ବିଜୟ ଲକ୍ଷ୍ୟ ୩୨୩ : ଅଷ୍ଟ୍ରେଲିଆ ୧୦୪/୪

0

ଆଡିଲେଡ୍ : ଆଡିଲେଡ ଟେଷ୍ଟରେ ଭାରତ ବିଜୟ ଆଡକୁ ଅଗ୍ରସର ହେଉଛି। ୩୨୩ ରନ୍ ବିଜୟ ଲକ୍ଷ୍ୟର ପିଛା କରି ଅଷ୍ଟ୍ରେଲିଆ ଚତୁର୍ଥ ଦିନର ଖେଳ ଶେଷ ସୁଦ୍ଧା ୪ ଓ୍ଵିକେଟ୍ ହରାଇ ୧୦୪ ରନ ସଂଗ୍ରହ କରିଛି। ଚେତେଶ୍ଵର ପୂଜାରାଙ୍କ ୭୧ ଓ  ଆଜିଙ୍କ୍ୟ ରାହାଣେଙ୍କ ୭୦ ରନ ବଳରେ ଭାରତ ଦ୍ଵିତୀୟ ଇନିଂସରେ ୩୦୭ ରନ୍ କରିବାକୁ ସକ୍ଷମ ହୋଇଥିଲା। ଏହା ସହିତ ପ୍ରଥମ ଇନିଂସ ଅଗ୍ରଣୀ ଭିତ୍ତିରେ ଭାରତ ଅଷ୍ଟ୍ରେଲିଆକୁ ୩୨୩ ରନର ବିଜୟ ଲକ୍ଷ୍ୟ ଦେଇଛି। ଅଷ୍ଟ୍ରେଲିଆ ବିଜୟ ଠାରୁ ୨୧୯ ରନ ଦୂରରେ ଥିବା ବେଳେ, ଭାରତ ୬ଟି ଓ୍ଵିକେଟ ଠାରୁ ଦୂରରେ ରହିଛି।

ମୋଟାମୋଟି ଭାବେ ପ୍ରଥମ ଟେଷ୍ଟ ଏକ ନିର୍ଣ୍ଣାୟକ ମୋଡରେ ପହଞ୍ଚିଛି। ପ୍ରଥମ ଇନିଂସ ଅପେକ୍ଷା ଦ୍ବିତୀୟ ଇନିଂସରେ ଭାରତ ଟିକେ ଅଧିକ ସ୍କୋର କରିଥିବା ବେଳେ ଭାରତୀୟ ବୋ​ଲର ନିଜର ପ୍ରାଧାନ୍ୟ ବିସ୍ତାର କରି ପାରିଛନ୍ତି। ଫଳରେ ମ୍ୟାଚର ଶେଷ ତଥା ଅନ୍ତିମ ଦିନରେ ଅଷ୍ଟ୍ରେଲିଆକୁ ମ୍ୟାଚ୍ ବଞ୍ଚାଇବାକୁ ହେଲେ ବହୁତ ସଙ୍ଘର୍ଷ କରିବାକୁ ପଡ଼ିବ। ତେ​‌ବେ ଚତୁର୍ଥ ଦିନର ଖେଳ ଶେଷ ସୁଦ୍ଧା ସନ ମାର୍ଶ ୩୧ ଓ ଟ୍ରେଭିସ୍ ହେଡ ୧୧ ରନ କରି କ୍ରିଜରେ ଅପରାଜିତ ଅଛନ୍ତି।

ଆଜି ମ୍ୟାଚର ୪ର୍ଥ ଦିନରେ ଭାରତ ତୃତୀୟ ଦିନର ଅସମାପ୍ତ ଖେଳ ୧୫୧/୩ରୁ ବ୍ୟାଟିଂ ଆରମ୍ଭ କରିଥିଲା।  ପ୍ରଥମ ଖେଳାଳି ଭାବେ ଆଜି ଆଉଟ୍ ହୋଇଥିଲେ ନିର୍ଭରଯୋଗ୍ୟ ବ୍ୟାଟସମ୍ୟାନ ଚେତେଶ୍ଵର ପୂଜାରା । ସେ ୭୧ ରନ କରିଥିଲେ। ସେ ଆଜିଙ୍କ୍ୟ ରାହାଣେଙ୍କ ସହ ୪ର୍ଥ ଓ୍ଵିକେଟରେ ୮୭ ରନ ଯୋଡି ଦଳର ସ୍କୋରକୁ ୨୩୪ରେ ପହଞ୍ଚାଇଥିଲେ। ତେବେ ପୂରାଜା ଆଉଟ୍ ପରେ ଦଳ ବ୍ୟାଟିଂ ବିପର୍ଯ୍ୟର ସମ୍ମୁଖୀନ ହୋଇଥିଲା। ଦଳୀୟ ସ୍କୋର ୨୪୮ରନ ହୋଇଥିବା ବେଳେ ରୋହିତ ଶର୍ମା ମାତ୍ର ୧ ରନ କରି ଆଉଟ୍ ହୋଇଥିଲେ। ଏହା ପରେ ଆଜିଙ୍କ୍ୟ ରାହାଣେ ଓ ଋଷଭ ପନ୍ତ ଷଷ୍ଠ ଓ୍ଵିକେଟ୍ ପାଇଁ ୩୪ ରନ ଯୋଡି ଦଳୀୟ ସ୍କୋରକୁ ୨୮୨ରେ ପହଞ୍ଚାଇଥିଲେ। ଏହି ସ୍କୋର ପରେ ପନ୍ତ ୨୮ ରନ କରି ଆଉଟ୍ ହୋଇଥିଲେ। ମାତ୍ର ଆଜିଙ୍କ୍ୟ ରାହାଣେ ମଧ୍ୟ ଅର୍ଦ୍ଧଶତକ ହାସଲ କରିଥିଲେ। ଏହା ପରେ ୩୦୩ ରନ ସ୍କୋରରେ ଭାରତ କ୍ରମାଗତ ୩ଟି ଓ୍ଵିକେଟ୍ ହରାଇଥିଲା। ଅଶ୍ଵିନ(୫), ରାହାଣେ(୭୦) ଓ ସାମି(୦) ଆଉଟ ହୋଇଥିଲେ। ୩୦୭ ରନରେ ଭାରତୀୟ ପାଳିର ପରି ସମାପ୍ତି ଘଟିଥିଲା। ଅଷ୍ଟ୍ରେଲିଆ ପାଇଁ ବିଜୟ ଲକ୍ଷ୍ୟ ରହିଲା ୩୨୩ ରନ ।

prayash

ଅଷ୍ଟ୍ରେଲିଆ ପକ୍ଷରୁ ସଫଳ ବୋଲର ଭାବେ ସ୍ପିନର ନାଥନ ଲିୟନ ୧୨୨ ରନ ଦେଇ ୬ ଟି ୱିକେଟ ପାଇଥିଲେ। ଏହା ସହିତ ମିଚେଲ ଷ୍ଟାର୍କ ୩ ଏବଂ ଜୋଶ ହେଜେଲଉଡ ଗୋଟିଏ ଓ୍ଵିକେଟ୍ ନେଇଥିଲେ।

ଏହି ୩୨୩ ରନର ବିଜୟ ଲକ୍ଷ୍ୟର ପିଛା କରି  ଅଷ୍ଟ୍ରେଲିଆ ପ୍ରଥମ ଇନିଂସ ଭଳି ଦ୍ଵିତୀୟ ଇନିଂସରେ ମଧ୍ୟ ଭଲ ଖେଳିପାରି ନଥିଲା। ଦଳୀୟ ସ୍କୋର ୨୮ ରନରେ ରବିଚନ୍ଦ୍ରନ ଅଶ୍ଵିନ ଆରୋନ ଫିଞ୍ଚ(୧୧)ଙ୍କୁ ଆଉଟ୍ କରି ଭାରତକୁ ପ୍ରଥମ ସଫଳତା ଦେଇଥିଲେ। ଏହା ପରେ ୪୪ ରନ ସ୍କୋରରେ ମାର୍କସ ହାରିସ୍ ମହମ୍ମଦ ସାମିଙ୍କ ବଲରେ ପନ୍ତଙ୍କୁ କ୍ୟାଚ୍ ଦେଇ ବ୍ୟକ୍ତିଗତ ୨୬ ରନ କରି  ଆଉଟ ହୋଇଥିଲେ। ୪୪ ରନରେ ଦୁଇ ଓପନରଙ୍କୁ ହରାଇବା ପରେ ଅଷ୍ଟ୍ରେଲିଆ ୬୦ ରନ ସ୍କୋରରେ ଉସମାନ ଖ୍ଵାଜା(୮)ଙ୍କ ଓ୍ଵିକେଟ୍ ହରାଇଥିଲା। ଖ୍ଵାଜା ୮ ରନ କରି ଅଶ୍ଵିନଙ୍କ ଦ୍ଵିତୀୟ ଶିକାର ହୋଇଥିଲେ। ଏହି କ୍ରମରେ ୮୪ ରନ ସ୍କୋରରେ ମହମ୍ମଦ ସାମି ପିଟର ହ୍ୟାଣ୍ଡସ୍କମ୍ବଙ୍କୁ ଆଉଟ କରି ଭାରତ ପାଇଁ ଚତୁର୍ଥ ସଫଳତା ଆଣି  ଥିଲେ।

kalyan agarbati
Leave A Reply