www.samajalive.in
Saturday, December 13, 2025
14.1 C
Bhubaneswar

କମ୍ପାନୀର ପ୍ରତିଶ୍ରୁତି ପରେ ଏନ୍‍ଏଲ୍‌ସି ଲୋଇଲା ଖଣିର ଶ୍ରମିକମାନଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ପ୍ରତ୍ୟାହୃତ

ରେଙ୍ଗାଲି: ଖିଣ୍ଡା ପଞ୍ଚାୟତ ରେ ଥିବା ଏନ୍‍.ଏଲ୍‍.ସି କମ୍ପାନୀର ତଲାବିରା(୨) ଏବଂ (୩) କୋଇଲାଖଣିରେ କାର୍ଯ୍ୟରତ ଶ୍ରମିକମାନେ ଦୀର୍ଘ ଦିନ ହେଲା କେନ୍ଦ୍ର କୋଇଲା ମନ୍ତ୍ରଣାଳୟର ହାଇପାୱାର କମିଟି କରିଥିବା ସୁପାରିଶ ଅନୁସାରେ ବର୍ଦ୍ଧିତ ହାର ମଜୁରୀ, ବୋନସ, ଗ୍ରାଚ୍ୟୁଟୀ ଆଦି ଅନ୍ୟାନ୍ୟ ସୁବିଧା ପ୍ରଦାନ ଦାବୀ କରି ବୁଧବାର ସକାଳ ୬ଟା ରୁ ଶ୍ରମିକମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଥିଲେ। ଆଜି ଏନ୍‍.ଏଲ୍‍.ସିର ମାଇନିଂ ଜିଏମ୍‍ ଏବଂ ମାନବ ସମ୍ବଳ ବିଭାଗର ମହାପ୍ରବନ୍ଧକ ସୁବ୍ରତ ବିଶ୍ୱାଲ ଆନ୍ଦୋଳନରତ ଶ୍ରମିକମାନଙ୍କ ସହିତ ଆଲୋଚନା କରି ୧୦ ତାରିଖ ସୁଦ୍ଧା ନଭେମ୍ବର ମାସରୁ ହାଇପାୱାର କମିଟିର ସୁପାରିଶ ଅନୁସାରେ ଦରମା ଦିଆଯିବ ବୋଲି ଲିଖିତ ପ୍ରତିଶ୍ରୁତି ଦେବା ସହ ପରବର୍ତ୍ତୀ ସମୟରେ ବିଗତ ମାସର ମଜୁରୀ ବୋନସ୍‍ ଆଦି ଦିଆଯିବ ବୋଲି ପ୍ରତିଶ୍ରୁତି ଦେଲାପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିବାର ଜଣାପଡିଛି।

ଉଲ୍ଲେଖଯୋଗ୍ୟ ଯେ, ହାଇପାୱାର୍‍ କମିଟିର ସୁପାରି ଅନୁସାରେ ମଜୁରୀ, ବୋନସ୍‍, ଗ୍ରାଚ୍ୟୁଟି ପ୍ରଦାନ ପାଇଁ ବିଗତ ଦିନମାନଙ୍କରେ ବୀର ସୁରେନ୍ଦ୍ର ସାଏ ଶ୍ରମିକ ସଂଘର ଆହ୍ୱାନକ୍ରମେ ୮/୯ଥର ଆନ୍ଦୋଳନ କରାଯାଇଛି। ଗତ ୮ତାରିଖ ଦିନ ଶ୍ରମିକ ସଂଘ ଦାବୀ ପୁରଣ ପାଇଁ ଆନ୍ଦୋଳନକୁ ଓହ୍ଲାଇଥିବା ବେଳେ ନଭେମ୍ବର ୩୦ ସୁଦ୍ଧା ଦାବୀ ପୂରଣ କରାଯିବା ବୋଲି କମ୍ପାନୀ କର୍ତ୍ତୃପକ୍ଷ ଲିଖିତ ପ୍ରତିଶ୍ରୁତି ଦେଇଥିବା ସତ୍ତ୍ବେ ଦାବୀ ପୂରଣ ହୋଇ ନ ଥିବାରୁ ଶ୍ରମିକମାନେ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିଥିଲେ। ଆଜି ହୋଇଥିବା ଦ୍ୱିପାକ୍ଷିକ ଆଲୋଚନାରେ ବୀର ସୁରେନ୍ଦ୍ର ସାଏ ଶ୍ରମିକ ସଂଘର କାର୍ଯ୍ୟକାରୀ ସଭାପତି ବାବୁଲୁ ରାଉତ, ସମ୍ପାଦକ ହିମାଂଶୁ ମଲ୍ଲିକ, ବିଜୟ କୁମାର ପାଣି, ଅମୀୟ କୁମାର ଶତପଥୀ, ସୁବୋଧ ବିଶ୍ୱାଳ ଶ୍ରମିକ ମାନଙ୍କର ପକ୍ଷ ରଖିଥିଲେ। କମ୍ପାନୀର ବରିଷ୍ଠ ଅଧିକାରୀମାନେ ଦେଇଥିବା ପ୍ରତିଶ୍ରୁତି ପୂରଣ ନ କଲେ ସେମାନଙ୍କ ବିରୋଧରେ ଠେଲକୋଲୋଇ ଥାନାରେ ମିଥ୍ୟା ଏବଂ ଠକେଇ ମାମଲା ଦାଏର କରାଯିବା ସହିତ ଖଣି କାର୍ଯ୍ୟବନ୍ଦ ଏବଂ ପରିବହନ ମଧ୍ୟ ବନ୍ଦ କରି ଆନ୍ଦୋଳନ କରାଯିବ ବୋଲି ଶ୍ରମିକ ସଂଘ ପକ୍ଷରୁ କମ୍ପାନୀ କର୍ତ୍ତୃପକ୍ଷଙ୍କୁ ଲିଖିତ ଚେତାବନୀ ଦିଆଯାଇଛି।

Hot this week

ଜନଗଣନା ପାଇଁ ୧୧,୭୧୮ କୋଟି ଟଙ୍କା ମଞ୍ଜୁର

ନୂଆଦିଲ୍ଲୀ: ଭାରତର ଜନଗଣନା ୨୦୨୭ ପାଇଁ ୧୧,୭୧୮. ୨୪ କୋଟି ଟଙ୍କାର...

ଇଣ୍ଡିଗୋରେ ପୁଣି ସଂକଟ; ୧୬୦ ବିମାନ ବାତିଲ

ନୂଆଦିଲ୍ଲୀ: ବିମାନ ପରିଚାଳନା ବ୍ୟବସ୍ଥା ସ୍ବାଭାବିକ ହେବା ନେଇ ଘରୋଇ ଏୟାରଲାଇନ୍ସ...

ଭାରତରେ ଲିଓନେଲ୍‌ ମେସି

ସମାଜ ଡିଜିଟାଲ ଡେସ୍କ: ଭାରତରେ କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସି...

ଶନିବାର ରାଶିଫଳ: ଈପ୍‌ସିତ ଅର୍ଥ ପ୍ରାପ୍ତିର ସୂଚନା

ମେଷ: ଧୈର୍ଯ୍ୟ ଓ ସାହସ ସଞ୍ଚୟ କରି ଆଶୁ ବିପଦର ମୁକାବିଲା କରିପାରନ୍ତି।...

ସାବଧାନ, ଅଣ୍ଡା ଖାଇଲେ ହେଉଛି କ୍ୟାନସର!

ଶୀତ ଋତୁରେ ଅଧିକାଂଶ ଲୋକ ଅଣ୍ଡା ଖାଆନ୍ତି। ଅଣ୍ଡାରେ ପ୍ରୋଟିନ୍, କ୍ୟାଲସିୟମ୍...

Related Articles

Popular Categories