www.samajalive.in
Monday, December 15, 2025
24.1 C
Bhubaneswar

ପାଗଳ ପ୍ରେମିକର ମହିଳାଙ୍କୁ ହତ୍ୟା ଉଦ୍ୟମ

ବେଗୁନିଆ: ବାଘମାରୀ ଥାନା ଅନ୍ତର୍ଗତ ତୁଳସୀପୁର ଗ୍ରାମରେ ଜଣେ ବିବାହିତ ଏବଂ ୫ ଟି ସନ୍ତାନର ଜନକ ଜଣେ ଆଦିବାସୀ ମହିଳାଙ୍କୁ ପ୍ରେମ ନିବେଦନ କରି ବିଫଳ ହେବାରୁ ଏକ ଟାଙ୍ଗିଆ ସାହାଯ୍ୟରେ ତାଙ୍କର ଗୋଡ ଦୁଇଟିକୁ ହାଣି ଦେବା ଦ୍ୱାରା ସେ ଏବେ ସଂକଟାପର୍ଣ୍ଣ ଅବସ୍ଥାରେ ମୃତ୍ୟୁ ସହିତ ସଂଗ୍ରାମ କରୁଥିବାର ଜଣାପଡିଛି । ସମ୍ପୃକ୍ତ ଗ୍ରାମର ଦାଶରଥି / ଇନ୍ଦ୍ରମଣି ଦାସ(୫୨) ଜଣେ ବିବାହିତ ବ୍ୟକ୍ତି ହୋଇଥିବା ବେଳେ ତାଙ୍କର ୫ ଟି ସନ୍ତାନ ମଧ୍ୟରୁ ୨ଟି ଝିଅ ବାହା କରି ସାରିଲେଣି। କିନ୍ତୁ ସମ୍ପୃକ୍ତ ବ୍ୟକ୍ତି ଜଣକ ନିଜର ହୀନ ଉଦେଶ୍ୟ ଚରିତାର୍ଥ କରିବା ପାଇଁ ସେହି ଗ୍ରାମର ବାପମା’ ଙ୍କୁ ହରାଇ ଏକାକୀ ରହୁଥିବା ସ୍ବର୍ଗତ ସନାତନ ନାୟକ/ବେହେରାଙ୍କ ଝିଅ ଲଷ୍ମୀ ବେହେରା(୩୨)ଙ୍କ ପଛରେ ପଡି ତାଙ୍କ ସହିତ ସମ୍ପର୍କ ସ୍ଥାପନ କରିଥିଲେ। କିନ୍ତୁ କିଛିଦିନ ପରେ ଉଭୟଙ୍କ ମଧ୍ୟରେ ସମ୍ପର୍କ ଭଲ ନରହିବା ଯୋଗୁଁ ଲଷ୍ମୀ ଗତ ମେ’ ମାସ ୮ ତାରିଖରେ ବାଘମାରୀ ଥାନାରେ ତାଙ୍କ ବିରୁଦ୍ଧରେ ଏକ ମକଦ୍ଦମା ରୁଜୁ କରିଥିବା ବେଳେ ପୋଲିସ ତାଙ୍କୁ ଗିରଫ କରି ୯ ତାରିଖରେ କୋର୍ଟ ଚାଲାଣ କରିଥିଲା।

ଗତକାଲି ଦାଶରଥି ଜାମିନରେ ଆସିଥିଲା। ଆଜି ସକାଳେ ଗହୀର ମଝିରେ ଥିବା ଏକ ପୋଖରୀକୁ ଲଷ୍ମୀ ଗାଧୋଇବାକୁ ଯାଇଥିବା ବେଳେ ଦାଶରଥି ସେଠାରେ ପଂହଁଚି ତାଙ୍କୁ ପ୍ରେମ ନିବେଦନ କରିଥିଲେ। କିନ୍ତୁ ମହିଳା ଜଣଙ୍କ ଏଥିରେ ରାଜି ନ ହେବାରୁ ସେ ଗାଳି ଗୁଲଜ କରି ମୋତେ ତୁ କାହିଁକି ଜେଲ ପଠାଇଲୁ କହି ତାଙ୍କୁ ତଳେ ପକାଇ ତାଙ୍କର ଗୋଡ ଦୁଇଟିକୁ ଅତି ନୃଶଂସ ଭାବେ ଟାଙ୍ଗିଆ ସାହାଯ୍ୟରେ ହାଣି ପକାଇଥିଲେ। ଫଳରେ ସେ ଗୁରୁତର ଭାବେ ଆହତ ହୋଇ ସଙ୍କଟାପନ୍ନ ଅବସ୍ଥାରେ ସେଠାରେ ପଡ଼ିଥିଲେ ମଧ୍ୟ ତାଙ୍କୁ ଡାକ୍ତରଖାନା ଯିବାକୁ ଛାଡିନଥିଲା।

- Advertisement -

ପୋଖରୀ କୂଳରେ ସେହିପରି ତାଙ୍କୁ ଜଗିରହିଥିବା ଯୋଗୁ ଲୋକମାନେ ଭୟରେ କେହି ତାଙ୍କ ପାଖକୁ ଯାଇନଥିଲେ। ଖବର ପାଇ ଥାନା ଅଧିକାରିଣୀ ଅର୍ଚ୍ଚନା ମଲ୍ଲିକଙ୍କ ନିର୍ଦେଶରେ ସେକେଣ୍ଡ ଅଫିସର ବ୍ରହ୍ମ।ନନ୍ଦ ସ୍ୱାଇଁ ଥାନା କର୍ମଚାରୀମାନଙ୍କୁ ଧରି ସେଠାରେ ପହଁଚିବାକ୍ଷଣି ଅଭିଯୁକ୍ତ ପୋଲିସକୁ ଦେଖି ସେଠାରୁ ଫେରାର ହୋଇଯାଇଥିଲା। ଶ୍ରୀ ସ୍ୱାଇଁ ଆମ୍ବୁଲାନ୍ସ ଡାକି ଲଷ୍ମୀଙ୍କୁ ପ୍ରଥମେ ବାଙ୍କୀ ମେଡିକାଲରେ ଭର୍ତ୍ତି କରିଥିଲେ। କିନ୍ତୁ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ସଂଗେ ସଂଗେ କଟକ ବଡ ଡାକ୍ତରଖାନା ଏବଂ ପରେ ଏମ୍ସକୁ ସ୍ଥାନାନ୍ତର କରାଯାଇଛି।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories