www.samajalive.in
Saturday, December 6, 2025
26.1 C
Bhubaneswar

ଲକ୍ଷ୍ମୀ-ନାରାୟଣ ରାଜଯୋଗ ଆରମ୍ଭ: ଏହି ରାଶିଙ୍କ ବଢିବ ଦରମା, ଚାକିରି-ବ୍ୟବସାୟରେ ହେବ ଜବରଦସ୍ତ ଉନ୍ନତି..

ଜ୍ୟୋତିଷ ଗଣନାନୁସାରେ ବୁଧ ଗ୍ରହ ୧୦ ମାସ ପରେ ମୀନ ରାଶିରେ ପ୍ରବେଶ କରୁଛନ୍ତି । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମିତ୍ର ଓ ଗୁରୁଙ୍କ ରାଶିରେ ବୁଧଙ୍କ ସ୍ଥିତି ଖୁବ୍‌ ମଜଭୁତ ଓ ଶୁଭଫଳ ପ୍ରଦାନ କରିଥାଏ । ବୁଧ ଦେବ ୨୭ ଫେବୃଆରୀରେ ମୀନ ରାଶିରେ ପ୍ରବେଶ କରିବେ । ଏଠାରେ ପୂର୍ବରୁ ହିଁ ଶୁକ୍ର ରହିଛନ୍ତି । ଫଳରେ ମୀନ ରାଶିରେ ବୁଧ-ଶୁକ୍ର ଏକାଠି ହେବା ପରେ ଲକ୍ଷ୍ମୀ ନାରାୟଣ ରାଜଯୋଗ ସୃଷ୍ଟି ହେବ । ଏହି ରାଜଯୋଗ ଫଳରେ ବୃଷ ସମେତ ୫ ରାଶି ବ୍ୟକ୍ତି ବିଶେଷଙ୍କ ଭାଗ୍ୟ ବଦଳିଯିବ । ଜାଣନ୍ତୁ..

ବୃଷ- ବୃଷ ରାଶି ବ୍ୟକ୍ତି ବିଶେଷଙ୍କ ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ହେବ । ଆମଦାନୀର ନୂଆ ନୂଆ ରାସ୍ତା ସାମ୍ନାକୁ ଆସିବ । ଚାକିରିରେ ପଦନ୍ନୋତି ସହ ଦରମା ବୃଦ୍ଧି ହେବ । ଘର-ପରିବାରରେ ହସଖୁସିର ବାତାବରଣ ରହିବ । ଟଙ୍କା ନିବେଶ କରି ଲାଭାବାନ୍‌ ହେବେ ।

- Advertisement -

ମିଥୁନ- ଏହି ରାଶିଙ୍କୁ ଅତ୍ୟନ୍ତ ଶୁଭଫଳ ମିଳିବ । ନୂତନ ଚାକିରିର ଯୋଗ ରହିଛି । ଆର୍ଥିକ ସ୍ଥିତି ମଜଭୁତ ହେବ । ବ୍ୟବସାୟରେ ଖୁବ୍‌ ଲାଭ ମିଳିବ । ସ୍ୱାସ୍ଥ୍ୟ ଉତ୍ତମ ରହିବ । ନୂଆ ଦାୟିତ୍ୱ ମିଳିବ । ଅନେକ ଦିନରୁ ଅଟକି ରହିଥିବା କାମ ପୂରଣ ହେବ ।

କନ୍ୟା- ପରିଶ୍ରମର ଫଳ ମିଳିବ । କର୍ମକ୍ଷେତ୍ରରେ ଖୁବ୍‌ ଲାଭ ମିଳିବ । ବ୍ୟବସାୟ ବୃଦ୍ଧି ହେବ । ପୈତୃକ ସମ୍ପତ୍ତିରୁ ଲାଭ ମିଳିବ । ପରିବାରରେ ହସଖୁସିର ବାତାବରଣ ରହିବ । ନୂଆ କାର୍ଯ୍ୟରେ ଧନ ନିବେଶ କରିବାର ଯୋଗ ରହିଛି ।

ମକର- ଶୁଭ ସମୟ ଆରମ୍ଭ ହେବ । ଚାକିରିରେ ଉନ୍ନତିର ଯୋଗ ରହିଛି । ବ୍ୟବସାୟୀ ମଧ୍ୟ ଲାଭବାନ୍‌ ହେବେ । ଛାତ୍ରଛାତ୍ରୀଙ୍କ ପାଇଁ ସମୟ ଶୁଭଙ୍କର । ପରିବାରରେ ଯେକୌଣସି କାର୍ଯ୍ୟକୁ ଧୈର୍ଯ୍ୟର ସହ କରନ୍ତୁ ।

କୁମ୍ଭ- ହଠାତ୍‌ ଧନ ପ୍ରାପ୍ତି ହେବ । ପରିବାର ସଦସ୍ୟଙ୍କ ମଧ୍ୟରେ ହସଖୁସିର ବାତାବରଣ ରହିବ । ଆମଦାନୀ ବୃଦ୍ଧି ହେବ । ଜୀବନସାଥୀଙ୍କ ସହ ହସଖୁସିରେ ସମୟ ଅତିବାହିତ କରିବେ । ଅଟକି ଥିବା କାମ ପୂରଣ ହେବ ।

ଦେଖନ୍ତୁ ଭିଡିଓ ; ଧନିଆପତ୍ରରେ ମହାଦେବଙ୍କ ଚିତ୍ର..

ଦେଖନ୍ତୁ ଭିଡିଓ; ଚର୍ଚ୍ଚାରେ ହାତୀର ହେୟାର ଷ୍ଟାଇଲ୍‌, ଯୁବତୀଙ୍କୁ ବି ପକାଇଲା ପଛରେ

Hot this week

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

Related Articles

Popular Categories