www.samajalive.in
Monday, December 15, 2025
24.1 C
Bhubaneswar

ଜଗାକାଳିଆକୁ ଝୁରୁଛନ୍ତି ୯୨ ବର୍ଷୀୟ ବୃଦ୍ଧ ଭକ୍ତ

ନବରଙ୍ଗପୁର: ଜଗାଭକ୍ତ ଆଉ ଭଗବାନଙ୍କ ମଧ୍ୟରେ ଲକ୍ଷ୍ମଣ ରେଖା ଟାଣି ଦେଇଛି ମହାମାରୀ କରୋନା ହେଲେ ଜଗାକାଳିଆଙ୍କ ଭକ୍ତକୁ ଭଗବାନଙ୍କ ଠାରୁ କିଏ ଵା ଅଲଗା କରି ପାରିବ। ଭକ୍ତଟିଏ ତାର ମନୁଆ ଠାକୁରଙ୍କୁ ଯେ କୌଣସି ଉପାୟରେ ବି ହେଉ ତାର ମନର ଦୁଃଖ ନିଶ୍ଚୟ ଜଣେଇବ। ବୟସ ଆସି ୯୨ ଛୁଇଁଲାଣି। ଆସନ୍ତା ବର୍ଷ ରଥଯାତ୍ରା ବେଳକୁ ବଞ୍ଚିଥିବି କି ନାହିଁ ଜାଣିନି। ବିଗତ ବର୍ଷ ଭଳି ଏ ବର୍ଷ ମଧ୍ୟ କାଳିଆକୁ ଦେଖିପାରିବି ନାହିଁ ତେଣୁ ମୋ ଭାବ ଭକ୍ତିକୁ ଏକ ଭଜନ ମାଧ୍ୟମରେ କାଳିଆ ପାଖରେ ସମର୍ପଣ କରୁଛି ବୋଲି କହିଛନ୍ତି ଜଣେ ୯୨ ବର୍ଷୀୟ ବୃଦ୍ଧ।

ପ୍ରତିଦିନ ଜଗାକୁ ଦର୍ଶନ କରି ଦିନ କାଟୁଥିଲେ ନବରଙ୍ଗପୁର ସହର ସ୍ଥିତ ନୂଆବନ୍ଧ ସାହିର କୃଷ୍ଣ ପାତ୍ର ହେଲେ ଆଜି ଜଗା ଦର୍ଶନରୁ ବଂଚିତ ହେଇ ଭଜନ ଗାଉଛନ୍ତି ଏଇ ବୃଦ୍ଧ। ଆଉ ଭଜନ ବି ସହରର ପ୍ରତ୍ୟେକ ଲୋକଙ୍କ ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଛି। ସମସ୍ତେ ଗୀତଟିକୁ ବେଶ ପସନ୍ଦ ବି କରୁଛନ୍ତି। ୧୯୩୧ ମସିହା ଜୁନ ମାସରେ ଜନ୍ମ ହେଇଥିବା କୃଷ୍ଣ ଚନ୍ଦ୍ର ପାତ୍ରଙ୍କୁ ଆଜି ୯୨ ବର୍ଷ ହେଇସାରିଲାଣି। ଯୁବାବସ୍ତାରେ ପ୍ରତିଦିନ ମନ୍ଦିରରେ ସେ ଜଗନ୍ନାଥଙ୍କ ନାମ ସଂକୀର୍ତ୍ତନ କରୁଥିଲେ ଓ ସେ ବାବଦକୁ ମାସିକ ୩ ଟଙ୍କା ପ୍ରାପ୍ୟ ମଧ୍ୟ ମିଳୁଥିଲା। ହେଲେ ଆଜି ବୟସର ଅପରାହ୍ନରେ କୃଷ୍ଣଚନ୍ଦ୍ରକୁ ଜଗା ଦର୍ଶନରୁ ବଞ୍ଚିତ କରେଇ ରଖିଛି ମହାମାରୀ କରୋନା।

- Advertisement -

ସେ ୧୯୭୭ ମସିହରୁ ୧୯୮୨ ପର୍ଯ୍ୟନ୍ତ ୱାର୍ଡ ମେମ୍ବର ମଧ୍ୟ ରହିଥିଲେ। ପରିବାର କହିଲେ ୨ ପୁଅ ଓ ୩ ଝିଅ। ଝିଅ ବାହା ହେଇ ପରଘରକୁ ଚାଲି ଗଲେଣି, ପାଖରେ ଅଛନ୍ତି ଦୁଇ ପୁଅ ତଥାପି ଏତେ ବୟସରେ ମଧ୍ୟ ସେ କାହା ଉପରେ ନିର୍ଭରଶୀଳ ନୁହନ୍ତି। ନିଜ କାମ ନିଜ ଇଚ୍ଛା ମୁତାବକ ରୋଷେଇ କରନ୍ତି। ଏ ଶେଷ ସମୟ ତକ ଜଗା ନାମ ଜଗା ଭଜନ ଗାଈ ବିତେଇବାକୁ ଚାହୁଁଥିବା କହିଛନ୍ତି କୃଷ୍ଣ ଚନ୍ଦ୍ର। କାଳିଆ କୃପାରୁ ବାପା ଏ ବୟସରେ ବି ଚଲା ବୁଲା କରୁଥିବାରୁ ଦୁଇ ପୁଅ ମଧ୍ୟ ଖୁସିରେ ଅଛନ୍ତି। ସହରର ବହୁ ସଙ୍ଗୀତ ପ୍ରେମୀ, ଗାୟକ, ସଙ୍ଗୀତ ନିର୍ଦେଶକ ଷ୍ଟୁଡ଼ିଓ ଆସନ୍ତି କିନ୍ତୁ ଜଣେ ୯୨ ବର୍ଷୀୟ ବୃଦ୍ଧ ନିଜେ ଆସି ଗୀତ ଗାଇଥିବାରୁ ଆଶ୍ଚର୍ଯ୍ୟ ହେଇଯାଇଛନ୍ତି ନବରଙ୍ଗପୁର ବାସୀ।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories