମରାମତି ପାଇଁ ୫ଜଣିଆ ଟିମ୍‌ ମୁତୟନ କରାଯାଇଥିବା ବେଳେ ସିସିଟିଭି ଟାୱାର ମରାମତି ପାଇଁ ୨୫ଦିନ ସମୟ ଲାଗିବ ବୋଲି ଜଣାପଡ଼ିଛି।
ଦୀର୍ଘଦିନ ବ୍ୟବଧାନ ପରେ ନନ୍ଦନକାନନକୁ ଆସିବ ଆନାକୋଣ୍ଡା ଓ ଜିରାଫ। ଏଥିପାଇଁ ଦିଲ୍ଲୀରେ ହେବାକୁ ଥିବା କେନ୍ଦ୍ରୀୟ ଚିଡ଼ିଆଖାନା ବୈଠକରେ ଯୋଗଦେବାକୁ ଆଜି ଉପନିର୍ଦେଶକ ଜୟନ୍ତ କୁମାର ଦାସ ଯାଇଥିବା ଜଣାପଡ଼ିଛି। ବୋଟିଂ ବ୍ୟବସ୍ଥାରେ କାଲିଠାରୁ ଅଚଳବାସ୍ଥା ସୃଷ୍ଟି େହବାକୁ ଯାଉଛି ା ବୋଟ୍‌ରେ ଯାନ୍ତ୍ରିକ ତ୍ରୁଟିଥିବା ଦର୍ଶାଇ ବୁଧବାରଠାରୁ ୨୯ତାରିଖ ପର୍ଯ୍ୟନ୍ତ ବୋଟିଂ ବନ୍ଦ କରିବାକୁ ଟେଣ୍ଡର େନଇଥିବା ଠିକାଦାରମାନେ ନନ୍ଦନକାନନ କର୍ତ୍ତୃପକ୍ଷଙ୍କୁ ଲିଖିତ ଭାବେ ଜଣାଇଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories