www.samajalive.in
Tuesday, December 9, 2025
17.1 C
Bhubaneswar

ଶ୍ବଶୁରଙ୍କୁ ହତ୍ୟା କରି ବୋହୂ ଫେରାର

ଜୟପୁର : ଘରୋଇ ବିବାଦକୁ କେନ୍ଦ୍ର କରି ବୋହୂ ଶ୍ବଶୁରକୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଘର ମଧ୍ୟରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ବୃଦ୍ଧଙ୍କ ମୃତଦେହ ପଡି ରହିଥିବା ଦେଖି ଗ୍ରାମବାସୀ ପୁଲିସ ଖବର କରିଥିଲେ । ଘଟଣାସ୍ଥଳରେ ଆମ୍ବାଗୁଡ଼ା ଫାଣ୍ଡି ପୁଲିସକୁ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ହତ୍ୟାକାଣ୍ଡ ପରେ ବୋହୂ ଫେରାର ହୋଇଯାଇଛି । ମୃତକ ହେଲେ ଚକ୍ର ଜାନି (୫୦) ଓ ଅଭିଯୁକ୍ତ ହେଲେ ହୀରାମଣି(୩୫) ।

ସୂଚନାଯୋଗ୍ୟ, କୋରାପୁଟ ଜିଲା ଜୟପୁର ବ୍ଲକ୍‌ ଅନ୍ତର୍ଗତ ଜଗନ୍ନାଥପୁର ଗାଁ ରେ ଏହି ଅଭାବନୀୟ ଘଟଣା ଘଟିଛି । ଗୁରୁବାର ବିଳମ୍ବିତ ରାତିରେ ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି । ପରିବାର ମଧ୍ୟରେ ସର୍ବଦା ଗଣ୍ଡଗୋଳ ଲାଗି ରହୁଥିଲା ବୋଲି ପଡୋଶୀ କହିଛନ୍ତି । ଗତକାଲି କୌଣସି କାରଣକୁ ନେଇ ଉଭୟ ଶ୍ବଶୁର ଓ ବୋହୂଙ୍କ ମଧ୍ୟରେ ପାଟିତୁଣ୍ଡ ​‌ହୋଇଥିଲା। ପରେ ବୋହୂ ହୀରାମଣି ଏକ ମାରଣାସ୍ତ୍ରରେ ଶ୍ବଶୁରଙ୍କୁ ହତ୍ୟା କରି ସେଠାରୁ ଚମ୍ପଟ ମାରିଛି । ୧୦ ବର୍ଷ ପୂର୍ବରୁ ହୀରାମଣିଙ୍କ ସ୍ୱାମୀ ମୃତ୍ୟୁବରଣ କରିଥିବା ଜଣାପଡିଛି ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories