ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଖୁବଶୀଘ୍ର ସ୍କୁଲ ଓ କଲେଜ ପାଇଁ ଆସିବ ନୂଆ ଗାଇଡ୍ଲାଇନ୍.. ଏନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ଏବଂ ଉଚ୍ଚ ଶିକ୍ଷା ବିଭାଗ ସହ ଆଲୋଚନା କରିଛି ରାଜସ୍ୱ ବିଭାଗ..
ମାଟ୍ରିକ ପରୀକ୍ଷା କେନ୍ଦ୍ର ବାହାରେ ପିଟାପିଟି.. ୭ଜଣ ପରୀକ୍ଷାର୍ଥୀଙ୍କ କପି ଧରିଲା ଏଆଇ କ୍ୟାମେରା.. ଘସିପୁରା ଥାନା ଦେଓଗାଁସ୍ଥିତ ପରୀକ୍ଷା କେନ୍ଦ୍ର ବାହାରେ ହାତାହାତି ହୋଇଥିବା ସୂଚନା.. ବରିପାଳ ଓ ତରିମୁଳ ଗାଁ ଭିତରେ ଗଣ୍ଡଗୋଳ.. କପି ଚେକିଂ ପାଇଁ ସ୍କ୍ୱାଡ୍ ଆସିବା ପରେ ଦୁଇ ଗାଁ ଭିତରେ ପିଟାପିଟି..
ପୁଣି ମୋ ବସ ଦୁର୍ଘଟଣା.. ବାଇକ ଆରୋହୀ ଗୁରୁତର.. କଟକ ପୁରୀଘାଟରୁ ଖାନନଗର ଆସୁଥିବା ମୋ ବସ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା.. ସିଟି କଲେଜ ରିଂରୋଡ୍ରେ ବାଇକ ଆରୋହୀଙ୍କୁ ଧକ୍କା ଦେଲା ମୋ ବସ୍.. ଗୁରୁତର ବାଇକ ଆରୋହୀ ଡାକ୍ତରଖାନାରେ ଭର୍ତ୍ତି..
ପ୍ରଥମ ପତ୍ନୀଙ୍କ ଧାରଣା ପରେ ଦ୍ବିତୀୟ ବିବାହ କରୁଥିବା ସ୍ୱାମୀଙ୍କୁ ବେଦୀରୁ ଉଠାଇନେଲା ପୁଲିସ.. ବୋରିଗୁମ୍ମା ଥାନା ଅଞ୍ଚଳରେ ଘଟିଛି ଏହି ଘଟଣା.. ଥାନା ସାମ୍ନାରେ ମହିଳା ଜଣକ ନିଜ ୧୪ ବର୍ଷୀୟ ପୁଅ ସହିତ ଏକ ବିବାହ କାର୍ଡ ଧରି ଧାରଣା ଦେବା ପରେ ଆକ୍ସନ ମୋଡକୁ ଆସିଥିଲା ପୁଲିସ..
ନୂଆପଡ଼ାରେ କଲରାପତରିଆ ବାଘ ଆତଙ୍କ.. ଗୁହାଳରେ ପଶି ଗାଈକୁ ମାରି ଖାଇଲା ବାଘ.. ସତର୍କ ରୁହନ୍ତୁ କହିଲା ବନ ବିଭାଗ..



