ଗୋପାଳପୁର : ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ କ୍ରୀଡ଼ା ପରିଷଦ ପକ୍ଷରୁ ସର୍ବ ଭାରତୀୟ ଆନ୍ତଃ ବିଶ୍ଵବିଦ୍ୟାଳୟ ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତାରେ ଭାଗ ନେବା ନିମନ୍ତେ ପୁରୁଷ ଦଳ କେରଳ ଗସ୍ତ କରିଛି l କେରଳ ସ୍ଥିତ ଶ୍ରୀ ଶଙ୍କରାଚାର୍ଯ୍ୟ ସଂସ୍କୃତ ବିଶ୍ଵବିଦ୍ୟାଳୟଠାରେ ଚଳିତ ମାସ ୭ ଠାରୁ ୯ ତାରିଖ ପର୍ଯ୍ୟନ୍ତ ସର୍ବ ଭାରତୀୟ ଅନ୍ତଃ ବିଶ୍ଵବିଦ୍ୟାଳୟ ପ୍ରତିଯୋଗିତାର ଆୟୋଜନ କରାଯାଉଛି l ଦଳରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପିଜି ବିଭାଗ କମ୍ପୁଟର ସାଇନ୍ସ ବିଭାଗର ପ୍ରଥମ ବର୍ଷ ଛାତ୍ର ସାନ୍ତନୁ କୁମାର କାର୍ଜି ୬୫ କେ.ଜି ବର୍ଗରେ ଅଂଶଗ୍ରହଣ କରିବା ପାଇଁ ଗସ୍ତ କରିଛନ୍ତି l ସlନ୍ତନୁ ଚଳିତ ଶିକ୍ଷା ବର୍ଷରେ ୫୬ ତମ ଅନ୍ତଃ ମହାବିଦ୍ୟାଳୟ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତାରେ ଭାଗ ନେଇ ୟୁନିଭରସିଟି ଶ୍ରୀ ହାସଲ କରିଥିଲେ l ଦଳରେ ମେନେଜର ଓ କୋଚ ଭାବେ ବ୍ରହ୍ମପୁରର କୃଷ୍ଣ ଚନ୍ଦ୍ର ସାହୁ ରହିଛନ୍ତି l ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପକ୍ଷରୁ କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ, କ୍ରୀଡ଼ା ପରିଷଦ ସମ୍ପାଦକ ଡ଼. ସାରଦା ପ୍ରସାଦ ସାହୁ, ରବି ଚରଣ ମିଶ୍ର, ରାଜେଶ କୁମାର ମହାନ୍ତି ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି l
Popular Categories



