www.samajalive.in
Monday, December 15, 2025
24.1 C
Bhubaneswar

ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଓଆରଏଫ ସଂସ୍ଥା ଦ୍ଵାରା ୧୦ଟି ଅମ୍ଳଜାନ କଂସେଣ୍ଟେଟ୍ରର ପ୍ରଦାନ

ନବରଙ୍ଗପୁର: ବିଶେଷଜ୍ଞଙ୍କ ଦ୍ଵାରା କୋଭିଡ- ୧୯ ମହାମାରୀର ସମ୍ଭାବ୍ୟ ୩ୟ ଲହରୀ ସତର୍କତା ସୂଚନାକୁ ଆଧାର କରି ଓଡିଶା ସରକାର ଏହାକୁ ସଫଳତାର ସହ ମୁକାବିଲା ନିମନ୍ତେ ପ୍ରସ୍ତୁତି ଆରମ୍ଭ କରି ଅଛନ୍ତି। ଆସନ୍ତା ଜୁଲାଇ-ଅଗଷ୍ଟ ମାସରେ ଯାହାର ପ୍ରଭାବ ଆଶଙ୍କା କରାଯାଉଛି। ଏହି ପୂର୍ବାନୁମାନ ଅନୁଯାୟୀ ସ୍ଥାନୀୟ ପ୍ରଶାସନ ତୃଣମୂଳ ସ୍ତରରେ ଅବସ୍ଥିତ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଓ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ସ୍ତରରେ ଯଥା ସମ୍ଭବ ସ୍ବାସ୍ଥ୍ୟ ସୁଯୋଗର ଉପଲବ୍ଧି କରୁଅଛନ୍ତି। ସୁବିଧା ହାସଲରୁ ଅପେକ୍ଷାକୃତ ଵଞ୍ଚୀତ ନବରଙ୍ଗପୁର ଜିଲ୍ଲାର କୋଭିଡ ହସ୍ପିଟାଲ ନିମନ୍ତେ ଓଆରଫ ସଂସ୍ଥା ଆନୁକୂଲ୍ୟରେ ୧୦ ଗୋଟି,୧୦ ଏଲ୍ପିଏମ ଏସ ଅକ୍ସିଜେନ କଂସେଣ୍ଟେଟ୍ରର ଯୋଗାଡ଼ କରାଯାଇଛି। ଏହା ପୂର୍ବରୁ ସଂସ୍ଥା ଦ୍ଵାରା ଖ୍ରୀଷ୍ଟିଆନ ମେଡିକାଲକୁ ୫ ଗୋଟି ଅକ୍ସିଜେନ କଂସେଣ୍ଟେଟ୍ରର ପ୍ରଦାନ କରାଯାଇଛି।

ଓଡ଼ିଶା ରାଇଜିଙ୍ଗ ଫାଉଣ୍ଡେସନ (ଓଆରଏଫ) ଏକ ଭୁବନେଶ୍ୱରସ୍ଥ ସାମାଜିକ ଉଦ୍ୟୋଗ ଯାହା ଓଡ଼ିଶାର ୩୦ ଜିଲ୍ଲାରେ କୋଭିଡ-୧୯ ମହାମାରୀର ମୁକାବିଲା ନିମନ୍ତେ ଏପର୍ୟ୍ୟନ୍ତ ୩୦୦ରୁ ଉର୍ଦ୍ଧ୍ବ ଅକ୍ସିଜେନ କଂସେଣ୍ଟେଟ୍ରର ଓଡ଼ିଶାର ସରକାରୀ ତଥା ଅଣ-ବ୍ୟବସାୟୀକ ହସ୍ପିଟାଲମାନଙ୍କୁ ଯୋଗାଇବା ସହ ୫୦୦୦ରୁ ଉର୍ଦ୍ଧ୍ବ ଦୁରବସ୍ଥା ପରିବାରଙ୍କୁ ରାସନ ସାମଗ୍ରୀ, ଔଷଧ ସହାୟତା ଯୋଗାଇଛି। ଏହିସଂସ୍ଥାର ସହ-ପ୍ରତିଷ୍ଠାତା ତଥା ମୁଖ୍ୟ ନିର୍ବାହୀ ଅଧିକାରୀ ଅକ୍ଷୟ ସାଗରଙ୍କ ଆନୁକୂଲ୍ୟରେ ଏହା ସମ୍ବବ ହୋଇପାରିଛି। ନବରଙ୍ଗପୁର ଅତିରିକ୍ତ ଜିଲ୍ଲାପାଳ ରତ୍ନାକର୍ ସାହୁଙ୍କ ଉପସ୍ତିତିରେ ସଂସ୍ଥାର ଅକ୍ଷୟ ସାଗର ସିଡିଏମ ଓ ଡ଼ଃ ଶୋଭାରାଣୀ ମିଶ୍ରଙ୍କୁ ହସ୍ତାନ୍ତର କରିଥିଲେ। ଏହି କାର୍ୟ୍ୟକ୍ରମରେ ସଂସ୍ଥାର ଓ ହସ୍ପିଟାଲ କର୍ମଚାରୀ ସବୁ ଉପସ୍ଥିତ ଥିଲେ।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories