www.samajalive.in
Saturday, December 13, 2025
23.1 C
Bhubaneswar

ଘରେ ପ୍ରସ୍ତୁତ କରନ୍ତୁ ମଟନ ମୋମୋ

ଆବଶ୍ୟକୀୟ ସାମଗ୍ରୀ: ଚାଉଳ ଚୁନା, କିମା ପାଇଁ କଟା ହୋଇଥିବା ୨୦୦ ଗ୍ରାମ ମଟନ, ୨ଟି ପିଆଜ,  ଅଦା-ରସୁଣ ପେଷ୍ଟ, କଟା ଟମାଟୋ, ଲଙ୍କା ଗୁଣ୍ଡୁ, ହଳଦୀ ଗୁଣ୍ଡ, ତେଲ, ଗରମ ମସଲା, ଧନିଆ ପତ୍ର ଓ ସ୍ବାଦନୁଯାୟୀ ଲୁଣ ।

ପ୍ରସ୍ତୁତ ପ୍ରଣାଳୀ: ପ୍ରଥମେ କିମା ପ୍ରସ୍ତୁତ କରନ୍ତୁ । ସେଥିପାଇଁ ଗ୍ୟାସରେ କଡେଇ ବସାଇ ତେଲ ଗରମ କରି ସେଥିରେ ପିଆଜ ପକାଇ ଲାଲ ହେବା ଯାଏ ଭାଜନ୍ତୁ । ପିଆଜ ଭାଜି ହୋଇଗଲେ ସେଥିରେ ଅଦା-ରସୁଣ ପେଷ୍ଟ ପକନ୍ତୁ । ପରେ ସେଥିରେ କଟା ଟମାଟୋ, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ ଓ ଲୁଣ ପକାଇ ଭଲକି ଗୋଳାଇ ଦିଅନ୍ତୁ । ମସଲା ହୋଇଗଲା ପରେ ସେଥିରେ ମଟନ ପକାଇ ଭଲ ଭାବରେ କଷନ୍ତୁ। କିଛି ସମୟ ମାଂସକୁ କଷିଲା ପରେ ସେଥିରେ ଅଳ୍ପ ପାଣି ଦେଇ ଘୋରାଇ ଦିଅନ୍ତୁ। ମଝିରେ ମଝିରେ ଏହାକୁ ଗୋଳାଉ ଥିବେ ଯେପରି ମାଂସ ଲାଗି ନ ଯାଏ । କିଛି ସମୟ ପରେ ପାଣି ମରିଯିବା ଏବଂ ମାଂସ ମଧ୍ୟ ସିଝି ଯାଇଥିବା। ସେଥିରେ ଗରମ ମସଲା ଓ ଧନିାପତ୍ର ପକାଇ, ଭଲକି ଗୋଳାଇ ଚୁଲାରୁ କାଢି ଆଣନ୍ତୁ। ଏବେ ମଟନ କିମା ପ୍ରସ୍ତୁତ ହୋଇଗଲା ।

- Advertisement -

ବର୍ତ୍ତମାନ ମୋମୋ କରିବା ପାଇଁ ଏକ ପାତ୍ରରେ ପାଣି ଗରମ କରି ସେଥିରେ ଚାଉଳ ଚୁନା ପକାଇ ଗୋଳାନ୍ତୁ, ଯେପରି ଚାଉଳ ମୁଣ୍ଡା ନ ହେବ । ଚୁଲାରୁ କାଢି ଆଣି ଏହାକୁ ଭଲ ଭାବରେ ଜନ୍ତି ଦିଅନ୍ତୁ । ପରେ ଛୋଟ ଛୋଟ ମଣ୍ଡା ପିଠା ବା ମୋମୋ ଆକରରେ ଗଢି ସେଥିରେ ମଟନ କିମା କୁ ପୁର ଭଳି ଦିଅନ୍ତୁ, ଯେପରି ନଡିଆ ପୁର ଦିଆଯାଏ । ଏହିପରି ଭାବରେ ସବୁ ପିଠା ଗଢି ରଖନ୍ତୁ । ପରେ ଏହାକୁ ଷ୍ଟିମ୍ ଦିଅନ୍ତୁ । ଏବେ ପ୍ରସ୍ତୁତ ହୋଇଗଲା ମଟନ ମୋମୋ ।

Hot this week

ସଂସଦ ଆକ୍ରମଣକୁ ୨୪ବର୍ଷ ପୁରିଲା: ୪୫ମିନିଟ୍‌ ଧରି ହୋଇଥିଲା ଗୁଳିଚାଳନା

ନୂଆଦିଲ୍ଲୀ: ସଂସଦ ଉପରେ ଆକ୍ରମଣକୁ ଆଜି ପୂରିଲା ୨୪ ବର୍ଷ ।...

ଲିଓନେଲ୍ ମେସିଙ୍କ ୭୦ ଫୁଟ ପ୍ରତିମୂର୍ତ୍ତି ଉନ୍ମୋଚନ

ସମାଜ ଲାଇଭ ଡ଼େସ୍କ : ବିଶ୍ବର ତାରକା ଫୁଟବଲ୍ ଖେଳାଳି ଲିଓନେଲ୍...

ମାଟି ତଳୁ କଡାଯାଉଛି ରାମୁ ହାତୀର କଙ୍କାଳ: ପ୍ରକୃତି ନିବାସରେ ସଂରକ୍ଷିତ ରହିବ

ସମାଜ ଡିଜିଟାଲ ଡେସ୍କ: ଅମର ରହିବ ରାମୁ ହାତୀ । ସଂରକ୍ଷିତ...

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

Related Articles

Popular Categories