ମୁସରଫଙ୍କ ପରିଚୟପତ୍ର, ପାସ୍‍ପୋଟ୍‍ ରଦ୍ଦ

0

ନୂଆଦିଲ୍ଲୀ : ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରଭେଜ୍‍ ମୁସରଫ୍‍ଙ୍କ ଜାତୀୟ ପରିଚୟ ପତ୍ରକୁ ଜାତୀୟ ପଞ୍ଜୀକରଣ ଏବଂ ଡାଟାବେସ୍‍ କର୍ତ୍ତୃପକ୍ଷ (ନାଡ୍ରା) ଶୁକ୍ରବାର ରଦ୍ଦ କରିଦେଇଛନ୍ତି। ଫଳରେ ମୁସରଫ୍‍ଙ୍କ ପାସ୍‍ପୋର୍ଟ ସ୍ୱତଃ ରଦ୍ଦ ହୋଇଯାଇଛି। ମୁସରଫଙ୍କ ବିରୋଧରେ ଦେଶଦ୍ରୋହ ମାମଲାର ଶୁଣାଣି କରି ଏକ ସ୍ୱତନ୍ତ୍ର କୋର୍ଟ ମାର୍ଚ୍ଚ ମାସରେ ଦେଇଥିବା ନିର୍ଦେଶ ପାଳନ ପୂର୍ବକ ନାଡ୍ରା ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ମୁସରଫ୍‍ ରାଷ୍ଟ୍ରପତି ଭାବେ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ୨୦୦୭ରେ ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରିଥିଲେ। ସୁପ୍ରିମକୋର୍ଟର ଏକାଧିକ ବିଚାରପତିଙ୍କୁ ଗୃହବନ୍ଦୀ କରିବା ସହିତ ୧୦୦ରୁ ଊର୍ଦ୍ଧ୍ବ ବିଚାରପତିଙ୍କୁ ବହିଷ୍କାର କରିଥିଲେ। ୨୦୧୬ ମାର୍ଚ୍ଚ ୧୮ରେ ଚିକିତ୍ସା ନିମନ୍ତେ ସେ ଦୁବାଇ ଗସ୍ତ କରିଥିଲେ; କିନ୍ତୁ ଏହାର କିଛି ମାସ ପରେ ତାଙ୍କୁ ସ୍ୱତନ୍ତ୍ର କୋର୍ଟ ପଳାତକ ଘୋଷଣା କରି ତାଙ୍କ ପରିଚୟପତ୍ର ରଦ୍ଦ ନିର୍ଦେଶ ଦେଇଥିଲେ। ତେବେ ଦେଶରେ ନିର୍ବାଚନ ଲଢିବା ନେଇ ମୁସରଫଙ୍କୁ ପେଶାୱର ହାଇକୋର୍ଟ ୨୦୧୩ ଏପ୍ରିଲରେ ଆଜୀବନ ଅୟୋଗ୍ୟ ଘୋଷଣା କରିଥିଲେ। ମାତ୍ର ହାଇକୋର୍ଟଙ୍କ କଟକଣାକୁ ସୁପ୍ରିମକୋର୍ଟ ଗୁରୁବାର ଉଠାଇ ଦେଇଛନ୍ତି। ଆସନ୍ତା ଜୁଲାଇ୨୫ରେ ଦେଶରେ ଅନୁଷ୍ଠିତ ହେବାକୁ ଯାଉଥିବା ସାଧାରଣ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବା ନିମନ୍ତେ ମୁସରଫ ସର୍ତ୍ତମୂଳକ ପ୍ରାର୍ଥିପତ୍ର ଦାଖଲ କରିପାରିବେ ବୋଲି ସୁପ୍ରିମକୋର୍ଟ ନିର୍ଦେଶ ଦେଇଛନ୍ତି।

Leave A Reply