www.samajalive.in
Sunday, December 7, 2025
26.1 C
Bhubaneswar

ସେଲ୍ଫି ପାଇଁ ଆସିଥିଲେ ପ୍ରଶଂସକ; ଚାପୁଡ଼ା ମାରି ତଡ଼ିଦେଲେ ନାନା ପାଟେକର

ମୁମ୍ବଇ: ପୁଣି ବିବାଦରେ ବଲିଉଡ଼ ଅଭିନେତା ନାନା ପାଟେକର। ଏଥର ସେ ତାଙ୍କର ଜଣେ ପ୍ରଶଂସକଙ୍କୁ ସର୍ବସମ୍ମୁଖରେ ଚାପୁଡ଼ା ମାରିଛନ୍ତି। ଏହି ଘଟଣାର ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହୋଇଛି। ଏହା ପୂର୍ବରୁ ନାନା ପାଟେକର ମିଠୁ ଅଭିଯୋଗକୁ ନେଇ ବିବାଦରେ ଘେରକୁ ଆସିଥିଲେ ଏବଂ ଏହାପରେ ସେ ଦୀର୍ଘ ଦିନ ପର୍ଯ୍ୟନ୍ତ ବଡ ପରଦାରୁ ଦୂରେଇ ରହିଥିଲେ। କିନ୍ତୁ ଏବେ ସେ ତାଙ୍କର ଜଣେ ପ୍ରଶଂସକଙ୍କୁ ଚାପୁଡ଼ା ମାରିଛନ୍ତି। ରେଡିଟ୍‌ରେ ନାନା ପାଟେକରଙ୍କ ଏହି ଭିଡିଓ ଭାଇରାଲ ହୋଇଛି।

Nana slaps his fan asking for a selfie
byu/HardTune272 inBollyBlindsNGossip


ଭିଡିଓରେ ଅଭିନେତାଙ୍କୁ ବ୍ରାଉନ୍ ଟୋପି ଏବଂ କୋଟରେ ଦେଖିବାକୁ ମିଳିଛି। ନାନା ପାଟେକରଙ୍କ ଚାରିପଟେ ଲୋକଙ୍କ ଭିଡ଼ ଜମିଛି। ଏହି ସମୟରେ ଜଣେ ପ୍ରଶଂସକ ତାଙ୍କ ପାଖକୁ ଆସୁଛନ୍ତି। ସେ ନାନା ପାଟେକରଙ୍କ ସହ ସେଲ୍ଫି ନେବାକୁ ଚେଷ୍ଟା କରୁଛନ୍ତି, ଏତିକି ବେଳେ ଅଭିନେତା କ୍ରୋଧିତ ହୋଇ ତାଙ୍କୁ ଚାପୁଡ଼ା ମାରୁଛନ୍ତି। ଏହି ଘଟଣାର ଭିଡିଓ ଭାଇରାଲ ହେବା ପରେ ଅନେକ ଲୋକ ଏଥିରେ କମେଣ୍ଟ କରି ନିଜ ପ୍ରତିକ୍ରିୟା ଦେଇଛନ୍ତି।

- Advertisement -

ଗଣମାଧ୍ୟମର ରିପୋର୍ଟ ଅନୁସାରେ, ଏହି ଘଟଣା ବନାରସରେ ଘଟିଥିଲା। ନାନା ପାଟେକର ଏବେ ‘ଗଦର-୨’ ନିର୍ଦ୍ଦେଶକ ଅନୀଲ ଶର୍ମାଙ୍କ ଫିଲ୍ମ ‘ଜର୍ସି’ ପାଇଁ ସୁଟିଂରେ ବ୍ୟସ୍ତ ଅଛନ୍ତି।

Hot this week

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

Related Articles

Popular Categories