ଭୂମି ସମ୍ମାନ ପାଇଁ ବୌଦ୍ଧ ଜିଲାପାଳ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ସମ୍ବର୍ଦ୍ଧିତ
ବୌଦ୍ଧ : ଜମି ଜମା ରେକର୍ଡ କମ୍ପ୍ୟୁଟରୀକରଣ କ୍ଷେତ୍ରରେ ଓଡ଼଼ିଶାକୁ ଦେଶର ଶ୍ରେଷ୍ଠ ରାଜ୍ୟ ଭାବରେ ମାନ୍ୟତା ମିଳିଛି । ରାଷ୍ଟ୍ରପତିଙ୍କ ଦ୍ୱାରା ଦେଶର ୬୮ଟି ଜିଲା ମଧ୍ୟରେ ଓଡ଼ିଶାରୁ ୧୯ ଜିଲା ଏହି ସମ୍ମାନ ପାଇବାରେ ସଫଳ ହୋଇଥିବାବେଳେ ସେଥିମଧ୍ୟରେ ବୌଦ୍ଧ ଜିଲାକୁ ମିଳିଛି ସମ୍ମାନଜନକ ଭୂମି ସମ୍ମାନ। ବୌଦ୍ଧ ଜିଲାର ସମସ୍ତ ତହସିଲଗୁଡିକରେ ରେକର୍ଡପତ୍ର କମ୍ପ୍ୟୁଟରୀକରଣ କରାଯିବା ସହିତ, ଡିଜିଟାଲ ମ୍ୟାପ ପ୍ରସ୍ତୁତି, ଭୁ- ନକ୍ସା ପ୍ରସ୍ତୁତି, ଇ-ରେଜିଷ୍ଟ୍ରେସନ ଯୋଗାଇଦେବାର ବ୍ୟବସ୍ଥା କରାଯାଇଛି। ଡିଜିଟାଲ ସର୍ଭେ ସହିତ ଆଧୁନିକ ରେକର୍ଡରୁମ, ତାଲିମ ଓ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ, ପ୍ରୋଜେକ୍ଟ ମେନେଜମେଣ୍ଟ୍, ଆଧାର ଲିଙ୍କ, କୋର୍ଟ କେସ ଗୁଡିକର କମ୍ପ୍ୟୁଟରୀକରଣ ଆଦି କାର୍ଯ୍ୟକ୍ରମର ସଫଳତାକୁ ଦୃଷ୍ଟିରେ ରଖି ବୌଦ୍ଧ ଜିଲାକୁ ଏହି ସମ୍ମାନ ମିଳିଥିବା ଜଣାଯାଇଛି । ଭୁବନେଶ୍ୱର ଲୋକସେବା ଭବନଠାରେ ମୁଖ୍ୟମନ୍ତ୍ରୀ ନୀବନ ପଟ୍ଟନାୟକ ରାଷ୍ଟ୍ରପତିଙ୍କ ଦ୍ୱାରା ଭୂମି ସମ୍ମାନ ପାଇଥିବା ଜିଲାଗୁଡିକୁ ସମ୍ବର୍ଦ୍ଧିତ କରିବା ଅବସରରେ ବୌଦ୍ଧ ଜିଲାପାଳ ନୃସିଂହଚରଣ ସ୍ୱାଇଁଙ୍କୁ ମଧ୍ୟ ଜିଲାର ଏହି ସଫଳତା ପାଇଁ ସମ୍ବର୍ଦ୍ଧିତ କରିଛନ୍ତି । ଜିଲାପାଳଙ୍କ ସହିତ ବୌଦ୍ଧ ତହସିଲଦାର ପ୍ରିତିବାଳା ରଣା ଓ ହରଭଙ୍ଗା ତହସିଲଦାର ଶିବାନୀ ଦାଶ ଏହି ସମ୍ବର୍ଦ୍ଧନା ଉତ୍ସବରେ ଯୋଗଦେଇଥିଲେ।
Comments are closed.