ଆଜିକାଲିର ଫ୍ୟାସନରେ ସାଧାରଣତଃ ସମସ୍ତ ମହିଳା ଓ ଝିଅମାନେ ଲମ୍ବା ନଖ ରଖିବା ପସନ୍ଦ କରୁଛନ୍ତି। ଲମ୍ବା ନଖ ରଖିବା ଦ୍ବାରା ତାହା ବାରମ୍ବାର ଭାଙ୍ଗି ଯାଇଥାଏ। ସେହିପରି ଲମ୍ବା ନଖ ବଢିବା ବେଳେ ମଧ୍ୟ ଅଧାରୁ ଭାଙ୍ଗି ଯାଇଥାଏ। ହାତରେ ଲମ୍ବା ନଖ ଥିଲେ ତାହା ସୁନ୍ଦର ଦେଖା ଯାଇଥାଏ। ଆସନ୍ତୁ ଜାଣିବା ନଖକୁ ସୁନ୍ଦର ଓ ଲମ୍ବା କରିବାର ଉପାୟ ..
ଅନେକ ଝିଅମାନେ ନଖ ବଢାଇଥାନ୍ତି। କିନ୍ତୁ ଏହି ନଖ ବହୁତ ଶୀଘ୍ର ଭାଙ୍ଗିଯାଇଥାଏ। ଆମ ଶରୀରରେ ପୋଷକ ତତ୍ତ୍ବର ଅଭାବ ରହିଥିଲେ ଏପରି ହୋଇଥାଏ। ତେଣୁ ଆମ ଖାଦ୍ୟରେ କିଛି ପରିବର୍ତ୍ତନ କରିବା ଉଚିତ।
କମଳା ରସ:
କମଳା ରସକୁ ଦୁଇ ମିନିଟ ପର୍ଯ୍ୟନ୍ତ ନଖରେ ଲଗାନ୍ତୁ। ଏହାପରେ ହାତକୁ ଅଳ୍ପ ଉଷୁମ ପାଣିରେ ଧୋଇ ଦିଅନ୍ତୁ। କିଛି ଦିନ ପର୍ଯ୍ୟନ୍ତ ଏପରି କରିବା ଦ୍ବାରା ନଖ ବଢିବା ସହ ବାରମ୍ବାର ଭାଙ୍ଗି ନଥାଏ।
ଅଲିଭ ତେଲ:
ନଖରେ ପ୍ରତିଦିନ ଅଲିଭ ତେଲ ମାଲିସ କରନ୍ତୁ। ଏପରି କରିବା ଦ୍ବାରା ନଖ ଠିକଭାବେ ବଢିଥାଏ। ଅଲିଭ ତେଲରେ ଭିଟାମିନ ଇ ଥାଏ। ଏହା ଆମକୁ ପୋଷକ ପ୍ରଦାନ କରିଥାଏ। ଏବଂ ନଖ ପର୍ଯ୍ୟନ୍ତ ରକ୍ତ ସଞ୍ଚାଳନ ଠିକ ଭାବେ କରିଥାଏ। ଏହାଦ୍ବାରା ନଖ ଶୀଘ୍ର ବଢିଥାଏ।
ରସୁଣ:
ନଖକୁ ବଢାଇବା ନିମନ୍ତେ ରସୁଣ ଏକ ଉତ୍ତମ ଖାଦ୍ୟ ଅଟେ। ରସୁଣକୁ କାଟି ଦୁଇ ଫାଳ କରି ନଖରେ ୧୦ମିନିଟ ପର୍ଯ୍ୟନ୍ତ ଘଷନ୍ତୁ। ଏପରି କରିବା ଦ୍ବାରା ନଖ ଶୀଘ୍ର ଭାଙ୍ଗି ନଥାଏ।
ନଖକୁ ସୁନ୍ଦର ଓ ଲମ୍ବା କରିବାର ଉପାୟ
Popular Categories



