www.samajalive.in
Monday, December 15, 2025
14.1 C
Bhubaneswar

ନିଲମ୍ବିତ ସଦସ୍ୟଙ୍କୁ କହିଲେ ରାଜ୍ୟସଭା ଅଧ୍ୟକ୍ଷ, ପ୍ରଥମେ ତୁମର ‘ଆଚରଣ’ ପାଇଁ ଦୁଃଖ ପ୍ରକାଶ କର

ଦୁର୍ବ୍ୟବହାର ପାଇଁ ରାଜ୍ୟସଭାରୁ ନିଲମ୍ବିତ ହୋଇଥିବା ୧୨ ଜଣ ସଦସ୍ୟଙ୍କୁ ଅଧ୍ୟକ୍ଷ ଏମ ଭେଙ୍କୟା ନାଇଡୁ କହିଛନ୍ତି ଯେ ଯଦି ସେମାନେ ସେମାନଙ୍କ ଅନୁଚିତ ବ୍ୟବହାର ପାଇଁ ଦୁଃଖ ପ୍ରକାଶ କରିବେ, ଏବେ ନିଲମ୍ବନ ଆଦେଶ ସମ୍ପର୍କରେ ବିଚାର କରାଯିବ। ପରାଜ୍ୟସଭା ଅଧ୍ୟକ୍ଷ ଏମ ଭେଙ୍କୟା ନାଇଡୁ ଗୁରୁବାର ଟ୍ରେଜେରୀ ବେଞ୍ଚ ଏବଂ ବିରୋଧୀଙ୍କୁ ଏକ ଉପାୟ ବାହାର କରିବାକୁ କହିଥିଲେ ଯାହା ଫଳରେ ଗୃହ କାର୍ଯ୍ୟ ସୁରୁଖୁରୁରେ ଚାଲିପାରିବ।

ଶ୍ରୀ ନାଇଡୁ ଗୃହର ସମସ୍ତ ସଦସ୍ୟଙ୍କୁ ଆହ୍ୱାନ ଦେଇ କହିଛନ୍ତି, ସଦସ୍ୟମାନେ ଆଲୋଚନା କରି ଗୃହର ବାଧ୍ୟତାମୂଳକ କାର୍ଯ୍ୟ କରିବା ପାଇଁ ଏକ ଉପାୟ ଖୋଜି ବାହାର କରନ୍ତୁ। ଶ୍ରୀ ନାଇଡୁ କହିଛନ୍ତି ଯେ ମଣିଷ ହିଁ ଭୁଲ କରେ ଏବଂ ପରେ ସଂଶୋଧନ କରିଥାଏ। ନିଲମ୍ବିତ ସଦସ୍ୟମାନେ ସେମାନଙ୍କ ଖରାପ ଆଚରଣ ପାଇଁ ପ୍ରଥମେ କ୍ଷମା ମାଗନ୍ତୁ ଓ ତା ପରେ ନିଲମ୍ବନ ପ୍ରତ୍ୟାହାର ହେବ।

- Advertisement -

ସେ କହିଥିଲେ ଯେ ଅତୀତରେ କିମ୍ବା ବର୍ତ୍ତମାନ ହୋଇଥିବା ନିଲମ୍ବନ କେବଳ କିଛି ସଦସ୍ୟଙ୍କ ଖରାପ ଆଚରଣ ଯୋଗୁ ହୋଇଛି। ଗୃହରେ ବ୍ୟାଘାତକୁ ନେଇ ଦୁଃଖ ପ୍ରକାଶ କରି ନାଇଡୁ କହିଛନ୍ତି ଯେ ସଦସ୍ୟଙ୍କ ନିଲମ୍ବନକୁ ଉଭୟ ଗୃହ ତଥା ବାହାରେ ଅଗଣତାନ୍ତ୍ରିକ ବୋଲି କହିବା ବେଳେ ସେମାନଙ୍କ ନିଲମ୍ବନ ହେବାର କାରଣ ସମ୍ପର୍କରେ କୌଣସି ଶବ୍ଦ ମଧ୍ୟ କୁହାଯାଉ ନାହିଁ।

ସେ କହିଛନ୍ତି ଯେ ନିଲମ୍ବିତ ସଦସ୍ୟମାନେ ସେମାନଙ୍କ ଆଚରଣ ପାଇଁ ଅନୁତାପ କରିବାକୁ ଚାହୁଁ ନାହାନ୍ତି କିନ୍ତୁ ନିଲମ୍ବନ ନିଷ୍ପତ୍ତିକୁ ପ୍ରତ୍ୟାହାର କରିବାକୁ ଜିଦ୍ କରୁଛନ୍ତି। ଗଣତାନ୍ତ୍ରିକ ବ୍ୟବସ୍ଥାରେ ଏହା ଗ୍ରହଣୀୟ କି ବୋଲି ଶ୍ରୀ ନାଇଡୁ ପ୍ରଶ୍ନ କରିଛନ୍ତି। ଅତୀତରେ ନିଲମ୍ବିତ ସଦସ୍ୟମାନେ ଅନୁତାପ କରିବାରୁ ସେମାନଙ୍କ ଉପରୁ ନଲମ୍ବନ ଆଦେଶ ପ୍ରତ୍ୟାହାର କରାଯାଇଥିଲା।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories