www.samajalive.in
Thursday, December 11, 2025
18.1 C
Bhubaneswar

ମୌଳିକ ସମସ୍ୟା ସମାଧାନ ପାଇଁ ପାଞ୍ଚଦଫା ଦାବିପତ୍ର ପ୍ରଦାନ

ଫୁଲବାଣୀ: ଫୁଲବାଣୀ ପୌର ପରିଷଦର ମୌଳିକ ସମସ୍ୟାର ସମାଧାନ ପାଇଁ ମିଳିତ ନାଗରିକ କମିଟି ପକ୍ଷରୁ ପଦ୍ମଚରଣ ସ୍ୱାଇଁଙ୍କ ପୌରୋହିତ୍ୟରେ ବନାନୀ କଳା ସଂଙ୍ଗମ ଠାରେ ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ଅନୁଷ୍ଠିତ ହୋଇଯାଇଛି। ଜିଲାର ବିଭିନ୍ନ ସମସ୍ୟା ମଧ୍ୟରେ ଫୁଲବାଣୀ ସହରର ମୌଳିକ ସମସ୍ୟା ସମ୍ପର୍କରେ ଆଲୋଚନା କରାଯାଇଥିଲା। ଆଗକୁ ଖରାଦିନ ଆସୁଥିବାରୁ ପିଲାସାଲକି ନଦୀର ସ୍ରୋତ କମିଯାଉଥିବାରୁ ବିଭିନ୍ନ ୱାର୍ଡରେ ନିରବଚ୍ଛିନ୍ନ ପାନୀୟ ଜଳ ଯୋଗାଣ ପାଇଁ ବିଭାଗ ପକ୍ଷରୁ ସ୍ଥାୟୀ ପଦକ୍ଷେପ ଓ ସାମୟିକ ଜଳ ଯୋଗାଣ ପାଇଁ ପଦକ୍ଷେପ ନେବାକୁ ଲିଖିତ ଭାବେ ପ୍ରଶାସନକୁ ଅନୁରୋଧ କରାଯାଇଛି। ଭୂଗର୍ଭସ୍ଥ ଜଳସ୍ତର ବୃଦ୍ଧି ପାଇଁ ପୋଖରୀ ପୁନରୁଦ୍ଧାର ପାଇଁ ପଦକ୍ଷେପ ନେବା ଜରୁରୀ। ସହରରେ ଦୀର୍ଘଦିନ ଧରି ଅବାଧ ଗାଇ ବିଚରଣ ନିୟନ୍ତ୍ରଣ ପାଇଁ ପଦକ୍ଷେପ ନେବା ନିତ୍ୟାନ୍ତ ଆବଶ୍ୟକ। ବଜାରର ପାଣି ନିଷ୍କାସନ ପାଇଁ ଡ୍ରେନେଜ ବ୍ୟବସ୍ଥା ନଥିବାରୁ ବର୍ଷା ଦିନେ କୃତ୍ରିମ ବନ୍ୟା ସୃଷ୍ଟି ହେଉଛି। ଫୁଲବାଣୀ ସହରରେ ପାର୍କିଂ ପାଇଁ ଜାଗା ନଥିବାରୁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖାଯାଏ। ଫୁଲବାଣୀ ସହରର ସୌନ୍ଦର୍ଯ୍ୟ କରଣ ପାଇଁ କମିଟି ବୈଠକ ଦୀର୍ଘ ବର୍ଷ ଧରି ବସୁନଥିବାରୁ ନଗରର ଅବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ସହରର ସୌନ୍ଦର୍ଯ୍ୟ ଶହ ଶହ ବର୍ଷର ଗଛ ଗୁଡିକ ମରିବାକୁ ବସିଲାଣି। ପଲିଥିନ ଓ କାଗଜ ଚା କପ ବ୍ୟବହାର ନିଷିଧ ପାଇଁ ପଦକ୍ଷେପ ନେବାକୁ ଦର୍ଶାଯାଇଛି। ଶବ ପୋଡିବାକୁ ସହରରେ କାଠର ଅଭାବ ଯୋଗୁଁଁ ବ୍ୟବସ୍ଥା କରିବା ସହ ବିଦ୍ୟୁତ ଚାଳିତ ଶବ ଦାହ କେନ୍ଦ୍ରକୁ ତୁରନ୍ତ କାର୍ଯ୍ୟ କାରୀ ନ କରୁଥିବାରୁ ବୈଠକରେ ଉଦବେଗ ପ୍ରକାଶ ପାଇଛି। ଏହା ବ୍ୟତୀତ ଦକ୍ଷିଣ ଓଡିଶା ବିକାଶ ପରିଷଦରେ କନ୍ଧମାଳକୁ ସାମିଲ ନେଇ ଭଲ ମନ୍ଦ ଦିଗ ଉପରେ ଆଲୋଚନା ହୋଇଥିଲା। ଏହି ଅବସରରେ ଡ ଅରୁପ ଜେନା, ବିଜୟ ପଟନାୟକ, ସୁନିଲ ପଟନାୟକ, ବିଜୟ ମହାନ୍ତି, ପ୍ରମୋଦ ସାହୁ, ନବୀନ କିଶୋର ପଣ୍ଡା, ପ୍ରଣବ ମଣ୍ଡଳ ପ୍ରମୁଖ ଉପସ୍ଥିତ ହୋଇ ଜିଲାପାଳ ଓ ଜିଲା ନଗର ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ୧୫ ଦିନ ମଧ୍ୟରେ ପଦକ୍ଷେପ ନେବାକୁ ଲିଖିତ ଭାବେ ଅବଗତ କରାଯାଇଛି।

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

Related Articles

Popular Categories