ଓଡ଼ିଆ ବିଭାଗର ବିଦାୟ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଟିକାବାଲି ଏଏମସିଏସ ମହାବିଦ୍ୟାଳୟରେ ଅଧ୍ୟକ୍ଷ ଦୀନବନ୍ଧୁ ମହାନ୍ତିଙ୍କ ସଭାପତିତ୍ବରେ ବିଦାୟ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ସ୍ନାତକ ଓ ସ୍ନାତକୋତ୍ତର ଶେଷ ବର୍ଷ ଛାତ୍ରଛାତ୍ରୀଙ୍କୁ ପ୍ରଥମ ଓ ଦ୍ବିତୀୟ ବର୍ଷର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗର ଛାତ୍ରଛାତ୍ରୀ ବିଦାୟ ସମ୍ବର୍ଦ୍ଧନା ଜଣାଇଥିଲେ। ବିଭାଗୀୟ ମୁଖ୍ୟ ଅଧ୍ୟାପିକା ଚମ୍ପା ସୋରେନ କାର୍ଯ୍ୟକ୍ରମର ଆଭିମୁଖ୍ୟ ଉପରେ ଆଲୋଚନା କରିଥିଲେ। ଅଧ୍ୟାପକ ରିଲୁ ପ୍ରଧାନ ସ୍ବାଗତ କରିଥିବା ବେଳେ ଅଧ୍ୟାପକ ରାଜେନ୍ଦ୍ର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ସମ୍ମାନିତ ଅତିଥି ଭାବେ ଅଧ୍ୟାପକ ବିଷ୍ଣୁ ପ୍ରସାଦ ରଥ, ବନମାଳି ବେହେରା, ନରେନ୍ଦ୍ର ଦିଗାଲ, ଅମୂଲ୍ୟ ସାବତ, ରତନ ଦିଗାଲ, ଜ୍ଞାନ ରଞ୍ଜନ ଭୋଇ, ସୁମନ୍ତ ସାହୁ, ସନ୍ତୋଷ କୁମାର ରଥ, ଅଧ୍ୟାପିକା ସ୍ମୃତିରେଖା ନାୟକ, ନମିତା ମହାରଣା ମଞ୍ଚାସୀନ ଥିଲେ।
Comments are closed.